୩ ମାସ ବିତିଲା, ମିଳିଲାନି ଅଗ୍ନିବିପନ୍ନଙ୍କୁ ସହାୟତା

ଖୋର୍ଦ୍ଧା/ସିକୋ : ବେଗୁନିଆ ତହସିଲ ଅନ୍ତର୍ଗତ ବୋତଳମା ପଂଚାୟତର ରକତପାଟଣା ଗାଁରେ ଗତ ନଭେମ୍ବର ୧୪ ତାରିଖରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ କ୍ଷତିଗ୍ରସ୍ତଙ୍କୁ ଏଯାଏଁ ସହାୟତା ମିଳିନଥିବାରୁ ଗାଁରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ନଭେମ୍ବର ୧୪, ଦୀପାବଳି ରାତିରେ ଅଗ୍ନିକାଣ୍ଡ ଯୋଗୁଁ ଶ୍ରୀଧର ମହାପାତ୍ର, ମନୋରଂଜନ ମହାପାତ୍ର, ମନୋଜ ମହାପାତ୍ର, ବାସନ୍ତୀ ମହାପାତ୍ର, କୌଶଲ୍ୟା ମହାପାତ୍ରଙ୍କ ୫ ବଖରା ପୋଡ଼ି ଯାଇଥିଲା । ପଂଚାୟତ ଓ ବ୍ଲକ କର୍ତୃପକ୍ଷ ଅଗ୍ନିକାଣ୍ଡପରେ ସରଜମିନ ତଦନ୍ତ କରି ସରକାରଙ୍କ ଅଗ୍ନିକାଣ୍ଡ ବିପନ୍ନଙ୍କୁ ଦିଆଯାଉଥିବା ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ପ୍ରାୟ ୩ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ କୌଣସି ସହାୟତା ମିଳିନାହିଁ । ଏନେଇ ବାରମ୍ବାର ବ୍ଲକ ଓ ରାଜସ୍ୱ ବିଭାଗ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ଓ ସେମାନଙ୍କ କଥା କେହି ଶୁଣୁନଥିବା କ୍ଷତିଗ୍ରସ୍ତ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର