ଜୟପୁର: ଆସନ୍ତା ଜୁନ ୩ ତାରିଖରୁ ଆରମ୍ଭ ହେବ କୋରାପୁଟ ଜିଲ୍ଲାର ରବି ମଣ୍ଡି। ଜିଲ୍ଲାରୁ ଚଳିତବର୍ଷ ୧୨ଲକ୍ଷ ୪୨ ହଜାର ୫୯୭ କ୍ବିଣ୍ଟାଲ ଧାନ କିଣା ଯିବା ଲକ୍ଷ୍ୟ ରହିଛି। କୋରାପୁଟ ଉପଖଣ୍ଡରେ ୬ଟି ଓ ଜୟପୁର ଉପଖଣ୍ଡରେ ୬୮ଟି ଏଭଳି ୭୪ଟି ମଣ୍ଡିରେ ଧାନ କିଣାଯିବ। ଗତବର୍ଷ ୧୨ ଲକ୍ଷ ୨୪ ହଜାର କ୍ବିଣ୍ଟାଲ ଧାନ କିଣାଯାଇଥିଲା। ଗତ ବର୍ଷ ସ୍ଥାନୀୟ ୯୭ଟି ମିଲର୍ସ ଧାନ ଉଠାଇଥିଲେ। ଏଥରକ ମାତ୍ର ୨୫ ଜଣ ହିଁ ଧାନ ଉଠାଇବାକୁ ଇଛା ପତ୍ର ଦେଇଛନ୍ତି। ଏଥିପାଇଁ ପ୍ରଶାସନ ଚିନ୍ତାରେ ପଡ଼ିବା ସହ ଉପଜିଲ୍ଲାପାଳ ସମସ୍ତ ମିଲର୍ସଙ୍କୁ ଆଲୋଚନା ପାଇଁ ଡାକିଥିବା ବେଳେ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ। ପ୍ରକାଶଯୋଗ୍ୟ, ଜିଲ୍ଲାର ଜୟପୁର ଉପଖଣ୍ଡରେ କୋଲାବ କେନାଲର ପାଣି ଓ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପର ପାଣି ମାଡ଼ୁଥିବାରୁ ରବି ଚାଷ ଅଧିକା ହେଉଛି। ସେଭଳି କୋରାପୁଟ ଉପଖଣ୍ଡରେ ବି ଅଳ୍ପ ଧାନ ହେଉଛି।

Advertisment

ରାଜ୍ୟସରକାର ପ୍ରଥମ ପର୍ଯ୍ୟ‌ାୟରେ କୋରାପୁଟ ଜିଲ୍ଲାରୁ ୧୦ଲକ୍ଷ କ୍ବିଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଦେଇଛନ୍ତି। ଗତବର୍ଷ ପରି ଜିଲ୍ଲାରେ ଥିବା ମିଲର୍ସଙ୍କ କ୍ରୟକାରୀ ସଂସ୍ଥା ନିକଟରୁ ଧାନ ନେଇ ଚାଉଳ ଦେବେ। ଜିଲ୍ଲାରେ ଥିବା ୯୭ଟି ମିଲରୁ ମାତ୍ର ୨୫ ଜଣ ହିଁ ଧାନ ଉଠାଇବାକୁ ଇଛା ପତ୍ର ଦେଇଛନ୍ତି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା। ୧୫ଟି ଲ୍ୟାମ୍ପ, ୨୦ଟି ମହିଳା ସ୍ବୟଂ ସହାୟକ ଦଳ ଓ ୩ଟି ପାଣି ପଞ୍ଚାୟତ ମାଧ୍ୟମରେ ୩୮ଟି କ୍ରୟକାରୀ ସଂସ୍ଥା ମାଧ୍ୟମରେ ଧାନ କିଣାଯିବ। ଏଥରକ ୧୧ ହଜାର ୯୯୦ ଜଣ ପୁରୁଣା ଚାଷୀ ପୁନଃ ପଞ୍ଜୀକରଣ କରିଛନ୍ତି। ଏବଂ ନୂଆରେ ୯ ହଜାର ୩୭୫ ଜଣ ଏଭଳି ୨୧ ହଜାର ୩୬୫ ଚାଷୀ ପଞ୍ଜୀକରଣ କରିଛନ୍ତି। ରାଜସ୍ବ, କୃଷି ବିଭାଗର ଯୁଗ୍ମ ସର୍ଭେ ପରେ ଡିଆରସିଏସଙ୍କ ପକ୍ଷରୁ ସମ୍ପ୍ରତି ଚାଳିଥିବା ସାଟୋଲାଇଟ ସର୍ଭେରେ ୧୭ ହଜାର ୯୨୫ ଟି ପ୍ଲଟରେ ଧାନ ହୋଇଛି ନା ନାହିଁ ଯାଞ୍ଚ ଚାଳିଛି

ଆଜି ସଂଧ୍ୟାରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ବେଦବର ପ୍ରଧାନ ମିଲରଙ୍କୁ ବୁଝାଇବା ପାଇଁ ବୈଠକ ଡାକିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପଣ୍ଡା, ସହକାରୀ ଯୋଗାଣ ଅଧିକାରୀଙ୍କ ସହ ମିଲର୍ସ ମାନେ ଭାଗ ନେଇଥିଲେ। ଖରିଫ ମଣ୍ଡିରୁ ଉଠାଇଥିବା ଧାନର ୪୦ପ୍ରତିଶତ ଚାଉଲ ଏ ପର୍ଯ୍ୟନ୍ତ ଦେଇଥିବା ବେଳେ ଆଉ ୬୦ପ୍ରତିଶତ ଦେବାର ବାକି ରହିଛି ବୋଲି ମିଲର ମାନେ କହିଥିଲେ। ୬ କ୍ବିଣ୍ଟାଲ ଚାଉଳ ଏଫସିଆଇ ନେବାକୁ ନିର୍ଦେଶ ରହିଥିଲେ ହେଁ ଏ ପର୍ଯ୍ୟନ୍ତ ସରକାରୀ ନିୟମକୁ ନେଇ ସେ ଦେଢ଼ କ୍ବିଣ୍ଟାଲ ହିଁ ଉଠାଇଛି। ରବି ଧାନରେ ଆଦ୍ରତା ଅଧିକା ରହୁଥିବାରୁ ଧାନ ଉଠାଇ ସରକାରୀ ନିୟମରେ ଚାଉଳ ଦେବା ମୁସ୍କିଲ।

ରବିରେ ଧାନ ଏଫଏକ୍ୟୁ ମାନର ମିଳୁ ନଥିବାରୁ ମିଲିଂ ସମୟରେ ବହୁ ଧାନ ଭାଙ୍ଗି ଯିବା ସହ ବେରଂଗୀ ବି ରହୁଛି। ତେବେ ଏଭଳି ଚାଉଳକୁ ଏଫସିଆଇ ଗ୍ରହଣ କରୁ ନାହିଁ। ବହୁ କ୍ଷତି ସହିବା ସହ ପ୍ରଶାସନିକ ଚାପ ଓ ଆକ୍ରୋଶର ବି ଶୀକାର ହେବାକୁ ପଡ଼ୁଛି ବୋଲି କହିଛନ୍ତି କିଛି ମିଲର। କଟନିଛଟନିକୁ ନେଇ ମଣ୍ଡିରେ ବିବାଦ ସହ ଚାଷୀଙ୍କ ଆକ୍ରେଶର ସହ ପ୍ରଶାସନିକ ଆକ୍ରୋଶରେ ନିୟମ ଅନୁଯାୟୀ ଚାଉଳ ଏହି ପରିସ୍ଥିତିରେ ଦେବା ବହୁତ ମୁସ୍କିଲ ବୋଲି ମିଲର ମାନେ କହିଛନ୍ତି। ଅପରପକ୍ଷରେ ବାହାର ଜିଲ୍ଳାର ମିଲର ଧାନ ନେବାକୁ ଚାହୁଁ ନଥିବାରୁ ପ୍ରଶାସନ ମିଲରଙ୍କ ଉପରେ ୮ରୁ ୧୦କ୍ବିଣ୍ଟାଲ ଧାନ ଉଠାଇବାକୁ ଚାପ ପ୍ରୟୋଗ କରିଥିଲେ। କିନ୍ତୁ ମିଲର୍ସ ମାନେ ଏତେ ପରିମାଣର ଧାନ ଉଠାଇବା ମୁଢ଼ରେ ନଥିବାରୁ ଆଜିର ବୈଠକରେ କିଛି ନିଷ୍କର୍ସ ବାହାରି ପାରି ନଥିଲା।