କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଦୁଇଟି ଥାନା। ପଟ୍ଟାମୁଣ୍ତାଇର ଚଉଦକୁଲାଟ ଫାଣ୍ତିକୁ ଗ୍ରାମାଞ୍ଚଳ ଏବ˚ ପାଟକୁରା କୁଦାନଗରୀ ଫାଣ୍ତିକୁ କୋରୁଆ ଥାନାରେ ପରିଣତ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଉଛି। ହେଲେ ଗୋଟିଏପଟେ ଥାନା ସ˚ଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଜିଲ୍ଲାରେ ତଦନ୍ତ ଅଧିକାରୀଙ୍କ ସ˚ଖ୍ୟାରେ ମରୁଡ଼ି ଦେଖାଦେଇଛି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆବଶ୍ୟକୀୟ ଡିଏସ୍ପି, ଇନିସ୍ପେକ୍ଟର୍ ନାହାନ୍ତି। ବଦଳି ହେଲେ ସେମାନଙ୍କ ସ୍ଥାନରେ ଆଉ କାହାରିକୁ ନିଯୁକ୍ତି ଦିଆଯାଉନାହିଁ। ଏସ୍ଆଇ, ଏଏସ୍ଆଇ ସ˚ଖ୍ୟା ନ କହିବା ଭଲ। ମ˚ଜୁରପ୍ରାପ୍ତ ପଦବି ତୁଳନାରେ କେଉଁ ଥାନାରେ ଅଧା ତ ଆଉ କେଉଁଠି ଆହୁରି ଦୟନୀୟ। ଏହାଦ୍ବାରା କେବଳ ମାମଲାର ତଦନ୍ତ ପ୍ରଭାବିତ ହେଉନାହିଁ; ବର˚ କୋର୍ଟରେ ଦୋଷୀ ସାବ୍ୟସ୍ତ ହାର ଅତ୍ୟନ୍ତ ନଗଣ୍ୟ ରହୁଛି। ଅପରାଧୀ ମାନେ ଆଇନର ଫାଙ୍କରେ ଖସିଯିବା ସହଜ ହେଉଛି। ଏଭଳି ସ୍ଥିତିରେ ଜିଲ୍ଲାରେ ଯେଉଁଠି ତଦନ୍ତ ଅଧିକାରୀଙ୍କ ଘୋର ଅଭାବ ରହିଛି, କାମ କରିବାକୁ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି; ସେପରି ବ୍ୟବସ୍ଥାରେ ଫାଣ୍ତିକୁ ଥାନାରେ ପରିଣତ କରିଦେଲେ କ’ଣ ହେବ ବୋଲି ପ୍ରଶ୍ନ ଉଠୁଛି।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଜିଲ୍ଲା ମୁଖ୍ୟାଳୟରୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ବଦଳି ହେଲେ ତାଙ୍କ ବଦଳରେ ଆଉ କାହାରିକୁ ନିଯୁକ୍ତି ଦିଆଯାଉନାହିଁ। ଡିଏସ୍ପି ରମେଶ ସି˚ହ, ପରେଶ ରାଉତ ଓ ସୁଶାନ୍ତ ସେନ୍ଙ୍କ ବଦଳି ବର୍ଷେରୁ ଅଧିକ ଦିନ ହେବ ହେଲାଣି। କିନ୍ତୁ ଏଯାଏଁ ସେମାନଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ମିଳିଲା ନାହିଁ। ଅନ୍ୟ ଜଣେ ଡିଏସ୍ପି ଲକ୍ଷ୍ମୀନାରାୟଣ ତିଵାରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଅଛନ୍ତି। ଏଭଳି ସ˚କଟଜନକ ସ୍ଥିତିରେ କେବଳ ଦୁଇ ଜଣ ଡିଏସ୍ପି କେ.ପି ମିଶ୍ର ଓ କାର୍ତ୍ତିକ ମଲ୍ଲିକଙ୍କ ଜରିଆରେ କାମ ପରିଚାଳିତ ହେଉଛି। ଇନସ୍ପେକ୍ଟର୍ ସ˚ଖ୍ୟା ବି ଆହୁରି ତଦ୍ରୁପ୍। ଇନସ୍ପେକ୍ଟର୍ ସଲିଳ ପ୍ରଧାନଙ୍କ ଜଗତସି˚ହପୁର ବଦଳି ହୋଇ ସାରିଥିବା ବେଳେ ଇନସ୍ପେକ୍ଟର୍ ଏନ୍.ଏନ୍. ଜୟଶ୍ରୀ ଓଝା ଅନିର୍ଦ୍ଦିଷ୍ଟ କାଳ ହେବ ଛୁଟିରେ ଅଛନ୍ତି। ଜଣେ ଇନସ୍ପେକ୍ଟର୍ରେ କାମ ଚାଲିଛି। ଜିଲ୍ଲା ମୁଖ୍ୟାଳୟରେ ଯେଉଁଠି ଏଭଳି ଅବସ୍ଥା, ସେଠି ଥାନା ଅବସ୍ଥା ନ କହିବା ଭଲ। ସବୁ ଥାନାରେ ଏସ୍ଆଇ, ଏଏସ୍ଆଇଙ୍କ ଘୋର ଅଭାବ ରହିଛି। କେଉଁଠି ମ˚ଜୁରପ୍ରାପ୍ତ ପଦବି ତୁଳନାରେ ଅଧା ତ’ ଆଉ କେଉଁଠି ଆହୁରି କମ୍। ବେଶୀ ଦୂରକୁ ନ ଯାଇ ଜିଲ୍ଲା ମୁଖ୍ୟାଳୟଠୁ ମାତ୍ର ୫କିଲୋମିଟର ଭିତରେ ଥିବା କେନ୍ଦ୍ରାପଡ଼ା ସଦର ଥାନାକୁ ଉଦାହରଣ ଭାବେ ନିଆଯାଉ। ୩୦ଟି ପ˚ଚାୟତକୁ ନେଇ ଗଠିତ ଏହି ଥାନା ଅଧିନରେ ଗୋଟିଏ ଚାନ୍ଦୋଳ ଫାଣ୍ତି ରହିଛି।
କିନ୍ତୁ ଯେଉଁ ହାରରେ ସଦର ଥାନାରେ ମାମଲା ରୁଜୁ ହେଉଛି, ସେହି ଅନୁପାତରେ ତଦନ୍ତ ଅଧିକାରୀ ନାହାନ୍ତି। ମ˚ଜୁରପ୍ରାପ୍ତ ପଦବି ଅନୁସାରେ ୪ଜଣ ଏସ୍ଆଇ ରହିବା କଥା। ଅଛନ୍ତି ମାତ୍ର ଦୁଇ ଜଣ। ଏଏସ୍ଆଇ ୫ଜଣଙ୍କ ଜାଗାରେ ଅଛନ୍ତି ତିନି ଜଣ। ହାଣ୍ତିରୁ ଗୋଟିଏ ଭାତ ଚିପିବା ଭଳି ସଦର ଥାନାକୁ ଯଦି ଉଦାହରଣ ଭାବେ ନେବା, ତେବେ ଜିଲ୍ଲାର ଅନ୍ୟ ଥାନାଗୁଡ଼ିକର ସ୍ଥିତି କ’ଣ, ତାହା ସହଜେ ଅନୁମେୟ। ମହାକାଳପଡ଼ାଠୁ ଡେରାବିଶ, ପାଟକୁରାରରୁ ତାଳଚୁଆ ଯାଏ ଏମିତି କୌଣସି ଗୋଟିଏ ଥାନା ନାହିଁ; ଯେଉଁଠି ଏସ୍ଆଇ, ଏଏସ୍ଆଇ ଅଭାବ ନାହିଁ। ସବୁଠି ପ୍ରାୟ ମାମଲାର ତଦନ୍ତ ପାଇଁ ପୁଲିସ ଅଧିକାରୀ ନାହାନ୍ତି। ଏପ୍ରକାର ପରିସ୍ଥିତିରେ ଆଜି ଆଉ ଦୁଇଟି ନୂଆ ଥାନା ପ୍ରସ୍ତାବକୁ ମ˚ଜୁରି ମିଳିଛି। ବର୍ତ୍ତମାନ ଜିଲ୍ଲାରେ ୧୪ଟି ଥାନା ରହିଛି। ପଟ୍ଟାମୁଣ୍ତାଇ ଗ୍ରାମାଞ୍ଚଳ ଓ କୋରୁଆ ଥାନା କାର୍ଯ୍ୟକାରୀ ହେଲେ ସ˚ଖ୍ୟା ୧୬ରେ ପହଞ୍ଚିବ। କିନ୍ତୁ ଯେଉଁ ମୌଳିକ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ଜିଲ୍ଲା ମୁଖ୍ୟାଳୟଠୁ ଥାନା ଯାଏ ସବୁସ୍ତରରେ ତଦନ୍ତ ଅଧିକାରୀଙ୍କ ମରୁଡ଼ି ପଡ଼ିଥିବା ବେଳେ ସଦ୍ୟ ଘୋଷିତ ଆଉ ଦୁଇ ନୂଆ ଥାନାର ଭାଗ୍ୟ କ'ଣ ହେବ? ଖାସ୍ ତଦନ୍ତ ଅଧିକାରୀଙ୍କ ଅଭାବ କାରଣରୁ ମାମଲା ଦୁର୍ବଳ ହେବା ସହିତ କୋର୍ଟରେ ଦୋଷୀ ସାବ୍ୟସ୍ତ ହାର ଅତ୍ୟନ୍ତ ନଗଣ୍ୟ ରହୁଛି। ଜାତୀୟ ଅପରାଧ ରେକର୍ଡ ବ୍ୟରୋର ୨୦୨୦ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୧.୨ପ୍ରତିଶତ ରହିଛି। କହିବାକୁ ଗଲେ, ପୁଲିସ କେବଳ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ଦେଉଛି ସତ କିନ୍ତୁ କୋର୍ଟରେ ପର୍ଯ୍ୟାପ୍ତ ପ୍ରମାଣ ତ’ ଦୂରର କଥା ଚାର୍ଜସିଟ୍ ବି ଠିକ୍ ସମୟରେ ଦାଖଲ କରିପାରୁନଥିବାରୁ ଦୋଷୀ ଜାମିନ୍ରେ ମୁକୁଳିଯିବା ସହଜ ହେଉଛି। ଏଭଳି ଉଦ୍ବେଗଜନକ ସ୍ଥିତିରେ ଯେଉଁଠି ଜିଲ୍ଲା ପୁଲିସ ମୁଖ୍ୟାଳୟଠୁ ଥାନା ଯାଏ ସବୁଠି ତଦନ୍ତ ଅଧିକାରୀଙ୍କ ଘୋର ଅଭାବ ରହିଛି, ସେଭଳି ସ୍ଥିତିରେ ସରକାରଙ୍କ ବହୁ ପ୍ରସାରିତ ‘୫-ଟି’ ବ୍ୟବସ୍ଥାରେ ଲୋକମାନଙ୍କୁ କିଭଳି ତ୍ବରିତ ନ୍ୟାୟ ମିଳିବ ବୋଲି ପ୍ରଶ୍ନ ଉଠୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/D96C232E-DE2B-4A8F-AEEC-26EDF2B33372095014.jpg)