ପିଇବା ପାଣି ପାଇବାରୁ ବଞ୍ଚିତ ୧୫୦ରୁ ଊର୍ଦ୍ଧ୍ଵ ପରିବାର

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ଡୁଗୁଡ଼ିପାରି (ବୁଡାକାମା) ନିକଟରେ ଥିବା ପମ୍ପ ହାଉସରେ ବଜ୍ରପାତ ଯୋଗୁଁ ଜଳ ଯୋଗାଣ ମଟରଟି ପୋଡ଼ି ଯାଇଛି। ଫଳରେ ଆଜକୁ ୫ ଦିନ ହେଲା କଳିଙ୍ଗା ପଞ୍ଚାୟତର ୱାର୍ଡ ନଂ୪, ୫, ୬ ଏବଂ ୭ର ବିଭିନ୍ନ ଗ୍ରାମକୁ  ଜଳ ଯୋଗାଣ ବନ୍ଦ ରହିଛି। ବର୍ତ୍ତମାନ ରସେଡିସାହି, ଜାଣିକୁଟି, ମାଦିସାହି, ଗେଟ୍ ସାହି, କଳିଙ୍ଗା ଛକ, ବଙ୍ଗଳାସାହିର ୧୫୦ରୁ ଊର୍ଦ୍ଧ୍ବ ପରିବାର ପାଣି ନପାଇ ବହୁତ୍ ସମସ୍ୟା ସମ୍ମୁଖୀନ ହେଉଛନ୍ତି।

ରାଜ୍ୟ ସରକାର ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟ କରି ସାଧାରଣ ଲୋକଙ୍କ ପାନୀୟ ଜଳ ଯୋଗାଣ ନିମନ୍ତେ ସୁବନ୍ଦୋବସ୍ତ କରିଛନ୍ତି। ହେଲେ ଏହାର ମରାମତି ଏବଂ ତଦାରଖ ଭୁଲି ଯାଇଛନ୍ତି। ଦୀର୍ଘ ଦିନ ଜଳଯୋଗାଣ ବନ୍ଦ ରହିଲେ ଲୋକ ଚଳିବେ କେମିତି ସେଥି ପ୍ରତି ବିଭାଗୀୟ ଅଧିକାରୀଙ୍କ ଚିନ୍ତା ନାହିଁ। ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆନଯିବା ପରିତାପର ବିଷୟ। ଯଥାଶୀଘ୍ର ଏହି ଗ୍ରାମର ଜଳ ସମସ୍ୟାର  ସମାଧାନ କରିବା ନିମନ୍ତେ ଗ୍ରାମବାସୀ ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର