ସୁନ୍ଦରଗଡ଼ : ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟସ୍ଥିତ ଟିକାଦାନ କେନ୍ଦ୍ରରେ ଲାଗିଥିଲା ଗହଳି। ୪୫ ଦିନ ପରେ କରୋନା ଟିକାର ଦ୍ବିତୀୟ ଡୋଜ୍ ନେବା ପାଇଁ ପହଞ୍ଚିଥିଲେ ଲୋକେ। ସକାଳ ୬ରୁ ଧାଡ଼ିରେ ଠିଆ ହୋଇଥିଲେ। ଧାଡ଼ିରେ ବହୁ ବରିଷ୍ଠ ନାଗରିକ ମଧ୍ୟ ଥିଲେ। ଟିକାଦାନ କେନ୍ଦ୍ର ପକ୍ଷରୁ ପ୍ରାୟ ଶହେ ଜଣଙ୍କ ହାତରେ ଧରାଇ ଦିଆଯାଇଥିଲା କ୍ରମିକ ସଂଖ୍ୟାର ଚିଠା। ତା’ ବାହାରେ ଆହୁରି ଅନେକ ଲୋକ ଅପେକ୍ଷା କରିଥିଲେ। ଠିକ୍ ସାଢ଼େ ୮ ବେଳକୁ ସୂଚନା ଦିଆଗଲା, ଟିକା ମିଳିବନି। ଟିକାଦାନ ସାଇଟ୍କୁ ବନ୍ଦ କରି ଦିଆଯାଇଛି। ୮୪ ଦିନ ପରେ ଦ୍ବିତୀୟ ଡୋଜ୍ ମିଳିବାକୁ ଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କରିଥିବା କୁହାଗଲା। ଦୀର୍ଘ ଅଢ଼େଇ ଘଣ୍ଟା ଧରି ଠିଆ ହୋଇଥିବା ବରିଷ୍ଠ ନାଗରିକଙ୍କ ସମେତ ଅନ୍ୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଆଗୁଆ ସୂଚନା କାହିଁକି ଦିଆଗଲା ନାହିଁ ଓ ଏତେ ସମୟ ଠିଆ କାହିଁକି କରାଗଲା ବୋଲି ପ୍ରଶ୍ନ କରିଥିଲେ। ସେଥିପାଇଁ କିଛି ସମୟ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲେ। କିନ୍ତୁ ଟିକାକେନ୍ଦ୍ର କର୍ମଚାରୀ ହାତ ଟେକି ଦେଇଥିଲେ। ବିଜେଡି ନେତା ଜୟନାରାୟଣ ତ୍ରିପାଠୀଙ୍କ ସମେତ କିଛି ଲୋକେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ଦୃଷ୍ଟିକୁ ନେଇଥିଲେ। କିନ୍ତୁ ରାଜ୍ୟସ୍ତରରେ ଏହା ନିୟନ୍ତ୍ରିତ ହେଉଥିବାରୁ କିଛି କରାଯାଇପାରିବ ନାହିଁ ବୋଲି ସେ କହିଥିଲେ। ଅସନ୍ତୁଷ୍ଟ ହୋଇ ଫେରି ଯାଇଥିଲେ ଦ୍ବିତୀୟ ଡୋଜ୍ ନେବାକୁ ଆସିଥିବା ଲୋକେ।
ଚିଠା ଧରି ୨ ଘଣ୍ଟା ଧାଡ଼ିରେ ଠିଆ ହୋଇ ଫେରିଗଲେ , ମିଳିଲାନି ଟିକାର ଦ୍ବିତୀୟ ଡୋଜ୍
/sambad/media/post_attachments/wp-content/uploads/2021/05/WhatsApp-Image-2021-05-17-at-21.40.13.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)