ଜୟପୁରରେ ସରିଲା ନାମାଙ୍କନ ପତ୍ର ଦାଖଲ : ୧୧୩ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ

ଜୟପୁର : ଜୟପୁରରେ ପୌର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆଜି ସରିଛି । ଶେଷ ଦିନରେ ୧୧୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳ ସହ କିଛି ସ୍ବାଧୀନ ପ୍ରାର୍ଥୀ ବି ଶୋଭାଯାତ୍ରା , ବାଦ୍ୟ ବାଜାବାଜଣା ଓ ନାଚଗୀତରେ ଶୋଭାଯାତ୍ରା କରି ନିଜ ପତିଆରା ଜାହିର କରିଥିଲେ। ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଜିନ୍ଦାବାଦ, ମାଇକରେ ଗୀତ, ବାଜାବାଜଣା‌ରେ ସହର ଦୁଲୁକି ଉଠିଥିଲା।  ଟ୍ରାଫିକ ଛକରୁ ରାଜନଅର ଛକ ପର୍ଯ୍ୟନ୍ତ ଦିନ ତମାମ ଶୋଭାଯାତ୍ରା ଲାଗି ରହିଥିଲା। ପୌରପାଳିକା କାର୍ଯ୍ୟାଳୟ ନିକଟରେ ପ୍ରବଳ ଭୀଡ଼ ବି ଦେଖିବାକୁ ମିଳିଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା।  ସ୍ଥାନୀୟ ପୌରପାଳିକା କାର୍ଯ୍ୟାଳୟ ପରିସରରେ ପୌରାଧ୍ୟକ୍ଷ ପଦବୀ ପାଇଁ ୧୪ଜଣ ଓ  କାଉନସିଲର ପଦବୀ ପାଇଁ ୯୯ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପୌରାଧ୍ୟକ୍ଷ ପଦବୀ ପାଇଁ ଆଜି ତିନି ପ୍ରମୁଖ ରାଜନୈତିକ ଦଳର ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ(ମୁନ୍ନା) ରଥ, କଂଗ୍ରେସ ପ୍ରାର୍ଥୀ ନରେନ୍ଦ୍ର (ନରି)ମହାନ୍ତି, ବିଜେପି ପ୍ରାର୍ଥୀ ପୁର୍ଣ୍ଣଚନ୍ଦ୍ର (ଲିଟି)ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହା ସହ ଆମ୍ ଆଦମି ପାର୍ଟିରୁ ଅଜିତ କୁମାର ସାହୁ, ଜି.ମହେଶ, ବିଏସପିରୁ ସଦା ନାୟକ, ସୁବାସ ଚନ୍ଦ୍ର ଗୌଡ଼, ସିପିଆଇରୁ ସତ୍ୟବ୍ରତ ନନ୍ଦ, ସ୍ବାଧୀନ ପ୍ରାର୍ଥୀ ଭାବେ ମୀନକେତନ ଦାଶ, କୃଷ୍ଣ କେଶବ ଷଡଙ୍ଗୀ, ଅରୁଣ କୁମାର ବେହେରା, ରାମେଶ୍ବର ଗୌଡ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗତ ୫ତାରିଖ ଦିନ ୨ଜଣ, ୬ତାରିଖ ଦିନ ୬ଜଣ ଓ ଆଜି ୧୪ଜଣ ଏଭଳି ୨୨ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟ ପକ୍ଷରେ ଆଜି ୨୮ଟି ୱାର୍ଡ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେଡି, ବିଜେପି, ଆମଆଦମି ପାର୍ଟି, ବିଏସପି ସହ ସ୍ବାଧୀନ ଭାବେ ୯୯ଜଣପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆଜି ୱାର୍ଡ ନଂ-୧ ପାଇଁ  ୪,୨ ପାଇଁ ୪, ୩ପାଇଁ ୫, ୪ ପାଇଁ ୪,୫ପାଇଁ ୬ ଜଣ କାଉନସିଲର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେଭଳି ୭ ନଂ ୱାର୍ଡ ପାଇଁ ୨,୮ରୁ ୩, ୯ରୁ ୪, ୧୦ରୁ ୫,୧୧ରୁ୧, ୧୨ରୁ ୨,୧୩ରୁ ୩,୧୪ରୁ ୨,୧୫ରୁ ୧,୧୬ରୁ ୪,୧୭ରୁ ୩,୧୮ରୁ ୩,୧୯ରୁ ୪,୨୦ରୁ ୩,୨୧ରୁ ୪,୨୨ରୁ ୪,୨୩ରୁ୭, ୨୪ରୁ ୪,୨୫ରୁ ୩,୨୬ରୁ ୫,୨୭ରୁ ୩,୨୮ରୁ ୩ ଏଭଳି ୯୯ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି। ସେଭଳି ଗତ ୫ତାରିଖ ଦିନ ୪ଜଣ, ଗତ କାଲି ୩୦ଜଣ ଓ ଆଜି ୯୯ଜଣ ଏଭଳି ୧୩୩ଜଣ ପ୍ରାର୍ଥୀ କାଉନସିଲର ପଦବୀ ପାଇଁ ନାମାଙ୍କନଦାଖଲ କରିଛନ୍ତି। ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ବେଦବର ପ୍ରଧାନ, ପୌରନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅଶ୍ବିନୀ ମହାପାତ୍ର ଙ୍କ ସହ ପୌରପାଳିକାର କର୍ମଚାରୀ ମାନେ ନିର୍ବାଚନ କାର୍ଯ୍ୟକୁ ପରିଚାଳନା କରିଥିଲେ। ପ୍ରଥମେ ବିଜେଡିର ପୌରାଧ୍ୟକ୍ଷ ପ୍ରାର୍ଥୀ ସୂର୍ଯ୍ୟନାରାୟଣ ରଥ ଓ ବିଭିନ୍ନ ୱାର୍ଡର କାଉନସିଲର ପ୍ରାର୍ଥୀଙ୍କୁ ନେି ଶୋଭାଯାତ୍ରାରେ ଜିଲ୍ଲାସଭାପତି ଇଂ.ଇଶ୍ବରଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ନେତ୍ରୀ ଡ.ଇନ୍ଦିରା ନନ୍ଦ, ବାଲା ରାୟ, ଦୁର୍ଗା ମିଶ୍ର, ଅନୁପ ପାତ୍ର, ରମାକାନ୍ତ ରାଉଳ, ଦୁର୍ଗା ମିଶ୍ର, ହରପ୍ରସାଦ ମିଶ୍ର, ଶିବ ପଟ୍ଟନାୟକ, ଅନି ପଟ୍ଟନାୟକ ପ୍ରମୁଖ ନେଇକି ଆସିଥିଲେ। ସେଭଳି କଂଗ୍ରେସ ‌ପୌର ଅଧ୍ୟକ୍ଷ ପ୍ରାର୍ଥୀ ନରେନ୍ଦ୍ର ମହାନ୍ତି ଓ କଂଗ୍ରେସ କାଉନସିଲର ପ୍ରାର୍ଥୀଙ୍କୁ ନେଇ ଜିଲ୍ଲାସଭାନେତ୍ରୀ ମୀନାକ୍ଷୀ ରାଣୀ ବାହିନୀପତି, ବିଧାୟକ ତାରାପ୍ରସାଦ ବାହିନୀପତି, ନ‌ିହାର ବିଷୋଇ, ବସନ୍ତ ନାୟକ, ସୁକାନ୍ତ ପଟ୍ଟନାୟକ, ଭଗବାନ ବାହିନୀପତି, ନଳିନୀ ରଥ, ଜ୍ୟୋତି ମହାପାତ୍ର, ଏ.ଚିନୁ ରାଓ ପ୍ରମୁଖ ଶୋଭାଯାତ୍ରାରେ ଆସିଥିଲେ। ସେଭଳି ବିଜେପି ପ୍ରାର୍ଥୀ ପୁର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଓ କାଉନସିଲରପ୍ରାର୍ଥୀଙ୍କୁ‌ ନେଇ ବିଜେପି ରାଜ୍ୟ ପରିଷଦର ସ୍ଥାୟୀ ସଭ୍ୟ ଗୌତମ ସାମନ୍ତରାୟ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଅଂଜଳି ମିଶ୍ର, ସଂଜୟ ବେହେରା ପ୍ରମୁଖ ଭାଗ ନେଇଥିଲେ।  ସେଭଳି ସ୍ବାଧୀନପ୍ରାର୍ଥୀ ମୀନକେତନ ଦାଶ ଅଟୋ ରାଲି କରି ଆସି ନାମାଙ୍କନପତ୍ର ଦାଖଲ କରିଥିଲେ। ଟାଉନଥାନା ଆଇଆଇସି ସଂଜୟ ମଣ୍ଡଳ ସଦଳବଳ ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।

 

ସମ୍ବନ୍ଧିତ ଖବର