ରାଉରକେଲାରେ ହେବନି ଛଟ ପୂଜା

ରାଉରକେଲା: ଚଳିତ ଥର ରାଉରକେଲା ସହରରେ ପାଳନ ହେବ ନାହିଁ ବିହାରୀ ସମ୍ପ୍ରଦାୟର ଗଣ ପର୍ବ ଛଟ ପୂଜା l ଆଜି ଜିଲ୍ଲା ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନର୍ବାନେ କହିଛନ୍ତି l

କରୋନା ସଂକ୍ରମଣ ଭୟ ଥିବାରୁ ଛଟ ପୂଜା ହେବ ନାହିଁ ବୋଲି ସେ କହିଛନ୍ତି l ରାଉରକେଲା ସହରରେ ପ୍ରାୟ ଦୁଇ ଲକ୍ଷରୁ ଅଧିକ ବିହାର ସମ୍ପ୍ରଦାୟ ଲୋକ ବସବାସ କରୁଛନ୍ତି l ପ୍ରତି ବର୍ଷ ସହରରେ ୧୬ଟି ଘାଟରେ ଛଟ ପୂଜା ପାଳନ ହୋଇଥାଏ l ଚଳିତ ଥର କରୋନା କଟକଣା ବିହାର ବାସିନ୍ଦାଙ୍କୁ ନିରାଶ କରିଛି l

ସମ୍ବନ୍ଧିତ ଖବର