ପୌର ନିର୍ବାଚନ: ନାମାଙ୍କନ ଦାଖଲ ଶେଷ, ୯ରେ ଯାଞ୍ଚ 

କୋରାପୁଟ : କୋରାପୁଟ ପୌର ନିର୍ବାଚନ ପାଇଁ ସୋମବାର ଥିଲା ନାମାଙ୍କନ ଦାଖଲର ଶେଷ ଦିନ । ବିଜେଡି ଓ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସହିତ  ସ୍ବାଧୀନ ପ୍ରାର୍ଥୀ ଭାବରେ ଜଣେ ସାମ୍ବାଦିକ ବି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏଥି ସହିତ ବାକି ରହିଯାଇଥିବା କିଛି ଦଳର କାଉନସିଲର ପ୍ରାର୍ଥୀମାନେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ସହିତ ସ୍ୱାଧୀନ ପ୍ରାର୍ଥୀ ଭାବେ କୋରାପୁଟ ସହରର ଜଣେ କାର୍ଯ୍ୟରତ ସାମ୍ବାଦିକ ଭୂଷିତ କୁମାର ବିଡିକା ବି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶନିବାର କଂଗ୍ରେସ ଦଳ ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବରେ ଦେବାନନ୍ଦ ବେହେରା ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ଏସବୁ ଭିତରେ ଶେଷ ଦିନରେ ଫୋକସରେ ରହିବ ୩ ପ୍ରମୁଖ ଦଳର ଅଧ୍ୟକ୍ଷ ପ୍ରାର୍ଥୀ । ବିଜେଡି ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଯୁବ ନେତା ଲଲାଟ ରଞ୍ଜନ ସେଠୀ ବିଶାଳ ଶୋଭାଯାତ୍ରାରେ ଆସି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେପଟେ ବିଜେପି ଦଳର ଅଧ୍ୟକ୍ଷ ଭାବରେ ଦଳର ଟାଣୁଆ ନେତା ଜି.ସଞ୍ଜିବ କୁମାର ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଦୁଇ ଦଳର କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥନୀ ବାଜାବାଜଣା ସହ ନୃତ୍ୟୁ କରି ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶୋଭାଯାତ୍ରାରେ କମ୍ପୁଥିଲା କୋରାପୁଟ ।

୨୧ ଗୋଟି ଓାର୍ଡ ବିଶିଷ୍ଟ କୋରାପୁଟ ପୌର ପରିଷଦରେ ମୋଟ ୩୨ହଜାର ୨୭୫ ଭୋଟର ଆସନ୍ତା ୨୪ ତାରିଖରେ ମତ ସାବ୍ୟସ୍ତ କରିବେ । ୩ ପ୍ରମୁଖ ଦଳର ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ବିଶେଷ ମାନେଏ ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଥାପିଥିବାରୁ ଦଳ ଉପରେ ନିର୍ଭର କରି ନିର୍ବାଚନ ଲଢିବେ । ଅପରପକ୍ଷେ ଜନତା ଜନାର୍ଦ୍ଦନ ସହର ବିକାଶ ଓ ଉନ୍ନତିକୁ ଆଖି ଆଗରେ ରଖି ପ୍ରାର୍ଥୀଙ୍କୁ ଭୋଟ ଦେବେ । ଆସନ୍ତୁ ଶୁଣିବା କ’ଣ କହୁଛନ୍ତି  ଅଧ୍ୟକ୍ଷ ହୋଇଥିବା ପ୍ରାଥି ମାନେ । ତେବେ ଏବେଯାଏ ୯୧ କାଉନସିଲର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଜେଡି, ବିଜେଡି ଓ କଂଗ୍ରେସରୁ ୨୧ ଜଣ ଲେଖାଏଁ, ୧୪ଜଣ ସ୍ବାଧୀନ ପ୍ରାର୍ଥୀ, ଆମ ଆଦମୀ ପାର୍ଟିରୁ ଜଣେ ଓ ବିଏସପିରୁ ୨ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର