ଶବକୁ ମିଳିଲାନି ଜାତିଭାଇଙ୍କ କାନ୍ଧ, ମା’ର ଶବକୁ ଏକାକି ବୋହିଲା ପୁଅ

ସମାଜରୁ ହଜିଗଲାଣି ମାନବିକତା

ଖୁଣ୍ଟିଗୋରା: ସାମାଜିକ ବାସନ୍ଦ ଯୋଗୁଁ ମିଳିଲାନି ଚାରି କାନ୍ଧ। ଶେଷରେ ମା’ର ଶବକୁ ଏକାକି ବୋହି ନେଇ ସତ୍କାର କରିଛି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ତା ପଞ୍ଚାୟତରେ ଦେଖିବାକୁ ମିଳିଛି। ଗୁଣୁଚିତରା ଗାଁର ପ୍ରଶନ୍ନ ପୁଟା ନିଜ ବାପା, ମାଆ ଓ ସ୍ତ୍ରୀ ପିଲାଛୁଆଙ୍କ ସହିତ ରହୁଥିଲେ।

କୌଣସି କାରଣରୁ ଜାତି ସମାଜ ସେମାନଙ୍କ ପରିବାରକୁ ବାସନ୍ଦ କରିଥିଲେ। ୩ ମାସ ପୂର୍ବରୁ ତାଙ୍କ ବାପା ଶ୍ରୀଧର ପୁଟା(୬୦)ଙ୍କ ମୃତ୍ୟୁ ହୋଇଥିଲା। ଜାତିଭାଇ ସତ୍କାର କରି ନଥିଲେ। ସ୍ବାମୀଙ୍କ ଦେହାନ୍ତ ପରେ ମାନସିକ ସ୍ତରରେ ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ ସ୍ତ୍ରୀ ପଦୁକେଶି(୫୫)। ତେବେ ବୁଧବାର ରାତିରେ ପଦୁକେଶିଙ୍କ ମୃତ୍ୟୁ ହୋଇଥିଲା।

ପ୍ରଶନ୍ନଙ୍କ ପରିବାରକୁ ଲୋକମାନେ ବାସନ୍ଦ କରିଥିବାରୁ ଜାତିଭାଇ କି ଗାଁ ଲୋକ କାନ୍ଧରେ ନେବାକୁ ବାହାରି ନଥିଲେ। ଶେଷରେ ପ୍ରଶନ୍ନ ବାଧ୍ୟ ହୋଇ ନିଜ ମାଆର ଶବକୁ ଏକାକି ମଶାଣିକୁ ନେଉଥିବା ଖବରପାଇ ପୂର୍ବତନ ସରପଞ୍ଚ ତେଜରାଜ ସାହୁ ପହଞ୍ଚି ସାଇକଲ ମାଧ୍ୟମରେ ନେବାକୁ ପରାମର୍ଶ ଦେଇଥିଲେ। ଏଥିସହ ନିଜେ ଶ୍ମଶାନକୁ ଆସି ଜୁଇ ପ୍ରସ୍ତୁତ କରିବାରେ ସହଯୋଗ କରିବା ସହିତ ଶବ ପୋଡ଼ିବାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର