ଜୟପୁର: ଆସନ୍ତା ଜୁନ ୫ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ନାହିଁ ଜୟପୁର ଜିଲ୍ଲା ଆଇନଜୀବୀ ସଂଘର ଆଇନଜୀବୀ। ଏ ନେଇ ଆଜି ଏକ ରେଜୁଲେସନ୍ କରି ସଂଘ ପକ୍ଷରୁ ଜିଲ୍ଲା ଦୌରାଜଜଙ୍କୁ ଅବଗତ କରାଯାଇଛି।

Advertisment

ଏହି ସମୟରେ କେବଳ ଜରୁରୀ ମାମଲା, ଜାମିନ, ଦେୱାନୀର ଇଂଜେକ୍ସନ୍ ମାମଲା ହିଁ କରିବେ। କୋଭିଡ୍ ମହାମାରୀ ଦିନକୁ ଦିନ ବ୍ୟାପୁଥିବାରୁ ଆଇନଜୀବୀ ସଂଘ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ସଂଘର କିଛି ସଭ୍ୟ ଆକ୍ରାନ୍ତ ହୋଇଥିବାରୁ ଏବଂ ମହାମାରୀ କମୁ ନଥିବାରୁ ଏଭଳି ନିଷ୍ପତି ନିଆଯାଇଛି।

ଆଇନଜୀବୀମାନେ ଜିଲ୍ଲାଦୌରାଜଜଙ୍କ ଅଧିନରେ ଥିବା ସମସ୍ତ କୋର୍ଟ ସହ ଲେବର କୋର୍ଟ, ତହସିଲଦାର, ଉପଜିଲ୍ଲାପାଳ ଆଦି ୧୮ଟି କୋର୍ଟରେ ଯୋଗ ଦେବେ ନାହିଁ ବୋଲି ଜଣାଇଛନ୍ତି। ଆସନ୍ତା ଜୁନ ୫ତାରିଖ ଦିନ ସଂଘର ପରବର୍ତ୍ତୀ କାର୍ଯ୍ୟକାରିଣୀ ବୈଠକରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ସଂଘର ସଭାପତି ସରୋଜ ଦାଶ, ସଂପାଦକ ଆନନ୍ଦ ରଥ, ସହସଂପାଦକ ଗିରିଧର ଖରା ଜଣାଇଛନ୍ତି।