ମାଲକାନଗିରି: ମାଲକାନଗିରି ଜିଲ୍ଲାର ୭ଟି ବ୍ଲକରେ ରହିଛି ୧୧୧ଟି ପଞ୍ଚାୟତ। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ କରିବାର ତାରିଖ ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ରହିଥିବା ୧୧୧ଟି ପଞ୍ଚାୟତରେ ପ୍ରଥମ ଦିନରେ ୨୩ ଜଣ ସରପଞ୍ଚ ପାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୩ ଜଣ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କ ପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ମାଲକାନଗିରି ବ୍ଲକରେ ରହିଥିବା ୧୯ଟି ପଞ୍ଚାୟତରେ ୭ ଜଣ ସରପଞ୍ଚ ପ୍ରାର୍ଥୀ ଭାବେ ଏବଂ ୩ ଜଣ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମାଥିଲି ବ୍ଲକରେ ୨୦ଟି ପଞ୍ଚାୟତ ରହଥିବା ବେଳେ ଆଜି ପ୍ରଥମ ଦିନରେ ୭ ଜଣ ସରପଞ୍ଚ ଏବଂ ଜଣେ ମାତ୍ର ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି କାଲିମେଳା ବ୍ଲକରେ ୨୩ଟି ପଞ୍ଚାୟତ ରହିଥିବା ବେଳେ ଆଜି ୨ ଜଣ ସରପଞ୍ଚ ଏବଂ ୩ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ। ଚିତ୍ରକୋଣ୍ଡା ବ୍ଲକରେ ୧୮ଟି ପଞ୍ଚାୟତ ରହିଥିବା ବେଳେ ୩ ଜଣ ସରପଞ୍ଚ ଏବଂ ସମିତି ସଭ୍ୟ ପାଇଁ କେହି ନାମାଙ୍କନ ଦାଖଲ କରିନଥିଲେ। କୋରକୋଣ୍ଡା ବ୍ଲକରେ ୧୨ଟି ପଞ୍ଚାୟତ ରହିଥିବା ବେଳେ ପ୍ରଥମ ଦିନରେ ୨ ଜଣ ସରପଞ୍ଚ ଏବଂ ୩ ଜଣ ସମିତି ସଭ୍ୟ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

Advertisment

ଖଇରପୁଟ ବ୍ଲକରେ ୧୧ଟି ପଞ୍ଚାୟତ ରହିଥିବା ବେଳେ ୬ ଜଣ ସରପଞ୍ଚ ଏବଂ ୩ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କଲେ। ପଡିଆରେ ୮ଟି ପଞ୍ଚାୟତ ରହିଥିବା ବେଳେ ପ୍ରଥମ ଦିନରେ କେହି ଜଣେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିନାହାଁନ୍ତି। ସେହିପରି ଜିଲ୍ଲାରେ ୧୫ଟି ଜିଲ୍ଲା ପରିଷଦ ଆସନ ରହିଥିବା ବେଳେ କୌଣସି ଗୋଟିଏ ବ୍ଲକରେ ବି ନାମାଙ୍କନ ପତ୍ର ଦାଖଲ ହୋଇନାହିଁ। ସେହିପରି ଜିଲ୍ଲାରେ ୧୫୦୯ଟି ଵାର୍ଡ ରହିଥିବା ବେଳେ ଆଜି ପ୍ରଥମ ଦିନରେ ୪୨ ଜଣ ନିଜରର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୧ ତାରିଖ ଶେଷ ଦିନ ରହିଥିବା ବେଳେ ଶେଷ ମୂହର୍ତ୍ତରେ ହିଁ ଜିଲ୍ଲା ପରିଷଦ ଆସନଗୁଡିକ ପାଇଁ ନାମାଙ୍କନ ପତ୍ର ବିଭିନ୍ନ ରାଜନୈତକ ଦଳରେ ପ୍ରାର୍ଥୀ ଦାଖଲ କରିବେ ବୋଲି ଜଣାପଡିଛି। ଆଜି ପର୍ଯ୍ୟନ୍ତ କୌଣସି ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ ହୋଇପାରି ନାହିଁ।ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ତିନି ପ୍ରମୁଖ ଦଳରେ ଏବେ ଚିନ୍ତାର ବିଷୟ ପାଲଟିଛି।