ଘାଟି ଡେଉଁନି ବିକାଶ : ଗାଜଲବାଡିରେ ଅପହଞ୍ଚ ଯୋଜନା

ଜୟପୁର: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଏକାଧିକ ଯୋଜନା। ଜନ୍ମରୁ ମୃତ୍ୟୁ ଯାଏଁ ସରକାର ଯୋଜାନା ପରେ ଯୋଜନା ଖଞ୍ଜିଥିବାବେଳେ ଏବେ ବି ବିକାଶ ଅପହଞ୍ଚ। ଆମେ କହୁଛୁ କୋରାପୁଟ ଓ ଜୟପୁର ନିର୍ବାଚନ ମଣ୍ଡଳୀର ସମାନ୍ତରେ ରହିଥିବା ଅବିକଶିତ ପାହାଡିଆ ଗାଁ ଗାଜଲବାଡି ଗାଁର କଥା। ଜୟପୁର ବ୍ଲକ ବାରିଣିପୁଟ ପଞ୍ଚାୟତର ଅଧୀନରେ ରହିଛି ଗାଜଲବାଡି ଗାଁ। ଏହି ଗାଁକୁ ଡେଇଁଲେ ପ୍ରତିଦିନ ଶହ ଶହ ଗାଡିଘୋଡା ଜୟପୁର ଓ କୋରାପୁଟକୁ ଯାଆସ କରରେ। କିନ୍ତୁ ଏହି ଗାଁକୁ ପହଞ୍ଚି ପାରିନି ବିକାଶ। ଘାଟି ଡେଇଁ ବିକାଶ ଗାଁରେ ପାଦ ଥାପି ପାରୁନି। ନିର୍ବଚନ ପରେ ନିର୍ବାଚନ ଯାଉଛି। ଏହି ପାହାଡିଆ ଗାଁକୁ ନେତାଏ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ପୋକତି ପକାଉଛନ୍ତି ହେଲେ ସରକାରୀ ଯୋଜନାଟିଏ ଠିକ ଭାବେ ଏହିଠାରେ ପହଞ୍ଚିପାରିନାହିଁ ।

କୋରାପୁଟ ଜୟପୁର ଘାଟିର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ଗାଁ ଅବସ୍ଥିତ। ଏହି ଗାଁର ଲୋକେ ପ୍ରତିବର୍ଷ ବର୍ଷାଦିନ ଶେଷ ହେବା ପରେ ଘର ତିଆରି କରନ୍ତି। କାହିଁକି ନା ମଝିରେ ରହିଥିବାରୁ ପ୍ରବଳ ବର୍ଷାରେ ଘର ଭାଙ୍ଗିଯାଏ। ୨୦ଟି ପାରିବାର ରହୁଥିବା ଏହି ଗାଁରେ ସବୁ ଘର ନୁଆଁନିଣା ମାଟି ଘର। ଦୀନହୀନ ଖଟିଖିଆ ଗରିବ ଆଦିବାସୀର ବର୍ଷକ ଜାକର ଆୟ ବର୍ଷ ଶେଷରେ ଘର ତୋଳିବାରେ ଯାଏ। ତେଣୁ ସେମାନେ କିଛି କରିପାରନ୍ତି ନାହିଁ। ସରକାରଙ୍କ ପକ୍ଷରୁ ଏବେ ଯାଏ ଗାଁର ମାତ୍ର ଗୋଟିଏଯୋଡିଏ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇଥିବାବେଳେ ଅନ୍ୟପରେ ଝାଟିମାଟି ଛପର ଘରେ ବର୍ଷକଯାକ ରହୁଛନ୍ତି। ଚାରିପଟେ ପାହାଡ ଓ ମଝିରେ ଏହି ଗାଁ ରହୁଥିବାରୁ ବର୍ଷା ଛଅମାସ ଏହି ଗାଁରେ ବାଦଲଫଟା ବର୍ଷାହୁଏ। ତେଣୁ ମାଟି ଘର ସବୁ ବର୍ଷାରେ ଧୋଇଯାଏ। ତେଣୁ ୨୦ଟି ପରିବାର ବହୁ କଷ୍ଟରେ କାଳତିପାତ କରୁଛନ୍ତି। ତେବେ ସେତିକି ନୁହେଁ ଗାଁରେ ଥିବା ୨୦ରୁ ଅଧିକ ଶିଶୁ ପ୍ରିତିଦିନ ଜୀବନକୁ ବାଜି ଲଗାଇ ବନ୍ୟଜୀବଯନ୍ତୁଙ୍କୁ ଡରି ଡରି ଘାଟଘୁମର ଛକରେ ରହିଥିବା ସ୍କୁଲକୁ ପଢିବାକୁ ଯାଆନ୍ତି। ପ୍ରାୟ ୩ କିଲୋମିଟର ପାହାଡିଆ ରାସ୍ତାକୁ ଅତିକ୍ରମ କରି ସେମାନେ ସ୍କୁଲରେ ପହଞ୍ଚୁଥିବାବେଳେ ବର୍ଷା ଦିନେ ଏମାନେ ଯାଇପାରନ୍ତି ନାହି। ୨୬ ନମ୍ବର ଜାତୀୟ ରାଜପଥରେ ଦେଇ ଏହି ଘାଟଘୁମର ଛକରେ ଥିବା ସ୍କୁଲକୁ ପ୍ରାୟ ୫ କିଲୋମିଟର ଚାଲି ଚାଲି ଯିବାକୁ ପଡୁଥିବାରୁ ଶିଶୁମାନେ ଯାଇ ନ ଥାନ୍ତି।

ଗାଁର ୱାର୍ଡ ମେମ୍ବର ଭଗବାନ କ୍ରିଶାନି କହିଛନ୍ତି ଯେ କେଉଁ କାଳରୁ ଏହି ପାହାଡ କୋଳରେ ଆମେ ରହି ଆସୁଛୁ। ବର୍ଷକୁ ବର୍ଷ ଆମର ପରିବାରସଂଖ୍ୟା ବଢିବାରେ ଲାଗିଛି। କିନ୍ତୁ ଆମ ଗାଁର ବିକାଶ ହୋଇପାରୁ ନାହିଁ। ନେତାଏ ଭୋଟ ପାଇଁ ଆସି ପ୍ରତିଶ୍ରୁତିରେ ପୋତି ପକାଉଥିବାବେଳେ ଭୋଟ ଶେଷ ହେବା ପରେ ସବୁ ନୀତିନିୟମ ବଦଳି ଯାଉଛି ବୋଲି ସେ କହିଛନ୍ତି।

ଏନେଇ ରଘୁ ଜାନୀ କହିଛନ୍ତି ଯେ ଗାଁଲୋକରଙ୍କ ଅଧାରୁ ଅଧିକ ଦିନ ଘର ତିଆରି କରିବାରେ ଯାଏ। ତିନିଟି ପାହାଡର ମାଝିରେ ରହିଥିବାରୁ ଏହି ଗାଁରେ ବାଦଲଫଟା ବର୍ଷାରେ ମାଟି ଘର ଧୋଇଯାଏ। ବର୍ଷା ୬ ମାସ ଯେନତେନ ପ୍ରକାରରେ ଚାଳିଯାଉଥିବାବେଳେ ବର୍ଷା ଶେଷ ହେଉ ହେଉ ତିଆରି ହୋଇଯାଏ ଘର ତିଆରି କାମ। ଖରାଦିନେ ଘର ତିଆରି କରିଲେ ବର୍ଷାଦିନେ ରହିପାରିବେ ବୋଲି ସେ କହିଛନ୍ତି।

ବିଡିଓ ସୂରଜ କୁମାର ପଟ୍ଟନାୟକ କହିଛନ୍ତି ଯେ ନିୟମିତ ଭାବେ ଜୟପୁର ବ୍ଲକର ବାରିଣିପୁଟ ପଞ୍ଚାୟତରେ ରହିଥିବା ଏହି ଗାଁକୁ ବିଭିନ୍ନ ଯୋଜନାରେ ସାମିଲ କରାଯାଉଛି। ତେବେ ଯେଉଁମାନେ ଘର ପାଇନାହାନ୍ତି ସେମାନେ ଆବେଦନ କରନ୍ତୁ ସେମାନଙ୍କୁ ନିଶ୍ଚିତଭାବେ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ସେନ କହିଛନ୍ତି।

ସମ୍ବନ୍ଧିତ ଖବର