ଟିକା ଅଭାବ ବେଳେ ହାଉଜାଉ,ଟିକା ଆସିବା ପରେ ଉତ୍ସାହ ନାହିଁ

ଉପଖଣ୍ଡରେ ୩ ଲକ୍ଷ ୫ ହଜାର ୩୩୬ ଜଣଙ୍କୁ ଲକ୍ଷ୍ୟ ଥିବା ବେଳେ ୨ ଲକ୍ଷ ୪୯ ହଜାର ଜଣଙ୍କୁ ଟିକାକରଣ

ଭଞ୍ଜନଗର: କରୋନା ମହାମାରୀ ବିରୋଧରେ ଟିକାକରଣ ପ୍ରମୁଖ ଭୂମିକା ଗ୍ରହଣ କରିଛି। ମହାମାରୀର ରକ୍ଷା କବଚ ଭାବେ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଟିକା ପ୍ରଦାନ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଅଦ୍ୟବଧି ବିଭିନ୍ନ କାରଣରୁ ଟିକାକରଣ ସଂପୂର୍ଣ୍ଣ ହୋଇପାରିନାହିଁ। ଟିକା ନେବା ପାଇଁ ଲୋକ ମାନେ ଆଗ୍ରହ ଥିବା ସମୟରେ ଟିକାର ଅଭାବ ପରିଲିକ୍ଷିତ ହୋଇଥିଲା। ପ୍ରତିଦିନ ଲୋକ ଟିକା କେନ୍ଦ୍ରକୁ ଆସି ଫେରୁଥିଲେ।

ବର୍ତ୍ତମାନ କରୋନାର ପ୍ରଭାବ ଧିରେ ଧିରେ କମିବାରେ ଲାଗିଥିବା ବେଳେ ଟିକା ନେବା ପାଇଁ ଲୋକ ମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳାୟରେ ପ୍ରତିଦିନ ୨୦୦ ଟିକା ସରି ଯାଉଥିବା ବେଳେ ବର୍ତ୍ତମାନ ବହୁତ କଷ୍ଟରେ ଦିନକୁ ୩୦ ରୁ ୪୦ ଜଣ ଆସୁଛନ୍ତି ତେଣୁ ମେଡିକାଲ୍ ପକ୍ଷରୁ ଆଗୁଆ କାଗଜପତ୍ର ରଖି ଦୁଇ ତିନିଦିନରେ ଥରେ ଟିକା ଦିଆଯାଉଛି। ଟିକା ମହଜୁଦ ଥାଇ ମଧ୍ୟ ପ୍ରତିଦିନ ଟିକା ଦିଆଯାଇ ପାରୁନଥିବା ଜଣାପଡିଛି। ଅନ୍ୟପକ୍ଷରେ ଟିକା ପାଇଁ ସହରାଞ୍ଚଳ ଲୋକଙ୍କ ଆଗ୍ରହ ରହିଥିବା ବେଳେ ଗ୍ରାମାଞ୍ଚଳରେ ଟିକା ପ୍ରତି ଜନସାଧାରଣ ପଛଘୁଞ୍ଚା ଦେଉଛନ୍ତି। ଆଦିବାସୀ ଓ ଉପାନ୍ତ ଇଲାକାରେ ଲୋକମାନେ ଟିକାକରଣ ପାଇଁ ଯାଇଥିବା ଟିମ୍ ସହ ଯୁକ୍ତିତର୍କ କରିବା ପାଇଁ ମଧ୍ୟ ପଛାଉ ନାହାନ୍ତି। ଏଭଳି ସ୍ଥିତିରେ ଶତପ୍ରତିଶତ ଟିକାକରଣ ସରକାର ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

ଭଞ୍ଜନଗର ଉପଖଣ୍ଡରେ ୩ ଲକ୍ଷ ୫ ହଜାର ୩୩୬ ଜଣଙ୍କୁ ଟିକା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨ ଲକ୍ଷ ୪୯ ହଜାର ୯୧ ଜଣ ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧,୪୫,୧୨୯ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ମାତ୍ର ୨୪,୭୧୭ ଜଣ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ରାଜ୍ୟରେ ୧୮ ରୁ ୪୪ ବର୍ଷ ବର୍ଗର ଲୋକ ଟିକା ନେଇପାରିବେ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ଅଦ୍ୟବଧି ପ୍ରଥମ ଡ଼ୋଜ ଟିକା କେହି ନେଇ ପାରିନାହାନ୍ତି।

ଜିଲ୍ଲା ମୁଖ୍ୟାଳୟ ଏବଂ ବ୍ରହ୍ମପୁର ମହାନଗର ନିଗମକୁ ବାଦ୍ ଦେଲେ ଅନ୍ୟ କୌଣସି ସ୍ଥାନରେ ଏହି ବର୍ଗର ଲୋକ ଟିକା ପାଇ ପାରିନାହାନ୍ତି। ଅନେକ ଯୁବ ବର୍ଗ କୋୱିନ୍ ଆପ୍ ମାଧ୍ୟମରେ ପଞ୍ଜିକରଣ କରି ବ୍ରହ୍ମପୁର କିମ୍ବା ଭୂବନେଶ୍ବର ଯାଇ ଟିକା ନେଇଥିବା ବେଳେ ନିଜ ଅଞ୍ଚଳରେ ଏହା ପାଇବାରୁ ବଞ୍ଚିତ ରହିଛନ୍ତି। ଭଞ୍ଜନଗର ବ୍ଳକ୍ ଏବଂ ଏନ୍ଏସି ଇଲାକାରେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ ଟିକା ଅପେକ୍ଷାରେ ରହିଥିବା ବେଳେ ଟିକାକରଣ କେବେ ଆରମ୍ଭ ହେବ ତାକୁ ଚାହିଁ ରହିଛନ୍ତି। ୪୫ ବର୍ଷ ବୟସରୁ ଉର୍ଦ୍ଧ ବର୍ଗର ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକାକରଣ ଜାରି ରହିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ୫୬୬୩ ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୯୩ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି। ୪୫ ବର୍ଷରୁ ଉର୍ଦ୍ଧ ୫୨୫୦ ଜଣ ପ୍ରଥମ ଡ଼ୋଜ୍ ନେଇଥିବା ବେଳେ୍ ୧୩୩୬ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି।

ପ୍ରଥମ ଡ଼ୋଜ୍ ନେଇଥିବା ବ୍ୟାକ୍ତି ମାନଙ୍କ ୮୪ ଦିନ ଅବଧି ପୂରଣ ହେଲେ ସେମାନଙ୍କୁ ଦ୍ବିତୀୟ ଡୋଜ୍ ପ୍ରଦାନ କରାଯାଉଛି। ସେହିପରି ଭଞ୍ଜନଗର ବ୍ଳକ୍ରେ ୩୮,୩୬୮ ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୬,୭୩୭ ଜଣ ପ୍ରଥମ ଡ଼ୋଜ୍ ଏବଂ ୧୫୮୬ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ବେଲଗୁଣ୍ଠା ବ୍ଳକ୍ରେ ୩୪,୪୮୬ ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେରଳେ ୨୪,୩୦୩ ଜଣ ପ୍ରଥମ ଡ଼ୋଜ୍ ଏବଂ ୪୩୮୬ ଦ୍ବିତୀୟ ଡୋଜ୍ ନେଇଛନ୍ତି। ଆସିକା ଉପଖଣ୍ଡ ଚିକିତ୍ସାଳୟରେ ୫୯୨୪ ଲକ୍ଷ୍ୟ ଥିବା ବେଳେଏ ୫୪୧୩ ପ୍ରଥମ ଡୋଜ୍ ଏବଂ ୧୮୭୩ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି।

ଆସିକା ବ୍ଳକ୍ ବାଲିସିରା ସ୍ବାସ୍ଥ କେନ୍ଦ୍ରରେ ୩୯,୮୫୦ ଟିକାକରଣ ଲକ୍ଷ୍ୟ ଥିବା ବେଳେ ୧୮,୨୧୨ ଏବଂ ଦ୍ବିତୀୟ ଡୋଜ୍ ୨୧୪୩ ଜଣ ନେଇଛନ୍ତି।ବୁଗୁଡ଼ା ବ୍ଳକ୍ରେ ୩୫,୭୯୦ ଲକ୍ଷ୍ୟ ଥିବା ବେଳେ ୧୪,୪୨୯ ପ୍ରଥମ ଡୋଜ ଏବଂ ୨୧୧୭ ଦ୍ବିତୀୟ ଡୋଜ୍ ନେଇଛନ୍ତି। ଜଗନ୍ନାଥପ୍ରସାଦ ବ୍ଳକ୍ରେ ୩୬,୩୦୯ ଲକ୍ଷ୍ୟ ଥିବା ବେଳେ୍ ୧୭,୨୬୨ ଜଣ ପ୍ରଥମ ଡ଼ୋଜ ଏବଂ ୨୬୯୩ ଦ୍ବିତୀୟ ଡ଼ୋଜ ନେଇଛନ୍ତି। ଶେରଗଡ଼ ୩୫,୩୩୬ ଜଣଙ୍କୁ ଲକ୍ଷ୍ୟ ରହିଥିବା ବେଳେ ୧୫,୨୬୨ ପ୍ରଥମ ଡୋଜ ଏବଂ ୨୪୭୯ ଦ୍ବିତୀୟ ଡୋଜ ନେଇଛନ୍ତି। ସୋରଡ଼ାରେ ୪୩,୭୬୫ ଜଣଙ୍କୁ ଲକ୍ଷ୍ୟ ଥିବା ବେଳେ ୧୭,୩୦୧ ପ୍ରଥମ ଡ଼ୋଜ ଏବଂ ୩୯୦୦ ଜଣ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ଧରାକୋଟ ବ୍ଳକ୍ରେ ୨୯,୮୪୫ ଜଣଙ୍କୁ ଲକ୍ଷ୍ୟ ରହିଥିବା ବେଳେ ୧୦,୯୬୦ ଜଣ ପ୍ରଥମ ଡ଼ୋଜ ଏବଂ ୨୨୦୪ ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର