ଜିଲ୍ଲାରେ ଆଣ୍ଠେଇଲାଣି ଜଳ ପ୍ରକଳ୍ପ, ତେଲିଙ୍ଗିରରେ ପାଣି ନାହିଁ, କୋଲାବରେ ଦୁଇ ୟୁନିଟ୍‌ ଅଚଳ 

କୋରାପୁଟ : ଯେଉଁ ସମୟରେ ଗର୍ଭାଷୟରେ ଅକାତକାତ ପାଣି ରହିବା କଥା ଏବେ ଶୁଖିଲା ପଡିଛି। ଯେଉଁ ସମୟରେ ଚାଷୀଙ୍କ ଜମିକୁ ପାଣି ଯିବା କତା ସେହି ସମୟରେ ପାଣିର ଘୋର ଅଭାବ ଦେଖାଦେଇଛି। ଫଳରେ ଆସନ୍ତା ଋତୁ ପାଇଁ ଜଳ ମିଳିବ କି ନ‌ାହିଁ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। କୋରାପୁଟ ଜିଲ୍ଲାରେ କୋଟି କୋଟି ଟଙ୍କା‌ ବିନିୟମରେ ତିଆରି ହେଲା ବହୁ ପ୍ରତିକ୍ଷିତ ତେଲିଙ୍ଗିର ଓ ଉପର କୋଲାବ ପ୍ରକଳ୍ପ। ଏହି ଦୁଇ ଜଳ ଭଣ୍ଡାରରେ ଏବେ ପାଣି ନାହିଁ। କୋରାପୁଟ ଜିଲ୍ଲା ଜୟପୁର ଓ ବୋରିଗୁମ୍ମା ବ୍ଲକରେ ଏବେ ବି ନିର୍ମାଣାଧୀନ ରହିଛି ବହୁ ପ୍ରତିକ୍ଷୀତ ତେଲିଙ୍ଗିରି ମଧୢମ ଜଳସେଚନ ପ୍ରକଳ୍ପ। ଏବେ ଜଳଭଣ୍ଡାରରେ ଜଳ ନାହଁ। ଏହାର ସୁଯୋଗ ନେଇ ପୁଣିଥରେ ତିନିଟି ଗେଟ୍‌ର ମରାମତି କାର୍ଯ୍ୟ ଚାଲିଛି। ଯଦି ଏହି ମୁଖ୍ୟ ତିନିଟି ଗେଟ୍‌ ଖରାପ ହୁଏ ତେବେ ଏହାର ପଛ ପଟେ ଆଉ ତିନିଟି ଗେଟ୍‌ ଚାଲିଥବା ଜଣାପଡିଛି। ଏହାସହ ମେନ୍‌ କେନାଲ କାମ ମଧ୍ୟ ଜାରି ରହିଥିବା ଏସଡିଓ ହିତେଶ ସାହୁ କହିଛନ୍ତି। ୨୦୧୮ରେ ୨୦ ପ୍ରତିଶତ ଜଳ ଚଢ଼ାଯାଇଥିବା ବେଳେ ୨୦୧୯ରେ ୫୦ ପ୍ରତିଶତ ଓ ୨୦୨୦ରେ ଏହା ଶତ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ୨୦୨୧ରେ ଉଭୟ ଓ ଖରିଫ ଋତୁ ପାଇଁ ଜଳ ଯୋଗାଣ କରାଯିବାକୁ ଯୋଜନା ରହିଥିଲା। ଏବେ ବି ନିର୍ମାଣ କାମ ସହ ବହୁ କାର୍ଯ୍ୟ ଏବେ ବି ଅଧୁରା ରହିଥିବାରୁ ବହୁ ପ୍ରତିକ୍ଷୀତ ତେଲିଙ୍ଗିରି ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ଆଶା ଆଶଙ୍କା ଦେଖାଦେଇଛି।

୧୯୯୯ରୁ ମଞ୍ଜୁରୀ ମିଳିଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧୨ରେ ଶେଷ ହେବାକୁ ଯୋଜନା ରହିଥିବା ବେଳେ ଏକାଧିକ କାରଣ ନେଇ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ। ସେହି ସମୟରେ ଏହି ପ୍ରକଳ୍ପ ପାଇଁ ୧୦୬ କୋଟିର ବ୍ୟୟବରାଦ କରାଯାଇ ଥିବା ବେଳେ ପ୍ରଥମ, ଦ୍ବିତୀୟ ଓ ୨୦୧୬-୧୭ରେ ତୃତୀୟ ପୁନଃନିର୍ଦ୍ଧାରଣ ଅନୁସାରେ ଏହାର ବ୍ୟୟବରାଦ ୯୯୨ କୋଟି ୮୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ୫୦୦ ହେକ୍ଟର ବୁଡ଼ି ଅଞ୍ଚଳ ବଦଳରେ ଏହାର ୨୦ ଗୁଣା ଅଧିକ ଜମିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ଏହି ମଧୢମ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ଡ୍ୟାମରେ ୬୩୩ ମିଟର ସବାର୍ଧିକ ଜଳ ଧାରଣ କ୍ଷମତା ରହିଥିବା ଏବେ ଶୁଖିଲା ପଡିଥିବା‌ ଦେଖିବାକୁ ମିଳିଛି। ୨୦୧୮ ଜୁନରେ ଏହି ଡ୍ୟାମରେ ଏବେ ୬୧୮.୫୬ ମିଟର ଜଳ ଗଚ୍ଛିତ ହୋଇଥିଲା ଏବଂ ୭ ହଜାର ହେକ୍ଟର ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇଥିଲା। ୨୦୧୯ରେ ୬୨୩.୫୮ ମିଟର, ୨୦୨୦ରେ ୬୨୩.୫୬ ମିଟର ଜଳ ରହିଇଥିବାବେଳେ ଏବେ ଗର୍ଭାଷୟକୁ ପୁରା ଶୁଖିଲା କରାଯିବାରୁ ଆସନ୍ତା ଋତୁରେ କକ୍ଷଣ ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ କୋରାପୁଟ ଜିଲ୍‌ଲାରେ ଉପର କୋଲାବ ଜଳଭଣ୍ଡାର ଅବସ୍ଥା ମଧ୍ୟ ସମାନ। ଆଜି ସୁଦ୍ଧା କୋଲାବ ଜଳଭଣ୍ଡା‌ରରେ ୮୪୫.୮୪ ମିଟର ଜଳ ରହିଥିବାବେଳେ ଗତବର୍ଷ ଏହି ଦିନରେ ଏହି ଜଳ ଭଣ୍ଡରରେ ୮୫୦.୧୭ ମିଟର ଜଳ ରହିଥିଲା। ପୂର୍ବରୁ ୩୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବାବେଳେ ଏବେ ମାତ୍ର ୧୦୦ରୁ ୧୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ଜଣାପଡିଛି। ୪ଟି ୟୁନିଟରୁ ଦୁଇଟି ଚାଲିଥିବାବେଳେ ଦୁଇଟି ଅଚଳ ରହିଛି। ପୁରୁଣା ମେସିନ ହୋଇଥିବାରୁ ୩ ନମ୍ବର ୟୁନିଟରେ ଟର୍ବାଇନ ବେରିଂ ସମସ୍ୟା ରହିଥିବାବେଳେ ୟୁନିଟ ଦୁଇରେ ଟିଜିବିରେ ସମସ୍ୟା ରହିଥିବା ଜଣାପଡିଛି। ଏନେଇ ଏଇଇ କହିଛନ୍ତିଯେ ୩୦ ବର୍ଷରୁ ଅଧିକ ଦିନ ଏହି ମେସିନ ଗୁଡିକ ମରାମତି ହୋଇନାହିଁ। ମରାମତି କାର୍ଯ୍ୟ ପାଇଁ ବହୁ ଅର୍ଥ ଆବଶ୍ୟକ ପଡୁଥିବାବେଳେ ରାଜ୍ୟସରକାରଙ୍କୁ ଏନେଇ ଅବଗତ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର