ଘୁ ଉଦୟଗିରି: ସରକାରୀ ଅର୍ଥ ବ୍ୟୟ ସତ୍ତ୍ୱେ ସାଧାରଣ ଲୋକଙ୍କ କାମରେ ଆସୁନି ବହୁ କାର୍ଯ୍ୟ।ଏହିଭଳି ଅନେକ ଦୃଶ୍ୟ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବା ବେଳେ ଏହାର ଏକ ନମୁନା ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକର ବିଭିନ୍ନ ପଂଚାୟତ ରେ ଲାଗିଥିବା ସାହି ଆଲୋକ ବ୍ୟବସ୍ଥା ରେ। ସ୍ଥାନୀୟ ବ୍ଲକ ଅନ୍ତର୍ଗତ ୪ ଟି ପଞ୍ଚାୟତରେ ଷ୍ଟିଟ୍ ଲାଇଟ୍ ଲାଗିଛି ହେଲେ ତାହା ଜଳୁନି। ଗ୍ରେସିଙ୍ଗିଆ ପଞ୍ଚାୟତର କିରାମାହା ଗ୍ରାମରେ ବିଦ୍ୟୁତ୍ ଖୁଣ୍ଟ ମାନଙ୍କରେ ଗ୍ରାମୀଣ ରାସ୍ତାର ଆଲୋକିକରଣ ନିମନ୍ତେ ଷ୍ଟ୍ରିଟ ଲାଇଟ୍ ଲଗାଯାଇଛି କିନ୍ତୁ ଏହା ଦୀର୍ଘ ୧୪ ମାସ ହେବ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ଏହି ସ୍ଥାନରେ ସ୍କୁଲ୍ ମଧ୍ୟ ରହିଛି ଯାହା ଫଳରେ ନିହାତି ଆବଶ୍ୟକ ମନେ କରି ପଞ୍ଚାୟତ ସରପଞ୍ଚ ଏବଂ ୱାର୍ଡ ମେମ୍ବର ନିର୍ଦ୍ଦେଶ କ୍ରମେ ଲଗାହେଲା କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଷ୍ଟ୍ରିଟ୍ ଲାଇଟ୍ ଲୋକଙ୍କ ନିମନ୍ତେ କାର୍ଯ୍ୟରେ ଲାଗି ପାରିଲା ନାହିଁ ।
ସେହିପରି ସୂଚନାନୁସାରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ୪ ଗୋଟି ପଞ୍ଚାୟତ ଯଥା ଗ୍ରେସିଙ୍ଗିଆ,ରାଇକଲା, କତିଙ୍ଗିଆ ଓ ମାଲିକପୋଡ଼ି ପଞ୍ଚାୟତରେ ଏହିପରି ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟ ରେ ବିଦ୍ୟୁତ ସଂଯୋଗ ଦିଆଯାଇନାହିଁ ।ଏହି ବିଷୟ ନେଇ ସରପଞ୍ଚ ମାନେ ବିଦ୍ୟୁତ୍ ବିଭାଗକୁ ଅଭିଯୋଗ କଲେ ସେମାନେ ଜାଣିନ ଥିବା ପ୍ରକାଶ କରୁଛନ୍ତି ।ସେପଟେ ଫୁଲବାଣୀ ଡି ଆର୍ ଡି ଏ ପକ୍ଷରୁ ଏହି କାର୍ଯ୍ୟ କରାଯାଇଥିବା ବେଳେ,ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ମଧ୍ୟ ସେ ବିଷୟରେ ଅବଗତ ନ ଥିବା ସୂଚନା ରହିଛି ।ଉକ୍ତ ପଞ୍ଚାୟତ ମାନଙ୍କରେ ମହିଳା ସରପଞ୍ଚ ରହିଥିବା କାରଣରୁ ଵୋଧେ ଏହି ପଞ୍ଚାୟତକୁ ଅଣଦେଖା କରି କାମ କରୁ ନ ଥିବା ଆଲୋଚନା ହେଉଛି ।ତେବେ ଆଜକୁ ୧୪ ମାସ ବିତିଯାଇଥିଲେ ମଧ୍ୟ ଏହି ଷ୍ଟ୍ରିଟ୍ ଲାଇଟ୍ କାର୍ଯ୍ୟକ୍ଷମ ହେଇ ପାରୁ ନାହି ।ସେପଟେ ସରପଞ୍ଚମାନେ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ।ତେଣୁ ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କଲେ ଜଣ ସାଧାରଣ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି।