ବାରିପଦା: ନର୍ଥ ଜୋନ୍ ପ୍ରିଆରଡି କ୍ୟାମ୍ପ ନିମନ୍ତେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ୭ଜଣିଆ ସ୍ୱେଚ୍ଛାସେବୀ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତି। ଚଳିତ ବର୍ଷ ନର୍ଥଜୋନ୍ ପ୍ରିଆରଡି କ୍ୟାମ୍ପ ଭୁବନେଶ୍ୱରର ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେଉଅଛି ।

Advertisment

ଏମସିଏମଏର ଛାତ୍ରୀ ସଂଗୀତା ସୋରେନ, ବାରିପଦା ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ସତ୍ୟଭାମା ଦାସ, ପ୍ରଦୀପ ଗିରି, କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟର କାର୍ତ୍ତିକ ଚନ୍ଦ୍ର ଦାସ, ରାଗ୍ଧାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଡିଗ୍ରି ମହାବିଦ୍ୟାଳୟର ଅମୀୟ ସିଂହ, ଚିତ୍ରଡା କଲେଜର ନମିତା ସେନାପତି ଆଦି ସ୍ୱେଚ୍ଛାସେବୀମାନେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ତରଫରୁ ପ୍ରିଆରଡି କ୍ୟାମ୍ପରେ ଯୋଗଦାନ କରିଛନ୍ତି । ଏହି ସ୍ୱେଚ୍ଛାସେବୀମାନଙ୍କୁ ଭୁବନେଶ୍ୱରସ୍ଥିତ ଏନଏସଏସ ଆଞ୍ଚଳିକ ନିର୍ଦ୍ଦେଶାଳୟ ପକ୍ଷରୁ ଚୟନ କରାଯାଇଥିଲା।

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ମୁକ୍ତ ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ସ୍ମୃତି ରଂଜନ ଦାସ, ନର୍ଥ ଜୋନ ପ୍ରି-ଆରଡି କ୍ୟାମ୍ପରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବାରୁ ଏହି ବିଶ୍ୱବିଦ୍ୟାଳୟର ଏନଏସଏସ ସଂଯୋଜିକା ଉଷା ଶତପଥୀ, ଉଚ୍ଚଶିକ୍ଷା ବିଭାଗ ଡେପୁଟୀ ସେକ୍ରେଟେରୀ ତଥା ଓଡ଼ିଶା ସରକାରଙ୍କର ଏନଏସଏସ ମୁଖ୍ୟ ପ୍ରଫେସର ସୁରେଖା ସୁନ୍ଦରୀ ସ୍ୱାଇଁ, ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ ଏବଂ ୟୁଥ ଅଫିସର ସଇଦା ନାଏକ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ, କୁଳସଚିବ ସହଦେବ ସମାଧିଆଙ୍କୁ କୃତଜ୍ଞତା ଜଣାଇଛନ୍ତି । ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ସ୍ମୃତି ରଂଜନ ଦାସ, ଓଡ଼ିଶା ଷ୍ଟେଟ୍ ଲିଡର ଭାବେ ମନୋନୀତ ହୋଇ ପ୍ରି-ଆରଡି କ୍ୟାମ୍ପରେ ଯୋଗ ଦେଇ ଅନୁଷ୍ଠାନକୁ ଗୌରାବାନ୍ବିତ କରିଛନ୍ତି।