ରାଉରକେଲା: ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ମା’ର ମୃତ୍ୟୁକୁ ପ୍ରାୟ ସାଢ଼େ ୬ ବର୍ଷ ବିତିଲାଣି। ଘରେ ଦୁଇ ଗୋଡ଼ ହରାଇଥିବା ବାପା ଓ ଅବିବାହିତ ଭଉଣୀ। ପରିବାର ଭରଣପୋଷଣ କରିବାକୁ ପରିବା ବିକୁଛନ୍ତି ପୁଅ। କିନ୍ତୁ ଏଯାଏଁ ଅନୁକମ୍ପା ନିଯୁକ୍ତି ମିଳିପାରିନାହିଁ। ଯୋଗ୍ୟ ହୋଇଥିଲେ ସୁଦ୍ଧା ଅନୁକମ୍ପା ନିଯୁକ୍ତିରେ ଜିଲ୍ଲା ଶିକ୍ଷା ବିଭାଗର ଟାଳଟୁଳ ନୀତି ଯୋଗୁଁ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି ମହମ୍ମଦ ସାହିଦଙ୍କ ପରିବାର।
ସାହିଦଙ୍କ ମା’ ଜାହାନାରା ବେଗମ୍ ସେକ୍ଟର-୬ ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀଭାବେ କାର୍ଯ୍ୟରତ ଥିଲେ। ସ୍କୁଲ ପରିସରରେ ଥିବା ସର୍ଭେଣ୍ଟ୍ କ୍ବାର୍ଟରରେ ପୂରା ପରିବାର ରହୁଛନ୍ତି। ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେବାରୁ ୨୦୧୪ ମସିହା ନମଭମ୍ବର ୨୧ ତାରିଖରେ, ପ୍ରାୟ ୫୬ ବର୍ଷ ବୟସରେ ତାଙ୍କର ମା’ଙ୍କ ମୃତ୍ୟୁ ହୋଇଥିଲା। ଚାକିରିକୁ ଆହୁରି ୪ ବର୍ଷ ଥିଲା। ପରିବାରର ଏକମାତ୍ର ରୋଜଗାରର ମାଧ୍ୟମ ଜାହାନାରାଙ୍କ ମୃତ୍ୟୁ ପରେ ଆର୍ଥିକ ଦୁଃସ୍ଥିତି ଆହୁରି ବିଗିଡ଼ିଯାଇଥିଲା। ଏହାସହ ଟ୍ରେନ୍ ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇଥିବା ବାପାଙ୍କ ଚିକିତ୍ସା ସେବା ଓ ଭଉଣୀର ପାଠପଢ଼ା ଖର୍ଚ୍ଚ, ବୋଝ ଉପରେ ନଳିତା ବିଡ଼ା ହୋଇଯାଇଥିଲା। ଏଣୁ ପରିବାର ଭରଣପୋଷ ପାଇଁ ସାହିଦ ଠେଲାରେ ପରିବା ବିକିବା ଆରମ୍ଭ କରିଥିଲେ। ସରକାରୀ ନିୟମ ଅନୁଯାୟୀ ଅନୁକମ୍ପା ନିଯୁକ୍ତି ପାଇଁ ଆବେଦନ କରିଥିଲେ। ପରେ କାଗଜପତ୍ର ସମେତ ଆନୁସଙ୍ଗିକ ଦିଗ ପ୍ରତି ଯାଞ୍ଚ କରାଯିବାରୁ ସାହିଦ ଯୋଗ୍ୟ ବିବେଚିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସାହିଦଙ୍କ ଫାଇଲ୍ ଆଉ ଆଗକୁ ବଢ଼ିପାରିନଥିଲା। ବାରମ୍ବାର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, କାକୁତିମିନତି କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା। ଏଣୁ ସାହିଦ ଓଡ଼ିଶା ଆଡ୍ମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ର ଦ୍ବାରସ୍ଥ ହେବାରୁ ତାଙ୍କ ସପକ୍ଷରେ ନ୍ୟାୟ ଆସିଥିଲା। ତିନି ମାସ ମଧ୍ୟରେ ନିଯୁକ୍ତି ଦେବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେବାସତ୍ତ୍ବେ କିନ୍ତୁ ଚାକିରି ମିଳିନଥିଲା। ଏମିତିକି ୨୦୨୦ ମସିହାରେ ଚାକିରି ଥାଇ ମୃତ୍ୟୁବରଣ କରିଥିବା ଶିକ୍ଷକ ଓ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଅନୁକମ୍ପା ନିଯୁକ୍ତି ଦେବାକୁ ଉଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ। କିନ୍ତୁ ସାହିଦଙ୍କୁ ଏପର୍ଯ୍ୟନ୍ତ ଅନୁକମ୍ପା ନିଯୁକ୍ତି ମିଳିପାରିନାହିଁ। ଅବିବାହିତା ଭଉଣୀର ବିବାହ ଓ ଦିବ୍ୟାଙ୍ଗ ପିତାର ଚିକିତ୍ସା ସେବା ଧାରକରଜ କରି ଚଳୁଥିବା ସାହିଦ ଶିକ୍ଷାବିଭାଗ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଶୁଭଦୃଷ୍ଟି ପଡ଼ୁନଥିବାରୁ ଗତ ପ୍ରାୟ ୭ ବର୍ଷ ହେଲା ଭାଗ୍ୟକୁ ଆଦରି ବସିରହିଛନ୍ତି ପୂରା ପରିବାର।
୭ ବର୍ଷ ବିତିଲା, ଉତ୍ତରାଧିକାରୀଙ୍କୁ ମିଳିଲାନି ଅନୁକମ୍ପା ନିଯୁକ୍ତି; ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅଟକି ରହିଛି ଫାଇଲ୍
/sambad/media/post_attachments/wp-content/uploads/2021/09/WhatsApp-Image-2021-09-20-at-22.09.20.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)