୩ୟ ପର୍ଯ୍ୟାୟରେ ମତଦାନ ପାଇଁ ଆଜି ପୁରୀରୁ ନାମାଙ୍କନ କଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ରାଜ୍ୟର ବିଭିନ୍ନ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ପୁରୀ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସମ୍ବିତ ପାତ୍ର ନିଜର ଶତାଧିକ ସମର୍ଥକଙ୍କ ସହିତ ନାମାଙ୍କନ ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ ୩ୟ ପର୍ଯ୍ୟାୟରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ କଟକ, ଭୁବନେଶ୍ୱର, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଲୋକସଭା ନିର୍ବାଚନରେ ମତଦାନ ହେବ। ଏହି ସମୟରେ ସଂପୃକ୍ତ ଲୋକସଭା ନିର୍ବାଚନ ମଣ୍ଡଳୀ ସହିତ ଜଡିତ ୪୨ଟି ବିଧାନସଭା ଆସନରେ ମତଦାନ ହେବ।

ପୁରୀ ଲୋକସଭା ଆସନ: ବିଜେପି ପ୍ରାର୍ଥୀ ଡ. ସମ୍ବିତ ପାତ୍ର
ସତ୍ୟବାଦୀ ବିଧାନସଭା ଆସନ: ବିଜେପି ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର
ପିପିଲି ବିଧାନସଭା ଆସନ: ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ
ରେଢ଼ାଖୋଲ ବିଧାନସଭା ଆସନ: କଂଗ୍ରେସ ପ୍ରାର୍ଥୀ ଆସଫ ଅଲି ଖାନ୍‌
ପାଲଲହଡା ବିଧାନସଭା ଆସନ: ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି 

କଟକ ଲୋକସଭା ଆସନ: ଏସୟୁସିଆଇ ପ୍ରାର୍ଥୀ ରାଜକିଶୋର ମଲ୍ଲିକ
କଟକ ବାରବାଟି ବିଧାନସଭା ଆସନ: ଏସୟୁସିଆଇ ପ୍ରାର୍ଥୀ ପ୍ରିୟଦର୍ଶନ ପାଭେଲ
କଟକ ଚୌଦ୍ୱାର ବିଧାନସଭା ଆସନ: ଏସୟୁସିଆଇ ପ୍ରାର୍ଥୀ ସସ୍ମିତା ମହାନ୍ତି
କଟକ-ସଦର ବିଧାନସଭା ଆସନ: ଏସୟୁସିଆଇ ପ୍ରାର୍ଥୀ ପରମାନନ୍ଦ ସେଠୀ

ସମ୍ବନ୍ଧିତ ଖବର