୩ ମାସ ହେଲା ଚାଉଳ ନାହିଁ କି କିରାସିନି ନାହିଁ

ଖୋର୍ଦ୍ଧା: ବାଲୁଗାଁ ବିଜ୍ଞପିତ ଅଞ୍ଚଳ ପରିଷଦର ୱାର୍ଡ଼ ନଂ ୧ରେ ଚାଲିଥିବା ପିଡିଏସ ସାମଗ୍ରୀ ଦୁର୍ନୀତି ସମ୍ପର୍କରେ ସୂଚନା ଦେଇ ହିତାଧିକାରୀ ମମତା ଢାଲି ଅଭିଯୋଗ କରିଛନ୍ତି କି, ୩ ମାସ ଧରି କିରାସିନି କି ଚାଉଳ ଦେଇନାହିଁ ।  ଗରିବ ଲୋକ ପ୍ରଥମେ ପ୍ରଥମେ ଭୟରେ ମୁହଁ ଖୋଲୁ ନଥିଲୁ । ଶେଷରେ ପରିସ୍ଥିତି ଅସମ୍ଭାଳ ହେବାରୁ ଆଜି ଜିଲ୍ଲାପାଳଙ୍କ ନିକଟକୁ ଗୁହାରି କରିବାକୁ ଆସିଛୁ ।

ଆଜି ବାଲୁଗାଁ ଏନ୍ଏସସି ୱାର୍ଡ ନଂ ୧ର ୪୦ରୁ ଊର୍ଧ୍ବ ମହିଳା-ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଳାପାଳଙ୍କୁ ସାକ୍ଷାତ କରି ପିଡିଏସ୍ ଦୁର୍ନୀତି ଓ ସମ୍ପୃକ୍ତ ଡିଲରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟଜଣେ ହିତାଧିକାରୀ ବାସନ୍ତୀ ସରକାରଙ୍କ କହିବାନୁସାରେ, ସମ୍ପୃକ୍ତ ଡିଲର ଠାରୁ ସେ ଗତ ୪ ମାସ ହେଲା କିରାସିନି ପାଇନାହାନ୍ତି, କିନ୍ତୁ କାର୍ଡରେ କିରାସିନି ପାଇଲୁ ବୋଲି ଟିପ ଚିହ୍ନ ନେଇଯାଉଛନ୍ତି । ମାସକୁ ୨ ଦିନ ଚାଉଳ ଓ ଗହମ ଦେବା ପାଇଁ ଧାର୍ଯ୍ୟ କରିଛନ୍ତି। ସେହି ଦିନ ନଗଲେ ଆଉ ଚାଉଳ କି ଗହମ ଦେଉନାହଁାନ୍ତି। ଯେତେବେଳେ ଚାଉଳ ଦେଉଛନ୍ତି ସେଥିରୁ ୩-୪ କିଲୋ କାଟି ଦେଉଛନ୍ତି । ଏନେଇ କେତେଜଣ ବିରୋଧ କରିଥିଲେ କି ସେମାନଙ୍କ କାର୍ଡ଼ ବଳପୂର୍ବକ ନିଜ ନିକଟରେ ରଖି ଦେଇଛନ୍ତି ।

ୱାର୍ଡ ନଂ ୧ର ଉକ୍ତ ଡିଲର ଓ ପିଡିଏସ୍ ଦୁର୍ନୀତି ସମ୍ପର୍କରେ ଏହି ଦୁଇଜଣ ନୁହନ୍ତି କାର୍ଯ୍ୟାଳୟକୁ ଅଭିଯୋଗ ନେଇ ଆସିଥିବା ସମସ୍ତ ହିତାଧିକାରୀ ସମ ଭାବରେ ଅଭିଯୋଗ କରିଛନ୍ତି । ଗତକାଲି ଏନେଇ ଉକ୍ତ ଡିଲରଙ୍କ ପିଡିଏସ୍ କେନ୍ଦ୍ର ନିକଟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଡିଲର ସେମାନଙ୍କ କାର୍ଡ କାଟି ଦେବାକୁ ଧମକ ଦେଇ ଗାଳିଗୁଲଜ କରିଥିଲେ । ଏଣୁ ସେମାନେ ଜିଲ୍ଲାପାଳଙ୍କ ନିକଟକୁ ଆସିଥିବା କହିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କ ଅଭିଯୋଗ ଶୁଣିବା ପରେ ଏନେଇ ପଦକ୍ଷେପ ନେବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର