ନାରାୟଣପାଟଣା ଛେଳିକୁ ମିଳିବ ଜାତୀୟ ମାନ୍ୟତା, ତଦାରଖ କରି ଫେରିଲେ ବିଶେଷଜ୍ଞ ଟିମ୍

ନାରାୟଣପାଟଣା: ପ୍ରାଣୀ ପ୍ରଜଜନ ପଞ୍ଜିକରଣରେ କୋରାପୁଟ୍ ଜିଲ୍ଲାର ମଇଁଷିକୁ ମିଳିଛି ଜାତୀୟ ମାନ୍ୟତା । ଚଳିତ ମାସରେ ନ୍ୟାସନାଲ୍ ବ୍ୟୁରୋ ଅଫ୍ ଆନିମଲ୍ ଜେନେରେଟିକ୍ ରିସୋର୍ଚ (ଏନ୍‌ବିଏଜିଆର୍‌) ପକ୍ଷରୁ ଏହି ପ୍ରଜାତିର ମଇଁଷିକୁ ଦେଶର ୧୯ତମ ସ୍ୱତନ୍ତ୍ର ବ୍ରିଡ୍ ମାନ୍ୟତା ଦିଆଯାଇଥିଲା। ଏହା ଘୋଷଣା ହେବାର ସପ୍ତାହେ ନ ପୁରୁଣୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ର ଛେଳି କୁ ଏବେ ଜାତୀୟ ମାନ୍ୟତା ମିଳିବ ବୋଲି ଜଣାପଡିଛି । ଏଥିପାଇଁ ଗତ ୯ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଓାଟରସେଡ୍ ସପୋର୍ଟ ସର୍ଭିସ୍ ଆଣ୍ଡ ଆକ୍ଟିଭିଟିସ୍ ନେଟଓର୍କର ଚାରି ଜଣିଆ ବିଶେଷଜ୍ଞ ଦଳ ଆଜି ନାରାୟଣପାଟଣା ବ୍ଲକ୍ ଗସ୍ତ କରି ବିଭିନ୍ନ ପ୍ରଜାତିର ଛେଳିକୁ ଦେଖିବା ସହ ତାହାର ଲମ୍ବା, ଓଜନ, ଆକାର ଏପରି ବିଭିନ୍ନ ଦିଗରେ ତଦାରଖ କରିଥିଲେ । ଏଥିସହ ନାରାୟଣପାଟଣା ପରିବେଶରେ ବଢୁଥିବା ଛେଳିର ଗୁଣବତ୍ତା,  ବିହନ ସବୁ ଲକ୍ଷ୍ୟ କରିବା ସହ ଛେଳି ଚାଷୀଙ୍କ ସହ ଆଲୋଚନା କରିଥିଲେ । ନାରାୟଣପାଟଣାର ହରିଜନ ସାହି, ବାଉରି ସାହି, ଅଞ୍ଚଳପୁର, ପୋଡାପଦର ପଞ୍ଚାୟତର ବାସନାପୁଟ ଆଦି ଗ୍ରାମରେ ଛେଳି ଚାଷୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ । କ’ଣ ଖାଇବାକୁ ଦିଆଯାଉଛି ,କିପରି ବଢୁଛନ୍ତି,ପରିବେଶ ସହ ସଠିକ୍ ଖାପଖୁଆଇ ରହିପାରୁଛନ୍ତି କି,ଛେଳି ରଙ୍ଗ,ଉଚତା,ଗଠନ ଶୈଳୀ ଏସବୁ ଦିଗରୁ ତଦାରଖ କରିଥିଲେ ।
ସୂଚନା ଥାଉକି, ନାରାୟଣପାଟଣା ଜଳବାୟୁରେ ବଢୁଥିବା ଛେଳିର ଚାହିଦା ପୁରା ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ।ଖାସ୍ କରି ଘାସ, କଣ୍ଟା ଜାତିର ପତ୍ର ଖାଇ ବେଶ୍ ହୃଷ୍ଟପୁଷ୍ଟ ହୋଇ ବଢିଥାନ୍ତି ଏହି ପ୍ରଜାତିର ଛେଳି ।୫ରୁ ୬ ପ୍ରକାର ପ୍ରଜାତିର ଛେଳି ଏହି ମାଳ ଓ ପାହାଡିଆ ଅଂଚଳରେ ପ୍ରଚୁର ମାତ୍ରାରେ ଦେଖାଯାଉଥିବାରୁ ଏହି ଛେଳିର ଓଜନ,କ୍ଷୀର,ମାଂସ ବେଶ ଉତ୍କ୍‌ଷ୍ଠ  ।ନାରାୟଣପାଟଣା ପରିବେଶରେ ବଢୁଥିବା ଧଳା ,କଳା,ନାଲି,ମାଟିଆ ରଙ୍ଗର ପ୍ରଜାତିର ଛେଳି ପ୍ରତିକୁଳ ପରିବେଶରେ ରହିବା ସହ ପ୍ରଜଜନ କ୍ଷେତ୍ରରେ ମଧ୍ୟ ସଫଳ ହୋଇଥାନ୍ତି । ବର୍ଷକୁ ପାଖାପାଖି ପ୍ରତିକୁଳ ପରିବେଶରେ ଦୁଇରୁ ଅଧିକ ଛୁଆ ଜନ୍ମ କରିଥାନ୍ତି । ଭୁବନେଶ୍ୱରୁ  ଆସିଥିବା ଚାରିଜଣିଆ ବିଶେଷଜ୍ଞ ପଶୁ ଡାକ୍ତରି ଦଳ ନାରାୟଣପାଟଣା ପ୍ରଜାତିର ଛେଳିକୁ ଦେଶି ଖୁସି ବ୍ୟସ୍ତ କରିଥିବା ବେଳେ ବିରଳ ପ୍ରଜାତୀର ଛେଳି ର ସମୀକ୍ଷା କରି ଖୁସି ବ୍ୟକ୍ତ କରିଥିଲେ ।ଏହି ପ୍ରଜାତିର ନମୁନା ,ରୁପରେଖ,ବଢିବାର ଶୈଳୀ,ବ୍ରିଡ୍‌,ଏହାର ଗୁଣବତା କୁ ପରୀକ୍ଷା ନିରୀକ୍ଷା କରିବା ପରେ ଯାଇ ରିପୋର୍ଟ ଆସିବାର ସମ୍ଭାବନା ଦେଖାଦେଇଛି । ଯଦି ସବୁତକ ରିପୋର୍ଟ ସତ ପ୍ରମାଣିତ ହୁଏ ତାହେଲେ ଓଡିଶା ର କୋରାପୁଟର ମାଳ ଓ ପାହାଡିଆ ଅଂଚଳରେ ବଢୁଥିବା ନାରାୟଣପାଟଣା ର ଛେଳି ବହୁତ୍ ଶୀଘ୍ର ଜାତୀୟ ମାନ୍ୟତା ମିଳବାର ଆଶା ଉଜ୍ଜୀବିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ନାରାୟଣପାଟଣା ପଶୁ ବିଭାଗର ଭାରପ୍ରାପ୍ତ ଗୋଷ୍ଠୀ ପ୍ରାଣୀ ଚିକିକ ରାଜେଶ୍ କୁମାର ସାହୁ କହିଛନ୍ତି ଯେ ଯେଉଁ ବିଶେଷଜ୍ଞ ଟିମ୍ ଆସିଛନ୍ତି ସେମାନେ ଖୁସି ଅଛନ୍ତି । ଯଦି ସବୁଠିକ୍ ଠାକ୍ ରୁହେ ତାହେଲେ ନାରାୟଣପାଟଣାର ପରିବେଶରେ ବଢୁଥିବା ଛେଳf ବହୁତ୍ ଜଲଦି ଦେଶରେ ନାମ କୁ ଟେକ ରଖିବ ।ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗର ଏମ୍ ଭି ୟୁ ଡାକ୍ତର ଦେବାଶିଷ ଶତପଥି, ପ୍ରଶୁଧନ ନିରୀକ୍ଷକ ଧର୍ମେନ୍ଦ୍ର ଅନାରସିଂ, ସନ୍ତୋଷ କୁମାର ସାମ୍ଭାନା, ସାଗରିକା ମିଶ୍ର.ବଂଶୀଧର ଦାସ, ଚନ୍ଦ୍ରମା ସାହୁକାର, ମୋହନ ତାଡିଙ୍ଗି, ହରି ଶଗଡିଆ ପ୍ରମୁଖ ସହେଯାଗ କରିଥିଲେ।
ସମ୍ବନ୍ଧିତ ଖବର