ମାଲକାନଗିରି: ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ତରଫରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ) କାର୍ଯ୍ୟାଳୟରେ ଚଢାଉ କରାଯାଇଛି। ଚଢ଼ାଉ ସମୟରେ ଏନଆରଏଚଏମର ଡିପିଏମ ସୁଦୀପ କେଶ ୨୦ ହଜାର ଟଂକା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି। ଘଟଣା ଅନୁଯାୟୀ ଏନଆରଏଚଏମର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ କୌଣସି ଏକ କାମର ବିଲ କରିବା ପାଇଁ ଡିପିଏମଙ୍କ ନିକଟକୁ ଯାଇଥିଲେ।ତେବେ ଡିପିଏମ ସୁଦୀପ କେଶ ବିଲ ପାସ କରିବା ପାଇଁ ୨୦ ହଜାର ଟଂକା ଲାଞ୍ଚ ମାଗିଥିଲେ।
/sambad/media/post_attachments/wp-content/uploads/2021/01/Mkg-vigilance-trap-2.jpg)
ନବଘନ ଖିଲ ଏନେଇ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ନିକଟରେ ହାଜର ହୋଇ କେଶ ଦାୟର କରିବା ପରେ ଆଜି ଦୁର୍ନୀତି ନିବାରଣ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ବରେ ଏକ ଟିମ ସଂଧ୍ୟାରେ ଡିପିଏମଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲା। ଡିପିଏମ ସୁଦୀପ କନିଷ୍ଠ ଯନ୍ତ୍ରୀ ନବଘନଙ୍କ ଠାରୁ ୨୦ ହଜାର ଟଂକା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରାପଡିଥିଲେ। ଡିପିଏମ ସୁଦିପଙ୍କୁ ଗିରଫ କରାଯିବା ସହ ପଚରାଉଚରା କରାଯାଉଛି। ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ସବିଶେଷ ବିବରଣୀ ମିଳିପାରି ନାହିଁ।ତଦନ୍ତ ପରେ ହିଁ ଡିପିଏମଙ୍କର କେତେ ସଂପତ୍ତି ରହିଛି ଜଣାପଡିବ ବୋଲି ଭିଜିଲାନସ ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Mkg-vigilance-trap-3.jpg)