ସମ୍ବଲପୁର : ୩ ବର୍ଷ ତଳେ ଏକ ଦୁର୍ଘଟଣାରେ ବିଶାଲଖିଣ୍ଡାର ଫଗୁ ଖଡ଼ିଆଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସ୍ଥଳରୁ ତାଙ୍କୁ କେହି ଉଠାଇ ନଥିବା ବେଳେ ଜିଲ୍ଲା ଭାରତ ନିର୍ମାଣ ଯୁବ ସ୍ବେଚ୍ଛାସେବୀ ଚତୁର୍ଭୁଜ ଗର୍ଡିଆ ଉଦ୍ଧାର କରି ତାଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଫଗୁଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୩ ବର୍ଷ ହୋଇଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ପ୍ରମାଣ ପତ୍ର ମିଳିପାରିଲା ନାହିଁ। ଏଭଳି ଅଭିଯୋଗ ଆଣିଛନ୍ତି ଫଗୁଙ୍କ ସ୍ତ୍ରୀ ପଦ୍ମିନୀ ଖଡ଼ିଆ। ସ୍ବାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ମିଳି ନଥିବା କାରଣରୁ ପଦ୍ମିନୀ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ପାଇ ପାରୁ ନାହାନ୍ତି। ସ୍ବାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ବି ପଦ୍ମିନୀ ବିଧବା ଭତ୍ତା ପାଉପାଇପାରି ନାହାନ୍ତି। ପରିବାରରେ ପଦ୍ମିନୀ, ତାଙ୍କର ୩ ଛୁଆ ଓ ଶାଶୂ । ତାଙ୍କ ଶାଶୂ ମଧ୍ୟ ବିଧବା। ପଦ୍ମିନୀଙ୍କ ପରିବାର ଏବେ ମାତ୍ର ୧୫ କେଜି ଚାଉଳ ପାଉଛନ୍ତି। ପରିବାରରେ ରୋଜାଗର ଶୂନ୍ୟ ହୋଇପଡ଼ିଥିବା ବେଳେ ପଦ୍ମିନୀଙ୍କ ୩ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି। ଅନ୍ୟପଟେ ପଦ୍ମିନୀଙ୍କ ସ୍ବାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ମୃତ୍ୟୁକାଳୀନ ସହାୟତା ମଧ୍ୟ ମିଳିପାରିନାହିଁ। ସ୍ବାମୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ପଦ୍ମିନୀ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କେହି ତାଙ୍କ କଥା ଶୁଣୁନାହନ୍ତି। ସୋମବାର ପଦ୍ମିନୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତାଙ୍କ ସମସ୍ୟାର ସମାଧାନ କରି ସରକାରୀ ସୁବିଧା ସୁଯୋଗ ଏବଂ ପିଲାମାନଙ୍କ ଭବିଷ୍ୟତ ପାଇଁ ସହଯୋଗ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।
ମିଳୁନି ସ୍ବାମୀଙ୍କ ମୃତ୍ୟୁ ପ୍ରମାଣପତ୍ର, ୩ ବର୍ଷ ପରେ ବି ମହିଳା ପାଉନାହାନ୍ତି ବିଧବା ଭତ୍ତା
/sambad/media/post_attachments/wp-content/uploads/2019/09/pension.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)