ପରିଣତ ବୟସରେ ବି ମିଳୁନି ବାର୍ଧକ୍ୟ ଭତ୍ତା, ସ୍ତ୍ରୀକୁ ମିଳୁଛି, ସ୍ୱାମୀଙ୍କୁ ନାହିଁ

ଆବାସ ଏମାନଙ୍କ ପାଇଁ ସାତସପନ, ଭଙ୍ଗା ଘରେ ବିତୁଛି ବୁଢାବୁଢୀଙ୍କ ଜୀବନ

ଲକ୍ଷ୍ମୀପୁର: ଘନ ମେଲେକା ବୟସ ୭୫ ରୁ ଉର୍ଦ୍ଧ୍ୱ। ତାଙ୍କ ସ୍ତ୍ରୀ ସାଦାଇ ମେଲେକା ବୟସ ୭୦ । ଉଭୟ ପରିଣତ ବୟସରେ ପହଞ୍ଚିଯାଇଥିବା ବେଳେ ଦୁଇ ଓଳିର ଖାଦ୍ୟ ପାଇଁ ଏମାନେ କରୁଛନ୍ତି ସଂଘର୍ଷ। ସରକାରଙ୍କ ତରଫରୁ ସାଦାଇଙ୍କୁ ୫୦୦ ଟଙ୍କା ଭତ୍ତା ମିଳୁଥିବା ସହ ଅର୍ଣପୂର୍ଣ୍ଣା ଯୋଜନାରେ ୩୫ କେଜି ଚାଉଳ ମିଳୁଛି କିନ୍ତୁ ଘନକୁ ଏପର୍ଯ୍ୟନ୍ତ ମିଳୁନି ବାର୍ଧକ୍ୟ ଭତ୍ତାା ଆଗରୁ ଭତ୍ତା ପାଉଥିଲେ ଘନ କିନ୍ତୁ ଆଧାର କାର୍ଡର ନିୟମ ଆସିଗଲା ପରେ ସେ ବାଦ୍‌ ପଡିଗଲେ। ବାରମ୍ବାର ଆଧାର କାର୍ଡ ପାଇଁ ଫୋଟ କାଢିଲେ କିନ୍ତୁ ଆଧାର କାର୍ଡ ଆସିଲା ନାହିଁ। ଏପରିକି ତାଙ୍କ ପାଖରେ କୌଣସି ପରିଚୟ କାର୍ଡ ନଥିବାରୁ ଆଜି ସ୍ତ୍ରୀ ପାଉଥିବା ଚାଉଳ ଓ ଭତ୍ତା ଟଙ୍କାରେ ଜୀବନ ଅତିବାହିତ ହୋଇଯାଉଥିବା ଜଣାପଡିଛିା

ଏ କାହାଣୀ କୌଣସି ଦୁର୍ଗମ ଅଞ୍ଚଳର ନୁହଁ, ବରଂ ଏହା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ଜଣେ ଆଦିବାସୀ ପରିବାରର। ଏମାନେ ବ୍ଲକ ସଦରର ଟେକି ସାହିରେ ରହିଛନ୍ତି। ଯେଉଁ ଘରେ ରହିଛନ୍ତି, ତାହା ବିପଦ ସଂକୁଳ ଆଜ୍‌ବେଷ୍ଟସ ଘର। ସେ ବି ଭଙ୍ଗାରୁଜା ହୋଇ ପଡିଥିବା ପୁରୁଣା କାଳିଆ କାନ୍ଥ। ବର୍ଷା ଦିନ ଆସିଲେ ଘରେ ରହିବା ବି ସମ୍ଭବପର ହେଉ ନାହିଁ। କେତେବେଳେ ଢଳି ପଡ଼ିବ କହି ହେଉନାହିଁ। ଘର ଭିତରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଇଥାଏା କାନ୍ଥ ଗୁଡିକରେ ପାଣି ପଡୁଥିବାରୁ ପଲିଥିନ ଘୋଡାହୋଇ ରହିଛିା ସରକାରଙ୍କ ଏତେ ସବୁ ଯୋଜନା ରହିଥିବା ବେଳେ ଏହି ଗରିବ ଆଦିବାସର ପରିବାର କାହିଁକି ସରକାରଙ୍କ ଯୋଜନାରୁ ବଞ୍ଚିତ ତାହା ଆଶ୍ଚର୍ଯ୍ୟ ପ୍ରକଟ କରିଛି। ଅବଶ୍ୟ ଏମାନେ ପାଠ ସାଠ ପଢିନଥିବାରୁ ଅଶିକ୍ଷିତ କିନ୍ତୁ ଏମାନଙ୍କୁ ସାହାଯ୍ୟର ହାତ ବଢାଇବା ସକାଶେ ମଧ୍ୟ କେହି ନଆସିବା ଅତି ଦୁଖ ଓ ପରିତାପର ବିଷୟ।

ନିର୍ବାଚନ ସମୟରେ ଲୋକ ପ୍ରତିନିଧି ମଧ୍ୟ ଏମାନଙ୍କ କଷ୍ଟ କେବେ ଦେଖିପାରି ନାହାଁନ୍ତି। ଗତ ୧୫ ତାରିଖ ଦିନ ସାଦାଇ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ପାଇଁ ଆସିଥିଲେ କିନ୍ତୁ ଆଧାର କାର୍ଡ ନୂତନ ନିୟମ ଅନୁଯାୟୀ ଯାଞ୍ଚ ହୋଇନଥିବା କାରଣରୁ ଭତ୍ତା ଟଙ୍କା ମିଳିନଥିଲା। ସେ ଦୁଃଖରେ ବସିଥିବା ବେଳେ ଆମ ପ୍ରତିନିଧିଙ୍କ ନଜର ପଡିଥିଲା। ସେହିଭଳି ଆବାସ ଯୋଜନାରେ ଏହି ବୁଢ଼ାବୁଢୀଙ୍କୁ ଘର ଖଣ୍ଡେ ମିଳିଗଲେ ଭଲ ହୁଅନ୍ତା ବୋଲି ସାହିବାସୀ କୁହନ୍ତି।

ସମ୍ବନ୍ଧିତ ଖବର