କୋରାପୁଟ: କୋଟିଆ ପାଇଁ ଏକାଠି ହୋଇଥିବା ସର୍ବଦଳୀୟ ନେତାଙ୍କ ମୁଣ୍ଡ ବିନ୍ଧା ଆଜି ଦିନ ଯାକ ଦେଖିବାକୁ ମିଳିଥିଲା। କୋରାପୁଟ ଜିଲ୍ଲା ପଟାଙ୍ଗୀ-୧ ଜୋନ ପାଇଁ ସର୍ବଦଳୀୟ ସର୍ମଥନରେ  ଥୁରିଆ ଗାଁର ମମତା ଜାନୀ, ସ୍ବାଧୀନ ପ୍ରାର୍ଥୀ ଭାବେ ଟିକାଇ ଗେମଲ୍‌ ଓ ସାବିନା ବୁଡିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବାକୁ ରହିଥିଲା। ହେଲେ କଂଗ୍ରେସ ପକ୍ଷରୁ ଟିକେଟ ପାଇଁ ପୂର୍ବତନ ବିଧାୟିକା ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଚନ୍ଦ୍ରମା ସାଉନ୍ତାଙ୍କ ନାତୁଣୀ ବୋହୂ ଟିକାଇ ଗେମେଲ୍‌ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିଲେ।

Advertisment

ଶେଷ ମୂହୂର୍ତ୍ତରେ ତାଙ୍କଠାରୁ ଡିସିସି ସଭାପତି ମୀନାକ୍ଷି ବାହିନିପତି ତାଙ୍କଠାରୁ ଦଳୀୟ ଟିକେଟ୍‌ ଫେରାଇ ନେଇଥିଲେ। ଏହାପରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଟିକାଇ ଦାଖଲ କରିଥିବାବେଳେ ସାବିନା ବୁଡିଆ ମଧ୍ୟ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦଖଲ କରିଛନ୍ତି। କୋଟିଆ ପାଇଁ ଏକ ହେଲେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ। ମିଳିତ ପ୍ରାର୍ଥୀ ଦେବାକୁ ନିଷ୍ପତି ବି ନେଲେ। ନାମଙ୍କନ ର ଶେଷ ଦିନରେ ପଡିଲା ଏକାଧିକ ପ୍ରାର୍ଥୀପତ୍ର। ଯାହା ନେତାଙ୍କ ଟେନସନ ବଢାଇଦେଇ ଥିବା ବେଳେ ସମସ୍ତଙ୍କୁ ବୁଝା ସୁଝା କରି ସମାଧାନ କରାଯିବ ବୋଲି କହିଛନ୍ତି ନେତା।

ତେବେ ଗତକାଲି ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତିତ ଆଜି ସକାଳୁ ସକାଳୁ ବିଗିଡି ଯାଇଥିଲା। ବିଭିନ୍ନ ବ୍ଲକରୁ ଆସିଥିବା ପ୍ରାର୍ଥୀଙ୍କ ପାଇଁ ଭିନ୍ନ ଭିନ୍ନ ଦଳ ପକ୍ଷରୁ ଭିନ୍ନଭିନ୍ନ ନେତା ନାମାଙ୍କନପତ୍ର ଦାଖଲ କରିବାବେଳେ ଉପସ୍ଥିତ ରହୁଥିଲେ। ତେବେ ହଠାତ ପଟାଙ୍ଗୀ-୧ ପାଇଁ ଟିକାଇ ଗେମେଲ ନାମାଙ୍କନପତ୍ର ଦାଖଲ କରିବାକୁ ଆସିବାବେଳେ  କୋରାପୁଟ ବିଧାୟକ ରଘୁରାମ ପୋଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟାଙ୍ଗୀ ବିଧାୟକ ପିତମ ପାଢୀ, ବିଜେଡି ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ ଓ ବିଜେପି ନେତା ଜୟରାମ ପାଙ୍ଗୀ ବ୍ୟସ୍ତ ବିତ୍ର ହେବା ଦେଖିବାକୁ ମିଳିଥିଲା।

ଦଳୀୟ ଟିକେଟ ପାଇଥିବାରୁ ପୂର୍ବତନ ବିଧାୟକ ରାମ କାଡାମ୍‌, କଂଗ୍ରେସ ନେତା ରୁପକ ତୁରୁକ୍‌ ଓ କୃଷ୍ଣ କୂଳଦୀପ ଟିକାଇକୁ ଦେଉ ନଥିବାବେଳେ ଏହାକୁ ବିରୋଧ କରିଥିଲେ ସର୍ବଦଳୀୟ ନେତା। ଏହାପରେ ଡିସିସି ସଭାପତି ମୀନାକ୍ଷୀ ବାହିନିପତି ପହଞ୍ଚିଥିଲେ। ମମତାଙ୍କ ନାମ ପୂର୍ବରୁ ଶୁଣାଯାଇ ନ ଥିବାବେଳେ କିପରି ସେ ଆସି ସର୍ବଦଳୀୟ ପ୍ରାର୍ଥୀ ହେଲେ ତାହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିଲେ। ପରେ ବିଧାୟକ ତାରାପ୍ରସାଦ ବାହିନିପତି ଓ ଡିସିସି ସଭାପତି ମୀନାକ୍ଷୀ ବାହିନିପତିଙ୍କ ଆଲୋଚନା ପରେ ଟିକାଇଙ୍କଠାରୁ ଦଳୀୟ ଟିକେଟ୍‌ ହଟାଇ ଦିଆଯାଇଥିଲା। ପରେ ଟିକାଇ ଓ ସବାନା ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଟିକାଇଙ୍କ ପରିବାରବର୍ଗ ଏହାକୁ ତୀବ୍ର ବିରୋଧ କରିଥୁବା ଦେଖିବାକୁ ମିଳିଥିଲା।    ଅନ୍ୟପକ୍ଷରେ ଆଜି କୋଟିଆ ଗ୍ରାମ ପଞ୍ଚାୟତରେ ୯ଜଣ ସରପଞ୍ଚ, ୧୩ ଜଣ ୱାର୍ଡ ମେମ୍ବର ଓ ଏକାଧିକ ପଞ୍ଚାୟତ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୨୫ ତାରିଖରେ ଫାଇନାଲ ରିପୋର୍ଟ ଆସିବା ପରେ ଜଣାପଡିଛି। ଅନ୍ୟପକ୍ଷରେ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଭିନ୍ନ ଅଭିଯୋଗ ଆଣିଛନ୍ତି ବିଜେପି ନେତା ଗୌତମ ସମାନ୍ତରାୟ। ସେ କହିଛନ୍ତି ଯେ ଗତକାଲି ଯେଉଁ ବୈଠକ ହୋଇଥିଲା ତାହା ସର୍ବଦଳୀୟ ନୁହେଁ ତାହା କିଛି ଦଳର। ଏଥିରେ ବିଜେପିର କୌଣସି ସମର୍ଥନ ନାହିଁ। ବୈଠକ ନେଇ ରାଜ୍ୟସ୍ତରରୁ କୌଣସି ସୂଚନା ଆସିନାହିଁ। ବିଜେପି ପକ୍ଷରୁ ଜିଲ୍ଲାସଭାପତି ଯୋଗ ଦେଇ ନଥିବାବେଳେ ଜୟରାମ ବାବୁ କାହିଁକି ସେଠାରେ ଯୋଗ ଦେଲେ ତାହା ଆମକୁ ଅଜଣା। ଏଠି ଭୋଟ ଫିକ୍ସିଂ ହୋଇଛି।

ଆନ୍ଧ୍ର ସରକାର କୋଟିଆରେ ପ୍ରବେଶ କରାଇ ନିର୍ବାଚନ କରାଇଲେ, କିନ୍ତୁ ଓଡ଼ିଶା ସରକାର ନିର୍ବାଚନ ନ କରାଇ ଲୋକଙ୍କର ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି। ବିଜେଡି ଓ କଂଗ୍ରେସ ସଲାସୁତରା ହୋଇ ବିଜେପି ଟିକେଟ ପାଇଥିବା ରାଧିକା ଭୋଇଙ୍କଠାରୁ ପ୍ରାର୍ଥୀପତ୍ର ଛଢାଇ ନିଆଯାଇଛି। ଏନେଇ ଟାଉନ ଥାନାରେ ଗୌତମ ସମାନ୍ତରାୟ ଟାଉନ ଥାନାରେ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।ବିଜେପି ନେତା ଜୟରାମ ପାଙ୍ଗୀ, ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଓ ଡିସିସି ସଭାପତି ମିନାକ୍ଷୀ ବାହିନିପତିଙ୍କ ସର୍ବସମ୍ମତି କ୍ରମେ ମମତା ଜାନିଙ୍କୁ ଜିତାଇବାକୁ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଆଜି କୋଭିଡ ନିୟମର ଖୁଲମଖୁଲା ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳିଥିଲା।