ବିନା ମାସ୍କରେ ଗ୍ରାହକଙ୍କୁ ବୌଦ୍ଧ ଷ୍ଟେଟ୍‌ ବ୍ୟାଙ୍କରେ ପ୍ରବେଶ ମନା

ବୌଦ୍ଧ: କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି। ବୈଦ୍ଧ ସହରର ଷ୍ଟେଟ ବ୍ୟାଙ୍କ ଶାଖା ପ୍ରବନ୍ଧକ କରୋନା ସଚେତନତା ନାଁରେ ବିନା ମାସ୍କ ବ୍ୟାଙ୍କ ମନା ନିୟମ କରି ସାଧାରଣ ଲୋକଙ୍କୁ ଅଡୁଆରେ ପକାଉଥିବା ଅଭିଯୋଗ ହେଉଛି। ଲୋକେ ହଇରାଣ ହେଉଛନ୍ତି। ବିନା ମାସ୍କରେ ଲୋକଙ୍କୁ ବ୍ୟାଙ୍କ ଭିତରକୁ ଛଡା ଯାଉ ନାହିଁ। ବ୍ୟାଙ୍କ ମୁଖ୍ୟ ଦ୍ୱାରା ବନ୍ଦ ରଖାଯାଉଛି। ନିୟୋଜିତ ସୁରକ୍ଷା କର୍ମୀ କେବଳ ମାସ୍କ ପିନ୍ଧିଥିବା ଲୋକଙ୍କୁ ଭିତରକୁ ଛାଡ଼ୁଛନ୍ତି। ମାସ୍କ ନଥିଲେ ରୁମାଳ, ଗାମୁଛା ମୁହଁରେ ଦେବାକୁ କୁହାଯାଉଛି। ମହିଳାମାନଙ୍କୁ ଶାଢୀ, ପଣତକାନୀକୁ ମୁହଁରେ ଢାଙ୍କି ଭିତରକୁ ଛଡା ଯାଉଛି। ଭୁଲ ବସତଃ ମୁହଁରୁ ଶାଢୀ ପଣତକାନୀ ହଟିଲା ଦୁର୍ବ୍ୟବହାର କରାଯାଉଥିବା ସାଧାରଣ ଲୋକେ ଅଭିଯୋଗ କରୁଛନ୍ତି।

ଗୁରୁବାର ଅପରାହ୍ନରେ ଷ୍ଟେଟ୍‌ ବ୍ୟାଙ୍କକୁ ଆସିଥିବା କିଛି ଗ୍ରାହକ ଏବଂ ବ୍ୟାଙ୍କ ଅଧିକାରୀଙ୍କ ମଧ୍ୟରେ ଏନେଇ ଚାପା ଉତ୍ତେଜନା ଦେଖାଯାଇଥିଲା। କରୋନା ସଚେତନତା ନାରେ ଲୋକଙ୍କୁ ହଇରାଣ କରଯାଉଥିବା ଲୋକେ ଅଭିଯୋଗ କରିଥିଲେ। ଘଟଣାସ୍ଥଳକୁ ବ୍ୟାଙ୍କ ପ୍ରବନ୍ଧକ ଓ ଅନ୍ୟ କିଛି କର୍ମଚାରୀ ପହଂଚି ଲୋକଙ୍କ ସହ ଯୁକ୍ତି କରିବା ଆରମ୍ଭ କରିଥିଲେ।

ଗୋଟେପଟେ ସରକାରୀ ସ୍ତରରେ ସୁସ୍ଥ ଲୋକଙ୍କୁ ମାସ୍କ ବ୍ୟବହାର ନକରିବାକୁ ଅନୁରୋଧ କରଯାଉଥିବା ବେଳେ ସତର୍କତା ନାଁରେ ବ୍ୟାଙ୍କ କର୍ମଚାରୀ ବିଭିନ୍ନ ଗ୍ରାମାଞ୍ଚଳରୁ ଟଙ୍କା ଉଠାଣ କିମ୍ବା ଜମା କରିବା ପାଇଁ ଆସିଥିବା ଲୋକଙ୍କୁ ମାସ୍କ ବ୍ୟବହାର ବାଧ୍ୟକତା କରି ହଇରାଣ କରୁଥିବା ଲୋକେ ଅଭିଯୋଗ କରିଥିଲେ। ଘଟଣା କ୍ରମରେ ଜଣାପଡ଼ିଥିଲା ଯେ ବ୍ୟାଙ୍କ କତ୍ତୃପକ୍ଷ ତାଙ୍କ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଭୁବନେଶ୍ୱରରୁ ପ୍ରାୟ ଦୁଇ ଶହ ମାସ୍କ ମଗାଯାଇ ବ୍ୟବହାର କରୁଛନ୍ତି। ବୁଧବାର ମାସ୍କ ବ୍ୟାଙ୍କକୁ ପହଂଚିବା ପରେ ଗୁରୁବାର ଠାରୁ ବ୍ୟାଙ୍କକୁ ଆସୁଥିବା ଗ୍ରାହକ ବା ସର୍ବସାଧାରଣଙ୍କ ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ମାସ୍କ ନଥିବା ସ୍ଥଳେ ସେମାନେ ରୁମାଲ, ଗାମୁଛା ଓ ମହିଳାମାନେ ଶାଢ଼ୀ ପଣତ ବ୍ୟବହାର କରିପାରିବେ ବୋଲି କୁହାଯାଉଛି। ଏହା ଶୁଣିବାକୁ ଯେତେ ଠିକ ଲାଗୁଛି ଲୋକେ ସେତିକି ନିଜକୁ ହଟହଟା ମନେ କରୁଥିବା ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାବ୍ୟାପି କୌଣସି ସ୍ଥାନରେ ମାସ୍କ ମିଳୁ ନାହିଁ। ଲୋକେ ବ୍ୟାଙ୍କର ନିୟମ ପାଳନ କରିବାକୁ ଯାଇ ମାସ୍କ କିଣିବାକୁ ବାହାରି ହଇରାଣ ହେଉଛନ୍ତି। ଶେଷରେ କପଡା ଦୋକାନ ଯାଇ ନୂଆ ରୁମାଲ କିଣି ବ୍ୟଙ୍କୁ ନିଜ କାମ ପାଇଁ ଯାଉଛନ୍ତି। ଏହା ଦ୍ୱାରା ସେମାନଙ୍କ ସମୟ ନଷ୍ଟ ହେଉଛି ବୋଲି ଅଭିଯୋଗ କରୁଛନ୍ତି। ତେବେ ବ୍ୟାଙ୍କରେ ଚପାଉତ୍ତେଜନା ହେବାରୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଫୋନରେ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା। ସେ ତୁରନ୍ତ ବ୍ୟାଙ୍କ ପ୍ରବନ୍ଧକଙ୍କୁ ସରକାର ଜାରି କରିଥିବା ନିୟମ ଅନୁସାରେ କାମ କରିବାକୁ ନିର୍ଦେଶ ଦେଇଥିଲେ। ସୁସ୍ଥ ଲୋକ ମାସ୍କ ବ୍ୟବହାର କରିବେ ନାହିଁ। ତାଙ୍କୁ କେବଳ ଗୋଟେ ମିଟର ଦୂରତା ଅବଲମ୍ବନ କରିବାକୁ କହିବାକୁ କହିଥିଲେ।

ତେବେ ବ୍ୟାଙ୍କ ପ୍ରବନ୍ଧକ କିଏ ସୁସ୍ଥ ଓ କିଏ ଭୁତାଣୁ ସଂକ୍ରମିତ ଆମେ କଣ ଜଣେ ଜଣେକି ପଚାରିବୁ ନା କଣ ବୋଲି ସାଧାରଣ ଲୋକଙ୍କ ଆଗରେ ବେପରୁଆ ମନ୍ତବ୍ୟ ଦେଇଥିବା ଶୁଣିବାକୁ ମିଳିଥିଲା। ଏମିତିକି ରାଜ୍ୟ ସରକାରଙ୍କ ଦ୍ୱାରା ସର୍ବସାଧାରଣ ପାଇଁ ଜାରି କରୋନା ସତର୍କତାକୁ ନେଇ ଯୁକ୍ତିତର୍କ ଓ ଦୁର୍ବ୍ୟବହାର କରିବାକୁ ପଛାଇ ନଥିଲେ।

ପ୍ରକାଶ ଥାଉକି ସରକାରଙ୍କ ପକ୍ଷରୁ ମାସ୍କ ବ୍ୟବହାରକୁ ନେଇ ପୂର୍ବରୁ ଗାଇଡଲାଇନ ଜାରି କରାଯାଇଛି। ଏହା ସହ ବ୍ୟାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି। ବ୍ୟାଙ୍କ କର୍ମଚାରୀ ମାସ୍କ ବ୍ୟବହାର କରିପାରନ୍ତି ମାତ୍ର ସର୍ବସାଧାରଣ ପାଇଁ ବାଧ୍ୟତାମୂଳକ ଆଦୌ କରାଯାଇନାହିଁ। ବ୍ୟାଙ୍କ, ଏଟିଏମରେ ସାନିଟାଇଜର ରଖିବାକୁ ନିର୍ଦେଶ ଦିଆଯାଇଛି। ମାତ୍ର ବୌଦ୍ଧ ଷ୍ଟେଟ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କ କ୍ଷେତ୍ରରେ ମଧ୍ୟ ଏଥିରେ ବ୍ୟତିକ୍ରମ ଦେଖାଯାଇଛି।

ସମ୍ବନ୍ଧିତ ଖବର