ଫୁଲବାଣୀ: ଫୁଳବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇଂଜେକସନ ନେଇ ଅସୁସ୍ଥ ୩୭ ଜଣ ରୋଗୀଙ୍କ ମଧ୍ୟରୁ ୨୪ ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ କ୍ଷତିପୁରଣ ରାଶି ପ୍ରଦାନ କରାଯାଇଛି। ହେଲେ କାଗଜପତ୍ର ନଥିବା ଆଳ ଦେଖାଇ ବାକି ୧୩ ଜଣଙ୍କୁ ଅଦ୍ୟାବଧି କ୍ଷତିପୂରଣ ରାଶି ପ୍ରଦାନ କରାଯାଇ ନାହିଁ। କ୍ଷତିପୂରଣ ରାଶି ପାଇ ନଥିବା ୧୩ ଜଣଙ୍କୁ ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଜାତୀୟ ମାନବଧିକାର କମିଶନ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ସେମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କର ବୋଲି ତୁରନ୍ତ ଜଣାଇବାକୁ କୁହାଯାଇଛି।

Advertisment

ଗତ ୨୦୧୪ ସେପ୍ଟେଟର ୧୪ ସଂଧ୍ୟାରେ ଏକ ନିର୍ଦ୍ଧିଷ୍ଟ କଂପାନି ଦ୍ଵାରା ପ୍ରସ୍ତୁତ ଇଂଜେକସନ ପରୀକ୍ଷା ମୂକକ ଭାବେ ପ୍ରଥମ ଥର ପାଇ ଏଠାରେ ରୋଗୀଙ୍କୁ ଦିଆଯାଇଥିଲା। କିଛି ସମୟ ପରେ ପ୍ରାୟତଃ ୩୭ ଜଣ ରୋଗୀ ଅସୁସ୍ଥ ହୋଇ ପଡିଥିଲେ। ସେଥି ମଧ୍ୟରୁ ୪-୫ ଜଣ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଅବଶ୍ୟ ଏଥିରେ କାହାର ଜୀବନହାନୀ ଘଟି ନଥିଲା। ଏହାକୁ ନେଇ ଚିକିତ୍ସାଳୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହ ବିଭିନ୍ନ ମହଲରୁ ତଦନ୍ତ ଦାବି କରାଯାଇଥିଲା। ସରକାର ତୁରନ୍ତ ଏତ ସ୍ୱତନ୍ତ୍ର ଟିମ ପଠାଇଥିଲେ।

ଟିମ ତଦନ୍ତ କରି ରିପୋର୍ଟ ଦେବା ପରେ ସଂପୃକ୍ତ କଂପାନୀର ଏହି ଇଂଜେକସନ ଯୋଗାଣକୁ ବନ୍ଦ କରି ଦେଇଥିଲେ। ଇଂଜେକସନ ନେଇ ସମସ୍ତ ଅସୁସ୍ଥ ରୋଗୀଙ୍କୁ କ୍ଷତିପୂରଣ ରାତି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ହ୍ୟୁମାନ ରାଇଟସ ୱାଚର ରାଜ୍ୟ ସମ୍ପାଦିକା ସଂଗୀତା ସ୍ୱାଇଁ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଦାବି କରିଥିଲେ। ଜାତୀୟ ମାନବଧିକାର କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୪ ଜଣଙ୍କୁ କ୍ଷତିପୂରଣ ରାଶି ମିଳି ଯାଇଥିବା ବେଳେ ବାକି ୧୩ ଜଣଙ୍କୁ ତୁରନ୍ତ ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।