ନିର୍ମାଣ ସରିବାର ବର୍ଷକ ପରେ ବି କାର୍ଯ୍ୟକ୍ଷମ ହେଉନି ଦିବ୍ୟାଙ୍ଗ କୋଠା

ଜୟପୁର: ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଦିବ୍ୟାଙ୍ଗ କୋଠା। ତେବେ ନିର୍ମାଣର ବର୍ଷକ ପରେ ବି ଏହା କାର୍ଯ୍ୟକାରୀ ହୋଇ ପାରି ନାହିଁ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ଦିବ୍ୟାଙ୍ଗ ଓ ତାଙ୍କ ସଂପର୍କୀୟମାନେ ବସିବା ପାଇଁ ଦୁଇଟି ପୃଥକ ପୃଥକ ରୁମ କରାଯାଇଛି। ଏହାରି ପରିସରରେ ଶୌଚାଳୟ ବି କରାଯାଇଛି। ଦିବ୍ୟାଙ୍ଗମାନେ ଏହି ଦୁଇଟି ରୁମକୁ ଯିବା ପାଇଁ ରେମ୍ପର ବ୍ୟବସ୍ଥା ବି କରାଯାଇଛି। ନିର୍ମାଣ କାମ ସରିବା ପରେ ବି କାହିଁକି କାର୍ଯ୍ୟକ୍ଷମ ହେଉନି ତାହାର କିଛି ସ୍ପଷ୍ଟ ଉତ୍ତର ମିଳିପାରୁନି ।

ଏହି ପରିସରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଳିଥିବା ନିର୍ମାଣ ସାମଗ୍ରୀ, ସିମେଣ୍ଟ, ଲୁହାଛଡ ଆଦିର ଗୋଦାମ ଘର କରାଯାଉଥିବା ବି ଦେଖିବାକୁ ମିଳିଛି। ଅପରପକ୍ଷରେ ଯେଉଁ ମାନଙ୍କ ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଥିଲା ସେମାନେ ଲାଭ ଉଠାଇ ନ ପାରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର