ସିଏମସି ନିର୍ବାଚନ ପାଇଁ ଶେଷ ହେଲା ନାମାଙ୍କନ ଦାଖଲ

କଟକ :  କଟକ ମହାନଗର ନିଗମ ବା ସିଏମସି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ସୋମବାର ଅନ୍ତିମ ଦିନ ଥିବାବେଳେ ଶେଷ ଦିନ ୧୩୦ରୁ ଅଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୋମବାର ସର୍ବାଧିକ ସଂଖ୍ୟକ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକାଂଶ ସ୍ୱାଧୀନ ପ୍ରାର୍ଥୀ ଦଳୀୟ ଟିକେଟ ନ ପାଇ ବିଦ୍ରୋହୀ ଭାବେ ନିଜ ନିଜର ପ୍ରାଥିତ୍ୱ ଜାହିର କରିଛନ୍ତି। ଆଜି ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା ।

ଆଜି ଗୋଟିଏ ଦିନରେ ପ୍ରାୟ ୧୩୦ ରୁ ଅଧିକ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏମାନଙ୍କ ମଧ୍ୟରେ ବିଭିନ୍ନ ଦଳରୁ ଟିକେଟ ପାଇ ଥିବା ପ୍ରାର୍ଥୀ ଥିଲେ ମଧ୍ୟ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ବହୁତ ଅଧିକ। ବିଶେଷ କରି ଦଳୀୟ ଟିକେଟ ନ ପାଇ ବିଦ୍ରୋହୀ ପ୍ରାର୍ଥୀ ଭାବେ ବହୁ ସଂଖ୍ୟକ ବ୍ୟକ୍ତି ନିଜର ପ୍ରାଥି ପତ୍ର ଦାଖଲ କରିଛନ୍ତି। ଯେଉଁ ଦଳ ପାଇଁ ବର୍ଷ ବର୍ଷ ଧରି କାମ କଲେ ଶେଷରେ ଦଳୀୟ ଟିକେଟ ନ ମିଳିବାରୁ ଦଳ ବିରୋଧରେ ଯାଇ ସେମାନେ ପ୍ରାର୍ଥୀପତ୍ର ଦାଖଲ କରିଥିବା କଥା କହିଛନ୍ତି। କିଛି ପ୍ରାର୍ଥୀ ଖୋଲା ଖୋଲି ଭାବେ ଦଳୀୟ ନେତୃବୃନ୍ଦଙ୍କୁ ସମାଲୋଚନା କରି ଥିବାବେଳେ ଆଉ କିଛି ଦଳରେ ତାଙ୍କୁ ଅଣଦେଖା କରାଯିବାରୁ ସେମାନେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର