ଜୟପୁର: ଗତ ମାର୍ଚ୍ଚ ମାସ ୧୯ତାରିଖ ଦିନ କାଳବୈଶାଖୀରେ ଗଛ ପଡ଼ି ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତର ଦଣ୍ଡସେନାଗୁଡାର ପର୍ଶୁରାମ ତନ୍ତି, ଗଣେଷ ତନ୍ତି ଓ ହରେକୃଷ୍ଣ ତନ୍ତିଙ୍କ ତିନୋଟି ଘର ଭାଙ୍ଗି ଯାଇଥିଲା। ଏ ନେଇ ଜୟପୁର ତହସିଲରେ ଅଭିଯୋଗ କରାଯିବା ପରେ ତହସିଲ ପକ୍ଷରୁ ତୁରନ୍ତ ପଲିଥିନ ଦିଆଯାଇଥିଲା। ତା ପରେ ପ୍ରଶାସନ ପକ୍ଷରୁ ଆଉ କିଛି ସହଯୋଗ ମିଳିନଥିଲା। ଏ ନେଇ ସମ୍ବାଦରେ ଗତ ମେ ୪ତାରିଖ ଦିନ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏହାର ତଦନ୍ତ କରାଯାଇଛି।
ସୂଚନା ଅନୁଯାୟୀ, କାଳବୈଶାଖୀରେ ଗତ ମାର୍ଚ୍ଚ ୧୯ତାରିଖ ଦିନ ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତର ଦଣ୍ଡସେନାଗୁଡାର ପର୍ଶୁରାମ ତନ୍ତି, ଗଣେଷ ତନ୍ତି ଓ ହରେକୃଷ୍ଣ ତନ୍ତିଙ୍କ ତିନୋଟି ଘର ଭାଙ୍ଗି ଯାଇଥିଲା । ପରେ ତହସିଲ ପକ୍ଷରୁ ପଲିଥିନ୍ ଖଣ୍ଡିକ ଦେଇଥିଲେ। ଝାଟିମାଟି ଭଙ୍ଗା ଘର ମଧ୍ୟରେ ଏମାନେ ପରିବାର ନେଇ ଗତ ୪ ମାସ ହେବ ରହୁଥିବା ପ୍ରାଧିକରଣର ନିର୍ଦ୍ଦେଶରେ ପାରାଲିଗାଲ ସ୍ବେଚ୍ଛସେବୀ ସୋମନାଥ ମହାନ୍ତି ତଦନ୍ତ କରି ଆଇନସେବା ପ୍ରାଧିକରଣ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ଏହା ସହ ଜୟପୁର ବିଡିଓଙ୍କୁ ଏ ନେଇ ଅବଗତ କରିଥିବା କହିଛନ୍ତି ଶ୍ରୀ ମହାନ୍ତି।