ଲଙ୍ଗଳେଶ୍ୱର: ବାଲିଆପାଳ ବ୍ଲକ୍‌ ବଣିଆଡ଼ିହା ଗ୍ରାମର ସଂଜୀବ ସାହୁଙ୍କ ପୁଅ ସୁମନ (୧୮) ଥାଲାସେମିଆ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି। ପ୍ରତି ମାସ ୪ ୟୁନିଟ୍‌ ରକ୍ତର ଆବଶ୍ୟକତା ଥିବାରୁ ଚିକିତ୍ସା ବ୍ୟାୟବହୁଳ ହେଉଛି। ଅର୍ଥାଭାବ ଯୋଗୁଁ ଏକ ଲୁଗା ଦୋକାନରେ କାମ କରୁଥିବା ସଂଜୀବ ପୁଅର ଚିକିତ୍ସାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

Advertisment

ଅଧିକ ଚିକିତ୍ସା ପାଇଁ ଡାକ୍ତର ଭେଲୋର ଯିବା ପାଇଁ ପରାମର୍ଶ ଦେଇଛନ୍ତି। ହେଲେ ପାଖରେ ଟଙ୍କା ନଥିବାରୁ ସେଠାକୁ ଯାଇ ଚିକିତ୍ସା କରାଇବା ସମ୍ଭବ ହୋଇ ପାରୁନାହିଁ। ସ୍ଥାନୀୟ ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କଠାରେ ଗୁହାରି କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଫଳରେ ସହାୟତା ପାଇଁ ସଂଜୀବ ସରକାର ଓ ସହୃଦୟ ବ୍ୟକ୍ତିଙ୍କଠାରେ ଗୁହାରି କରିଛନ୍ତି। କେହି ସହାୟତା ଦେବାକୁ ଚାହୁଁଥିଲେ ମୋବାଇଲ୍‌ ନମ୍ବର ୭୦୭୭୯୩୭୧୩୯ରେ ଯୋଗାଯୋଗ ପାଇଁ ଅନୁରୋଧ କରାଯାଇଛି।