ରକ୍ତର ବିକଳ୍ପ ସୃଷ୍ଟି ହୋଇନାହିଁ, ଦୁର୍ଗପତି ପରିବାର ସହିତ ୭୦ ଯବାନ ଦେଲେ ରକ୍ତ 

ଝାରସୁଗୁଡ଼ା: ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନକୁ ସାରା ରାଜ୍ୟରେ ଯୁବ ସ୍ୱାଭିମାନ ଦିବସ ଭାବରେ ପାଳନ କରାଯାଇ ଆସୁଛି। ଶ୍ରୀ ପଟ୍ଟନାୟକଙ୍କ ଆଜି ୭୦ ତମ ଜନ୍ମଦିନ ଉପଲକ୍ଷେ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଛି। ଝାରସୁଗୁଡ଼ା ଠାରେ ଥିବା ଓଏସ୍‌ଏପି ଦ୍ଵିତୀୟ ବାଟାଲିୟନର ସହଯୋଗରେ ଓଏମ୍ପି ହସପିଟାଲ ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ବାଟାଲିୟନର ଦୁର୍ଗପତି ଆଶିଷ କୁମାର ଦୁବେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିବିରକୁ ଉଦ୍‌ଘାଟନ କରିବା ସହିତ ନିଜ ପତ୍ନୀ ରଞ୍ଜିତା ଦୁବେ ଓ ପୁତ୍ର ଅନୁଷ ଦୁବେଙ୍କ ସହିତ ପ୍ରଥମେ ରକ୍ତଦାନ କରିଥିଲେ।

ଏହି ଅବସରରେ ଦୁର୍ଗପତି ଶ୍ରୀ ଦୁବେ କହିଥିଲେ ଯେ, ରକ୍ତର ବିକଳ୍ପ ନାହିଁ, ରକ୍ତଦାନ ଠାରୁ  ମହତ କାମ ମଧ୍ୟ ଆଉ କିଛି ନାହିଁ। ରକ୍ତ ଦେଇ ଆଉ ଗୋଟିଏ ଜୀବନକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ଖୁସି ଠାରୁ ମଧ୍ୟ ଆଉ କୌଣସି ବଡ଼ ଖୁସି ନାହିଁ। ବାଟାଲିୟନର ଉପ-ଦୁର୍ଗପତି ଲକ୍ଷ୍ମଣ ସିଂ, ଉପ-ଦୁର୍ଗପତି ଭବାନୀ ଶଙ୍କର ସେଠ୍‌, ସହ-ଦୁର୍ଗପତି ଦିଲ୍ଲୀପ ସାହୁ, ସହ-ଦୁର୍ଗପତି ମାନ୍ଧାତା ସାଏ ଶିବିରରେ ଉପସ୍ଥିତ ରହି ରକ୍ତାଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ଶିବିର ପରିଚାଳନା କରିଥିଲେ।

ଝାରସୁଗୁଡ଼ା ରେଡ୍‌କ୍ରସ୍‌ ରକ୍ତଭଣ୍ଡାର ଅଧିକାରୀ ଡା. ଶିଲାୱାନ୍ତି ଯୋଯୋଙ୍କ ନେତୃତ୍ୱରେ ଭାବଗ୍ରାହୀ ବେହେରା, କିରଣ ସାହୁ, ଦୋଳଗୋବିନ୍ଦ ଛଚାନ, ଦିଲ୍ଲୀପ କୁମାର ବନଛୋର ରକ୍ତ ସଂଗ୍ରହ କରିଥିଲେଯ ଓଏମ୍ପି ହସପିଟାଲର କର୍ମଚାରୀ ମଧ୍ୟ ଏଥିରେ ସହଯୋଗ କରିଥିଲେ।

ସମ୍ବାଦ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ମିଶ୍ର, ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ, ଲଇକେରା ପ୍ରତିନିଧି ଭରତ ପାତ୍ର, କୋଲାବିରା ପ୍ରତିନିଧି ସୁମନ୍ତ ବହିଦାର, ସମ୍ବାଦ ସାହିତ୍ୟ ଘର ସଂପାଦକ ଅକ୍ଷୟ ପତି, ସମାଜସେବୀ ସୁବ୍ରତ ତ୍ରିପାଠୀ, ରମେଶ ଗାନ୍ଧୀ, ନିମାଇଁ ଚରଣ ବେହେରା, ମାନସୀ ପଣ୍ଡା  ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଦୁର୍ଗପତିଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ରାଜ କୁମାର ନେୱାର, ରାଜୀବ ଥାପା, ଅବିନାଶ ପ୍ରଧାନ, ଦୀପକ କୁମାର ଶ୍ରେଷ୍ଠ, ଅର୍ଜୁନ ନେୱାର, ରାମ ପ୍ରସାଦ ସାପକୋଟା, ରାମ ବାହାଦୁର ଥାପା, ରାକେଶ ଛେତ୍ରୀ, କୁମାର କେସି, ୟାମ ବାହାଦୁର ପୁନ, ନାରାୟଣ କୁମାର ଥାପା, ବିବେକ କୁମାର ଶ୍ରେଷ୍ଠ, ରମେଶ ବୁଡ଼ା, ନେତ୍ର ବାହାଦୁର ଗୁରୁଙ୍ଗ, ଧନ ବାହାଦୁର ବୟାମ୍ବୁ, ସୁମନ ଶ୍ରେଷ୍ଠ, ଆନନ୍ଦ ଶ୍ରେଷ୍ଠ, ଦେବେନ୍ଦ୍ର କୁମାର ସାହୁ, ମନୋଜ ଥାପା, ସନ୍ତୋଷ ରାଣା, ପିତାମ୍ବର ସିଂ ଥାପା, ନିହାଲ ଥାପା, କମଲ ବାହାଦୁର ଥାପାମଗର, ଶେଳେଶ ସିଂ ଛେତ୍ରୀ, ସଚିନ ବାହାଦୁର କଟେଲ ଛେତ୍ରୀ, ସେରଭ ଛେତ୍ରୀ, ଜ୍ଞାନ ଥାପା, ବିଧାନ ହମାଲ, ସନ୍ଦୀପ ଗୁରୁଙ୍ଗ, ଶୁଭେନ ବାହାଦୁର, ଧୃବ କ୍ଷେତ୍ରୀ, ବିନୋଦ ଗୁରୁଙ୍ଗ, ରୋହନ ନେୱାର, ସମୀର ଲେଖାନ୍ଦ୍ରେ, ବିନୋଦ କୁମାର ଶ୍ରେଷ୍ଠ, ୟୋଗେଶ ମଲ୍ଲ ଠାକୁର, ଆକାଶ ବିକେ, ରବିନ ଗେୱାଲି, ସନ୍ତରାଜ ରାଣା, ଅଜିତ ରାଣା, କ୍ରିଷ୍ଣା ବାହାଦୁର ଘରତୀ, ପ୍ରଭାତ ଲାମା, ସୁମନ ଥାପା, ନୀରଜ ଗୁରୁଙ୍ଗ, କିରନ କୁଅଁର, ଗାୟତ୍ରୀ ସାମଲ, ଭୁୱନ ନେପାଲୀ, ବିଶାଲ ସୁରଖାଲୀ, ଭୂପେନ୍ଦ୍ର ରାୱତ, ଅତୁଲ ଥାପା, ଆଶିଷ ପରିୟାର, ରାଜେନ୍ଦ୍ର ନେପାଲୀ, ଦିୱସ ଛେତ୍ରୀ, ପାର୍ଥ ସାରଥୀ ଦାସ, ନରେଶ ବାହାଦୁର ସାହୀ, ଉପମା ପଟେଲ, ଦୀପକ କୁମାର ନାଏକ, ଅମନ୍ତ କୁମାର ପ୍ରଧାନ, ଆକାଶ କ୍ଷେତ୍ରୀ ପ୍ରମୁଖ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର