ସିମୁଳିଆ: ସୂଚନା ଅଧିକାର ଆଇନରେ ତଥ୍ୟ ନ ଦେବାରୁ ସିମୁଳିଆ ଥାନାର ପୂର୍ବତନ ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ଏବଂ ସିମୁଳିଆ ବ୍ଲକର ୩ ପୂର୍ବତନ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ପୂର୍ବତନ ଥାନା ଅଧିକାରୀଙ୍କୁ ଜରିମାନା ଟଙ୍କା ଟ୍ରେଜେରିରେ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବ୍ଲକ ସୂଚନା ଅଧିକାରୀ ଓ ସମ୍ପ୍ରସାରଣ ଅଧିକାରୀଙ୍କୁ ବିଡିଓଙ୍କ ନିକଟରେ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବତନ ଥାନା ଅଧିକାରୀ ଶ୍ରୀ ପରିଡ଼ାଙ୍କୁ ୧୦ ହଜାର ଟଙ୍କା ଏବଂ ବ୍ଲକର ପୂର୍ବତନ ପିଇଓ ସତ୍ୟନାରାୟଣ ବିଶ୍ୱାଳ, ସୂଚନା ଅଧିକାରୀ ସରୋଜ କୁମାର ଜେନା ଓ କ୍ଷୀରକୋଣା ପିଇଓ ବିଶ୍ୱଜିତ ମହାନ୍ତିଙ୍କୁ ୫ ହଜାର ଟଙ୍କା ଲେଖାଏଁ ସୂଚନା କମିଶନର ଜରିମାନା କରିଛନ୍ତି।
ସୂଚନା ଅନୁସାରେ, ସିମୁଳିଆ ବରି ମାଗୁରଗଡ଼ିଆ ଅଞ୍ଚଳର ବିଶ୍ଵରଞ୍ଜନ ବେହେରା ୨୦୧୬ ମସିହାରେ ଥାନାରେ କେତୋଟି ମାମଲା ରୁଜୁ ହୋଇଥିବା ନେଇ ସୂଚନା ମାଗିଥିଲେ। ଏହି ସୂଚନା ନ ମିଳିବାରୁ ସେ ଦ୍ବିତୀୟ ଅପିଲ କରିଥିଲେ। କମିଶନର ଏହି ମାମଲାର ଶୁଣାଣି କରିଥିଲେ। ସେହିପରି କ୍ଷୀରକୋଣା ଅଞ୍ଚଳର ଆଇନଜୀବୀ ସରୋଜ କୁମାର ଜେନା ୧୯୯୯ରୁ ୨୦୧୩ ମଧ୍ୟରେ ଉକ୍ତ ଅଞ୍ଚଳରେ କେତେ ଜଣ ଉପଭୋକ୍ତାଙ୍କୁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ମୋ କୁଡ଼ିଆ ମିଳିଥିବାର ସୂଚନା ମାଗିଥିଲେ। ତେବେ ବ୍ଲକ ପକ୍ଷରୁ ରେକର୍ଡ ନଷ୍ଟ ହୋଇଯାଇଥିବା ଦର୍ଶାଇ ସୂଚନା ଦିଆଯାଇ ନଥିଲା।
ଆଇନଜୀବୀ ଶ୍ରୀ ଜେନା ଏହି ଘଟଣାରେ ଦ୍ବିତୀୟ ଅପିଲ କରିଥିଲେ। କମିଶନର ଏହି ମାମଲାରେ ରାୟ ଶୁଣାଣି କରିଥିଲେ। ସୂଚନା ଅଧିକାର ଆଇନ ବଳରେ ଜନସାଧାରଣ ତଥ୍ୟ ମାଗିବାର ନିୟମ ରହିଥିବା ବେଳେ ଏହାକୁ ବିଭାଗୀୟ ଅଧିକାରୀ ବିଭିନ୍ନ ଆଳ ଦେଖାଇ ତଥ୍ୟ ଦେଉନଥିବା ଆଇନସଚେତକ ନୀଳାମ୍ବର ମିଶ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/rti.jpg)