ଭଞ୍ଜନଗର: ଆଜି ହେଉଛି ସ୍ବାୟତ ଶାସନ ଦିବସ। ପ୍ରତିବର୍ଷ ଏହାକୁ ବହୁ ଉତ୍ସାହ ଓ ଉଦ୍ଦିପନାରେ ପାଳନ କରୁଛି ଭଞ୍ଜନଗର ଏନଏସି। ବର୍ଷ ପରେ ବର୍ଷ ବିତୁଛି, ସେହି ଅନୁପାତରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହି ପରିମାଣରେ ଲୋକଙ୍କ ଆବଶ୍ୟକତା ମଧ୍ୟ ବଢ଼ିଛି। ସମସ୍ୟା ଅଭାବ ଓ ଆବଶ୍ୟକତା ଭିତରେ ଆଗକୁ ବଢୁଥିବା ଏନ୍‌ଏସିର କିନ୍ତୁ ପରିସୀମା ବୃଦ୍ଧି କରି ପୌରପାଳିକାର ମାନ୍ୟତା ପ୍ରଦାନ କରାଯାଇ ପାରୁନାହିଁ। ଅଞ୍ଚଳବାସୀଙ୍କ ଆଶା ମରୁଭୂମୀର ମରୀଚିକା ପାଲଟି ଗଲାଣି। ବାରମ୍ବାର ଦାବି ହେଉଥିଲେ ମଧ୍ୟ ପୌରପାଳିକା ଘୋଷାଣ ଦିଗରେ ପ୍ରଶାସନ ଇଞ୍ଚେ ମଧ୍ୟ ପାଦ ଆଗକୁ ବଢାନଥିବା ଅତ୍ୟନ୍ତ ପରିତାପର ବିଷୟ ପାଲଟିଛି। ପରିମଳ ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସହର ବୃଦ୍ଧି ସହ ଲୋକଙ୍କ ଆ‌ବଶ୍ୟକତା ବଢିଥିବାରୁ ତାକୁ ମେଣ୍ଟାଇବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ଯାହାକି ପୌରପାଳିକାରେ ପରିଣତ ହେଲେ ଖର୍ଚ୍ଚ ପାଇଁ ଅଧିକା ବଜେଟ ସୃଷ୍ଟି କରାଯାଇ ପାରିବ। ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗର ସମେତ ଆସିକା ଓ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ଭାବେ ଘୋଷଣା ଦାବି ସମ୍ପର୍କୀତ ଆବେଦନର ଶୁଣାଣୀ କରି ହାଇକୋର୍ଟ ସରକାରଙ୍କୁ ‌ନୋଟିସ ମଧ୍ୟ ଜାରି କରିଛନ୍ତି। କିନ୍ତୁ ଭଞ୍ଜନଗର ଏନଏସିକୁ କାହିଁକି ଅଣଦେଖା କରାଯାଉଛି ବୋଲି ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି। କଳା ସାହିତ୍ୟ ଓ ସଂସ୍କୃତିର ସହରରେ ଭାବେ ସାରା ରାଜ୍ୟରେ ଭଞ୍ଜନଗର ଅନ୍ୟତମ। ବହୁ ପୁରାତନ ଏହି ଏନଏସି ୧୯୫୭ ମସିହାରୁ ଏଠାରେ ଗଠନ ହୋଇ କାର୍ଯ୍ୟକ୍ଷମ କରୁଛି। ଭଞ୍ଜନଗର ଏନଏସିରେ ମଧ୍ୟରେ ରସଲକୋଣ୍ଡା ପାହାଡ ଓ ଲୋହରାଖଣ୍ଡି ନଦୀ ପ୍ରଭାବିତ ‌ହୋଇ ଏହି ଏନଏସିରକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରୁଛି। ଏଠି ଅନେକ ପୁରୁଣା ବସ୍ତି ରହିଥିବା ବେଳେ ପୁରୁଣା ଘରକୁ ଭାଙ୍ଗି ଲୋକେ ନୂତନ ଧରଣର ଘର କରି ସହରର କ୍ଷେତ୍ରକୁ ପରିବ୍ୟପ୍ତ କରିବାରେ ଲାଗିଛନ୍ତି। ପଦା ହୋଇ ରହିଥିବା ସ୍ଥାନରେ ବର୍ତ୍ତମାନ ବହୁ ଦୋକାନ ବଜାରରେ ଭର୍ତ୍ତି ହୋଇଗଲାଣି।

Advertisment

publive-image Sambad

ପ୍ରତିଦିନ ଆଖପାଖ ଗ୍ରାମାଞ୍ଚଳ ଲୋକେ ବଜାର କରିବା ପାଇଁ କିମ୍ବା କ‌ୌଣସି କାର୍ଯ୍ୟରେ ପାଇଁ ସହରକୁ ଆସୁଛନ୍ତି। ସେହି ହିସାବରେ ସହରର ଉନ୍ନତି ‌ଯଥେଷ୍ଟ ଆବଶ୍ୟକତା ରହିଛି। ଗତ ୨୦୧୧ ଜନଗଣନା ଅନୁଯାୟୀ, ଭଞ୍ଜନଗର ଏନଏସିରେ ମୋଟ ୨୦,୪୮୨ ଜନସଂଖ୍ୟା ଥିଲେ। ସେଥିମଧ୍ୟରେ ପୁରଷ ସଂଖ୍ୟା ୧୦,୩୦୮ ରହିଥିବା ବେଳେ ମହିଳାଙ୍କ ସଂଖ୍ୟା ୧୦୧୭୪ ରହିଥିଲା। ଏଥିରେ ୧୬,୫୩୧ ଜଣ ଶିକ୍ଷିତ ରହିଥିବା ବେଳେ ‌ସେଥିରୁ ୮,୭୦୬ ଜଣ ପୁରଷ ଓ ୭,୮୨୫ ଜଣ ମହିଳା ଅଟନ୍ତି। ଯାହାକି ବର୍ତ୍ତମାନ ସ୍ଥିତିରେ ଏହି ସଂଖ୍ୟା ବହୁଗୁଣା ବୃଦ୍ଧି ପାଇଛି। ଏଥିସହ ସହରରେ ‌୪,୮୮୪ ଟି ଘର ରହିଥିବା ବେଳେ ଗତ କରୋନା ସମୟରେ ଘରଘର ବୁଲି ସ୍କ୍ରିନିଂ ସମୟରେ ସେହି ସଂଖ୍ୟା ଛଅ ହଜାର ପାଖାପାଖି ବୃଦ୍ଧି ପାଇଥିବା ଜଣାପଡିଛି। ପିଲାଙ୍କ ପାଠ ପଢ଼ିବା ଠାରୁ ଆରମ୍ଭ କରି ଚାକିରି କରିବା କିମ୍ବା ବେପାର କରିବା ଦିଗରେ ବହୁ ଲୋକ ଗାଁରୁ ସହର ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଫଳ‌ରେ ଘର ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସହର ସଫେଇ ପାଇଁ ଉନ୍ନତ ବ୍ୟବସ୍ଥା ହେଉନଥିବା ବେଳେ ଦିଆଯାଇଥିବା ଡଷ୍ଟବିନକୁ ସଠିକ ବ୍ୟବହାର ହୋଇ ପାରୁନାହିଁ। ଯାହା ଫଳରେ ଲୋକ ମାନ‌େ ରାସ୍ତାଘାଟ ଅଳିଆ ପକାଉଛନ୍ତି। ବୃହତ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏନଏସି ବଡ ପଦକ୍ଷେପ ନେବା ପାଇଁ ବହୁ ଅର୍ଥର ଆବାଶ୍ୟକତା ରହିଥିବା ବେଳେ ମାନବ ସମ୍ବଳର ମଧ୍ୟ ‌ଆବଶ୍ୟକତା ରହିଛି। ଏନେଇ ସ୍ଥାନୀୟ ଲୋକେ ଭଞ୍ଜନଗରକୁ ଏନଏସିରୁ ପୌରପାଳିକା କରିବା ପାଇଁ ବାରମ୍ବାର ଦାବି କରି ମଧ୍ୟ ନିରାଶ ହୋଇଛନ୍ତି।