ବିଚିତ୍ର ଦୃଶ୍ୟ: ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହା ହୋଇ ଭରା ନଦୀ ପାର ହେଲେ ରୋଗୀ

ରାୟଗଡ଼ା: ରାୟଗଡ଼ା ଗୁଡାରୀ ବ୍ଲକ ସିରିଗୁଡା ପଞ୍ଚାୟତର ଚୁଲିପଡା ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ନ ଆସିବାରୁ ଜଣେ ରୋଗୀଙ୍କୁ ଗ୍ରାମବାସୀ ଖଟିଆରେ ବୋହି ଜଳଭରା ନଦୀ ପାର କରି ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

ସୂଚନାଯୋଗ୍ୟ, ଗୁଡାରୀ ବ୍ଲକ ସିରିଗୁଡା ପଞ୍ଚାୟତର ଚୁଲିପଡା ଗ୍ରାମର ରୁମେଶୀ ଜଗରଙ୍ଗ (୫୫ବର୍ଷ)ଙ୍କ ଶରୀର ହଠାତ ଅସୁସ୍ଥ ହୋଇପଡ଼ିଥିଲା। ଆମ୍ବୁଲାନ୍ସ ଚୁଲିପଡା ଗ୍ରାମକୁ ଆସି ପାରି ନଥିଲା। ଶେଷରେ ଗ୍ରାମବାସୀ ଏକ ଖଟିଆରେ ଅସୁସ୍ଥ ରୁମେଶୀଙ୍କୁ ଶୁଆଇ ଚୁଲିପଡା ଗ୍ରାମରୁ ୩ କିମି ଚାଲିଚାଲି ଆଣିଥିଲେ । ଏହାପରେ ରୋଗୀଙ୍କୁ ସେହି ଅବସ୍ଥାରେ ଧରି ଭରା ପଙ୍କାଳ ନଦୀ ବି ପାର କରିଥିଲେ।

ନଦୀରେ ସେହି ସମୟରେ ସ୍ରୋତ ବି ଥିଲା, ଏହା ସତ୍ତ୍ୱେ ସେମାନେ ରୁମେଶୀଙ୍କୁ ଖଟିଆରେ ବୋହି ନଦୀ ପାର କରିଥିଲେ ଏବଂ ପୁଣି ବାଇକ୍‌ରେ ବସାଇ ୧୩ କିଲୋମିଟର ପର୍ଯ୍ୟନ୍ତ ଆସି ଗୁଡାରୀ ମେଡିକାଲରେ ଚିକିତ୍ସା ପାଇଁ ରୁମେଶୀଙ୍କୁ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର