ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ

ବାରିପଦା: ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ଶ୍ରୀରାମଚନ୍ଦ୍ର ବିହାରରେ ପୁଣ୍ୟଶ୍ଳୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର କିଶୋର କୁମାର ବସା ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଜିଲ୍ଲାରେ ସେ ଜନ୍ମହୋଇଥିବାରୁ ନିଜକୁ ଧନ୍ୟ ମନେକରିଥିଲେ ଶ୍ରୀ ବସା। ଏହି ଅବସରରେ ଶ୍ରୀରାମଚନ୍ଦ୍ରଙ୍କ ଅମାପ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଚଳିତ ବର୍ଷ ମହାରାଜାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ବର୍ଷ ହୋଇଥିବାରୁ ଏନେଇ ବିଶ୍ବବିଦ୍ୟାଳୟରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବା ନେଇ ଗୁରୁତ୍ବା‌ରୋପ କରିଥିଲେ। କୁଳସଚିବ ସହଦେବ ସମାଧିଆଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନାତ୍ତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଅନୀଲ କୁମାର ବିଶ୍ବାଳ, ବିତ୍ତ ନିୟନ୍ତ୍ରକ ସୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଲକ୍ଷ୍ମୀଧର ଗିରି, ହୃଦୟ ନାଥ ଥାଟୋଇ, ଏମ୍‌ ହିମାବିନ୍ଦୁ, ପୁଷ୍କାଞ୍ଜଳି ପରିକ୍ଷା ତଥା ବିଶ୍ବବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର