ନବରଙ୍ଗପୁର: ବାଇକ ଦୁର୍ଘଟଣାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିର ବିଶିଷ୍ଟ ବ୍ୟବସାୟୀ ସୁରେନ୍ଦ୍ର ପାଣ୍ଡି(୫୬)ଙ୍କ ମୃତ୍ୟୁ ଘଟିଛି। ସୁରେନ୍ଦ୍ର ଗତକାଲି ନବରଙ୍ଗପୁରକୁ ଆସିଥିଲେ । ସେ ସକାଳୁ ନବରଙ୍ଗପୁରରୁ କାମ ସାରି ନିଜ ଗାଁ ଚନ୍ଦାହାଣ୍ଡି ବ୍ଲକର ବୋରିଗୁଡାକୁ ଫେରୁଥିବା ସମୟରେ ଝରିଗାଁ ବ୍ଲକର କୁସୁମି ନିକଟରେ କୌଣସି କାରଣରୁ ବାଇକ ଅଣାୟତ୍ତ ହୋଇ ଏକ ଗଛକୁ ବାଡେଇ ହୋଇଯାଇଥିଲେ। ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ପଡିରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ୧୦୮ ଆମ୍ବୁଲାନସ ଯୋଗେ ଉମରକୋଟ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ଉମରକୋଟ ଡାକ୍ତରଖାନାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସେ ପିନ୍ଧିଥିବା ହେଲମେଟ ଟି ବି ଭାଙ୍ଗିଯାଇଥିବା ଜଣାପଡିଛି। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଚନ୍ଦାହାଣ୍ଡିରେ ଶୋକର ଛାୟା ଖେଳିଯାଇଛି।
ବାଇକ ଦୁର୍ଘଟଣାରେ ବିଶିଷ୍ଟ ବ୍ୟବସାୟୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/10/Accident_Bike_Road_2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)