ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ୍ର ଦୁର୍ଗମ ପଚାୟତ ଗୁରୁଝୁଲିବାସୀଙ୍କ ପାଇଁ ରାସ୍ତା ଯନ୍ତ୍ରଣା ବଡ଼ ସମସ୍ୟା ହୋଇଛି। ରାସ୍ତା ନଥିବାରୁ ଏହି ପ˚ଚାୟତର ବେତଗଣ୍ତା, ପଣସଢିଅ ଏବ˚ ବାମଦେଇପଦା ଗ୍ରାମର ଶହେରୁ ଊର୍ଦ୍ଧ୍ବ ପରିବାର ଲୋକ ନିକଟସ୍ଥ ମୋହନା, ଅଡ଼ବା ଓ ବିରିକୋଟ ଆସିବାକୁ ହେଲେ ହରଭଙ୍ଗୀ ନଦୀ ପାର ହେବାକୁ ପଡ଼େ। ନଦୀରେ ବର୍ଷସାରା ପାଣି ସ୍ରୋତ ରହୁଥିବାରୁ ଏବଂ ପୋଲଟିଏ ହୋଇପାରୁ ନଥିବାରୁ ଗ୍ରାମବାସୀ ପ୍ରତିଦିନ ଜୀବନକୁ ବାଜି ଲଗାଇ ଏକ ବଡ଼ ଗଛର ଭଙ୍ଗା ଡାଳକୁ ପୋଲ ଭାବେ ବ୍ୟବହାର କରି ଯାତାୟାତ କରନ୍ତି। ବେତଗଣ୍ତାର ୪୦ ପରିବାର, ପଣସଢିଅର ୩୦ ପରିବାର ଏବ˚ ବାମଦେଇପଦାର ୩୦ ପରିବାର ବଜାରସଉଦା ପାଇଁ ଅଡବା, ବିରିକୋଟ କିମ୍ବା ମୋହନା ବଜାର ଊପରେ ନିର୍ଭର କରିଥାନ୍ତି। ପ୍ରତିଦିନ ଗ୍ରାମରୁ ବାହାରିଲେ ହରଭଙ୍ଗୀ ନଦୀ ପାର ହେଲେ ଯାଇ ଯାଇପାରିବେ। ତେଣୁ ଗ୍ରାମବାସୀଙ୍କୁ ନଦୀପାର ହେବା ପାଇଁ ଏହା ଉପରେ ଢଳି ରହିଥିବା ଏକ ବିରାଟ ଗଛର ଶାଖା ଦେଇ ଅସୁରକ୍ଷିତ ଅବସ୍ଥାରେ ପାର ହେବାକୁ ପଡୁଛି। ଲୋକଙ୍କୁ ସହାୟ ହେଲା ଭଳି ନଦୀର ପାର୍ଶ୍ବରେ ରହିଥିବା ଏକ ବଡ଼ ଗଛଟି ଅପର ପାର୍ଶ୍ବକୁ ଭାରସାମ୍ୟ ହରାଇ ଢଳି ରହିଥିବା ଯୋଗୁଁ ଏହି ୩ ଗ୍ରାମର ଲୋକଙ୍କୁ ନଦୀ ପାରହେବା ସେମାନଙ୍କ ପାଇଁ ଏହା ଏକମାତ୍ର ବିକଳ୍ପ ହୋଇଛି। ନଦୀଉପରେ ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀ ବ୍ଲକ୍ ପ୍ରଶାସନ ସମେତ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଓ ବ୍ରହ୍ମପୁର ସା˚ସଦଙ୍କୁ ଗୁହାରି କରି ଆଜି ପର୍ଯ୍ୟନ୍ତ କିଛି ସୁଫଳ ପାଇ ନଥିବା କହିଛନ୍ତି। ତେଣୁ ଅସୁରକ୍ଷିତ ଗଛଡ଼ାଳ ହିଁ ତିନି ଗ୍ରାମବାସୀଙ୍କ ପାଇଁ ଯାତାୟାତର ମାଧ୍ୟମ ପାଲଟିଛି।
କେବଳ ରାସ୍ତା ସମସ୍ୟା ନୁହେଁ, ଏହି ପ˚ଚାୟତକୁ ସମସ୍ତ ମୌଳିକ ସୁବିଧା ଅପହଞ୍ଚ। ପିଇବା ପାଣିର କୌଣସି ସୁବିଧା ନଥିବା ବେଳେ ପିଲାଙ୍କ ପଢ଼ିବା ସୁବିଧା ବି ନାହିଁ। ଗୁରୁଝୋଳି ପ˚ଚାୟତଟି ମୋହନା ବ୍ଲକ୍ର ଅତ୍ୟନ୍ତ ଦୁର୍ଗମ ଇଲାକା ହୋଇଥିବା ବେଳେ ନୂତନ କରି ପ˚ଚାୟତ ଗଠନ ହୋଇଛି। ଦୁର୍ଗମ ପ˚ଚାୟତ ଯୋଗୁଁ କୌଣସି ଉଚ୍ଚ ଅଧିକାରୀ କିମ୍ବା ରାଜନେତାଙ୍କ ପାଦ ପଡ଼ୁନଥିବା କାରଣରୁ ଅ˚ଚଳର ସମସ୍ୟା ଗୁଡିକ ସରକାରୀ ନଜରକୁ ଆସିପାରୁନି। ତେବେ ପ˚ଚାୟତରେ ଲାଗି ରହିଥିବା ସମସ୍ୟା ଗୁଡ଼ିକ ସମାଧାନ ପ୍ରତି ତୁରନ୍ତ ପ୍ରଶାସନ ପଦକ୍ଷେପ ନ ନେଲେ ଆସନ୍ତା ତ୍ରିସ୍ତରୀୟ ପ˚ଚାୟତ ନିର୍ବାଚନ ବେଳେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଦାନିଏଲ ମାଝି, ନିଶା ମାଝୀ, ସୁବାସିନୀ ମାଝୀ, ରିନା ମାଝୀ, ପ୍ରଶାନ୍ତ ମାଝୀ, ଲତା ମାଝୀ ପ୍ରମୁଖ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/HARABHANGINADI-PAR-HEUCHHANTI-3-GRAMABASI.jpg)