କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଳାର ସର୍ବସାଧାରଣ ସ୍ଥଳରେ ହେବନି ଗଣେଶ ପୂଜା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ସର୍ବସାଧାରଣ ସ୍ଥଳରେ ଚଳିତ ବର୍ଷ ଗଣେଶ ପୂଜାର ଆୟୋଜନ ହେବ ନାହିଁ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଓ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ଵନ କଲ୍ୟାଣ ସୂଚନା ଦେଇଛନ୍ତି।

ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି, କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ। କୋଭିଡ ନିୟମ ମାନି ଗଣେଶ ପୂଜା ହୋଇପାରିବ।

ସେହିପରି ସୁନ୍ଦରଗଡ଼ ଜିଲ୍ଲାପାଳ ନୋଟିସ୍‌ ଜାରି କରି କହିଛନ୍ତି, ଜିଲ୍ଲାରେ ଚଳିତ ଥର ସର୍ବସାଧାରଣ ସ୍ଥଳ ଓ ଅନୁଷ୍ଠାନଗୁଡ଼ିକରେ ଗଣେଶ ପୂଜାର ଆୟୋଜନ କରାଯାଇପାରିବ ନାହିଁ। କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଏଭଳି ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଗଂଜାମରେ ଗଣେଶ ପୁଜାର ଆୟୋଜନ ହେବ ନାହିଁ। ଜିଲ୍ଲା ପ୍ରଶାସନ ନେଇ ଟୁଇଟ୍‌ କରି ସୂଚନା ଦେଇଛି। ଜିଲ୍ଳପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଭାବେ ପୂଜା ବନ୍ଦ ରଖାଯାଇଛି। ଜନସାଧାରଣଙ୍କୁ ଏନେଇ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ଅତି ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସାମାଜିକ ଦୂରତାକୁ ମାନି ସଂକ୍ରମଣକୁ ବୃଦ୍ଧି ନକରିବାପାଇଁ କୁହାଯାଇଛି। ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ପଂଚସୂତ୍ରୀ ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ। ଏହା ପୂର୍ବରୁ କଟକ, ଭୁବନେଶ୍ୱର, ଗଜପତି, ଖୋର୍ଦ୍ଧା ଓ ଜଗତସିଂହପୁରରେ ଗଣେଶ ପୂଜା ପାଳନ ଉପରେ କଟକଣା ଜାରି କରାଯାଇଛି।

ସମ୍ବନ୍ଧିତ ଖବର