ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବଡ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ସାର୍ବଜନୀନ ମା’ ଦୁର୍ଗାଙ୍କ ପୂଜାକୁ ବନ୍ଦ କରିଦିଆଯାଇଛି। ଆଜି ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।
କରୋନା କଟକଣାକୁ ଦୃଷ୍ଟିରେ ରଖି ଚଳିତ ଥର ମା’ ଦୁର୍ଗାଙ୍କ ମୂର୍ତ୍ତି ଗଢ଼ା ଯିବ ନାହିଁ। କେବଳ ମାଟି ଉଠା ଯାଇ ଘଟ ପୂଜା କରାଯିବ। ମାଟି ଉଠା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ମାଟି ଉଠା ବେଳେ ବାଜା ବାଣ ଓ ଶୋଭାଯାତ୍ରା ଆଦି କରାଯିବ ନାହିଁ। ସାମାଜିକ ଦୂରତା ଓ ବାଧ୍ୟତାମୂଳକ ଭାବେ ମାସ୍କ ବ୍ୟବହାର କରି ମା’ଙ୍କ ପାଇଁ ମାଟି ଉଠାଯିବ। ଏଥିରେ ଚାରି ଜଣରୁ ଅଧିକ ଲୋକ ଯାଇ ପାରିବେ ନାହିଁ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/WhatsApp-Image-2020-08-24-at-18.21.44.jpeg)