ପ୍ରକାଶ ପାଇଲାନି ଘରୋଇ ସ୍କୁଲର ଦଶମ ଶ୍ରେଣୀ ପରୀକ୍ଷା ଫଳ, ଉପଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ 

ଭଞ୍ଜନଗର: ଚଳିତ ବର୍ଷ କରୋନା ମହାମାରୀ ପାଇଁ ବିନା ପରୀକ୍ଷାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରିଲେ ରାଜ୍ୟ ସରକାର। ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ପଢୁଥିବା ପ୍ରାୟ ୯୮ ପ୍ରତିଶତ ପିଲା ପାସ୍ ମଧ୍ୟ କଲେ। ଏହି ଫଳାଫଳକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟ ସାମ୍ନାକୁ ଆସୁଥିବା ବେଳେ ଯେଉଁ ମାନେ ନିଜ ମାର୍କକୁ ନେଇ ଅସନ୍ତୁଷ୍ଟ ସେମାନେ ପୁଣି ସମସ୍ତ ପେପର୍ ପରୀକ୍ଷା ଦେଇପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଭଞ୍ଜନଗର ଅଞ୍ଚଳର ଗୋଟିଏ ଘରୋଇ ସ୍କୁଲର ଜଣେ ମଧ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ଦେଖାଦେଇଛି ଅସନ୍ତୋଷ। ସ୍କୁଲ କର୍ତ୍ତୁପକ୍ଷଙ୍କ ବିରୋଧରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଜମା ହୋଇ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରିବା ଦିଗରେ ପଦକ୍ଷେପ ନେବା ସହ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଛନ୍ତି।

ଅଭିଭାବକ ମାନଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ବିଦ୍ୟାଳୟରେ ୭୨ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ସଂପୃକ୍ତ ସ୍କୁଲରେ ସେମାନଙ୍କ ନାମ ଲେଖାଇଥିଲେ। ପୂର୍ବ ବର୍ଷ ମାନଙ୍କରେ ଅନେକ ଛାତ୍ରଛାତ୍ରୀ ଏହି ସ୍କୁଲରୁ ପାଠପଢି ଉର୍ତ୍ତିର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ଛାତ୍ରଛାତ୍ରୀ ମାନେ ମଧ୍ୟ ସେମାନଙ୍କ ଶିକ୍ଷାନୀତି ଅନୁଯାୟୀ ପାଠ ପଢିବା ସହ ସ୍କୁଲରରେ ନବମ ଶ୍ରେଣୀରୁ ଉର୍ତ୍ତିର୍ଣ୍ଣ ହେବା ସହ ଦଶମରେ ପ୍ରକ୍ଟିସ୍ ଟେଷ୍ଟ୍,ଟେଷ୍ଟ୍ ପରୀକ୍ଷା,ପ୍ରି ବୋର୍ଡ ଏବଂ ଶେଷରେ ଫାଇନାଲ୍ ବୋର୍ଡ ପରୀକ୍ଷା ଦେଇଥିେଲେ। ଏହାପରେ କରୋନା ପାଇଁ ରାଜ୍ୟ ସରାକାର ଦଶମ ବୋର୍ଡ ପରୀକ୍ଷା ବାତିଲ ପରେ ଅଭିଭାବକ ମାନେ ସ୍କୁଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଥିବା ବେଳେ ପିଲାମାନଙ୍କ ବୋର୍ଡ ପରୀକ୍ଷା ଏବଂ ରେଜଲ୍ଟ ପ୍ରକାଶକୁ ନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ସ୍କୁଲ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଥିବା ଅଭିଭାବକ ମାନେ ପ୍ରକାଶ କରିଛନ୍ତି। କିନ୍ତୁ ରାଜ୍ୟ ସରାକାର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରିଥିଲେ ମଧ୍ୟ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ହୋଇନଥିବାରୁ ସ୍କୁଲ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ଉତ୍ତର ଦେଇପାରୁନଥିବା ଅଭିଭାବକ ମାନେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ନମଲେଖା ସମୟରେ ପତ୍ରବିନିମୟ ପାଠ୍ୟକ୍ରମରେ ନାମ ଲେଖାଇଥିବା ବର୍ତ୍ତମାନ ଜାଣିବାକୁ ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେମାନଙ୍କ ରେଜଲ୍ଟ ଜାଣିବା ପାଇଁ ବୋର୍ଡ ସାଇଟ୍ରେ ସେମାନଙ୍କ ରୋଲ୍ ନମ୍ବର ଦେବାରୁ ସେମାନଙ୍କ ନାମ ପତ୍ରବିନିମୟ ସାରଣୀରେ ରହିଥିବା ବେଇଳେ ପରୀକ୍ଷା ଫଳ ପ୍ରକାଶ ହୋଇନଥିବା ଜାଣିବାକୁ ପାଇଥିଲେ ବୋଲି ପ୍ରକାଶ କରିଛନ୍ତି।ପ୍ରବଳ ମାନସିକ ଚାପରେ ରହିଥିବା ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀ ମାନେ ମଧ୍ୟ ସେମାନଙ୍କ ଭବିଷ୍ୟତକୁ ନେଇ ଚାପଗ୍ରସ୍ତ ହୋଇଥିବା ବେଳେ ବିଭିନ୍ନ ମାନିସିକ ଦୁଃଶ୍ଚିନ୍ତା ମଧ୍ୟରେ ଗତି କରୁଥିବା ଆଜି ପ୍ରକାଶ କରିଛନ୍ତି। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସ୍କୁଲ କର୍ତ୍ତୁପକ୍ଷ ଏବଂ ବିଇଓଙ୍କୁ ଡକାଇ ଘଟଣା ସଂର୍ପକରେ ବୁଝିବା ସହ ପିଲାମାନଙ୍କ ପରୀକ୍ଷା ଫଳ କିଭଳି ପ୍ରକାଶ ପାଇବ ସେ ସଂର୍ପକରେ ପଦକ୍ଷେପ ନେବା ପାଇଁ କହିଥିଲେ। ସଂନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ବୋର୍ଡ ସହ କଥାବାର୍ତ୍ତା କରି ସ୍ବତନ୍ତ୍ର ଭାବେ ଏହି ୭୨ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ କିଭଳି ପ୍ରକାଶ କରାଯିବ ସେ ସଂର୍ପକରେ ସେ ଉଚ୍ଚ କତ୍ତୁର୍ପକ୍ଷଙ୍କ ସହ କଥାବାର୍ତ୍ତା କରିବେ ବୋଲି ଶ୍ରୀ ମିଞ୍ଜ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର