ରୁପ୍ରା: ଆମ ସଂସ୍କୃତି ଓ ପରମ୍ପରାର ଝଲକ ବିଦେଶରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ସିଙ୍ଗାପୁରଠାରେ ରହୁଥିବା ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ଶତାଧିକ ସଦସ୍ୟ ରବିବାର (ଅକ୍ଟୋବର ୧ ତାରିଖ) ଦିନ ସିଙ୍ଗାପୁର ସିମେଇ ଷ୍ଟ୍ରିଟର ମେଲ୍ ଭିଲ୍ଲେ ପାର୍କଠାରେ ଏକତ୍ରିତ ହୋଇ ନୂଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ସିଙ୍ଗାପୁରଠାରେ ବସବାସ କରୁଥିବା ଓଡ଼ିଆମାନେ ନୂଆଚୁଡା ଓ ପ୍ରସ୍ତୁତ ହୋଇଥିବା ଭୋଗ ଜୟ ମା’ ସମଲେଇଙ୍କୁ ସ୍ମରଣ କରି ସାମୂହିକ ନୂଆ ଖାଇଥିଲେ। ଓଡ଼ିଶାରୁ ଆଲୋକ ପଣ୍ଡା, ସିଙ୍ଗାପୁରକୁ ନୂଆଧାନ ଓ ନୂଆଚୁଡା ନେଇଥିଲେ। ତାପରେ ନୂଆଖାଇ ଜୁହାର୍ କରି ସାନମାନେ ବଡମାନଙ୍କଠାରୁ ଆଶୀର୍ବାଦ ନେଇଥିଲେ। ତାପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଡାଲଖାଇ ଓ ମାଏଲା ଜଡ ସମେତ ଅନ୍ୟାନ୍ୟ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା।
/sambad/media/post_attachments/wp-content/uploads/2023/10/b9d3bf35-d220-4c78-a5f6-2d6fba3c2d3f-1024x366.jpg)
କୋଭିଡ୍ ମହାମାରୀ ପରେ ଏହା ଦୁଇବର୍ଷ ପରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାବର୍ଷ ଏହି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହେବ ବୋଲି ସିଙ୍ଗାପୁରଠାରେ ବସବାସ କରୁଥିବା DBS (Development Bank of Singapore) ଅଜିତ ସାହୁ 'ସମ୍ୱାଦ' କୁ ସୂଚନା ଦେଇ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନର୍ଲା ବ୍ଲକ ଭାନପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୌରଚନ୍ଦ୍ର ସାହୁ ଯୋଗଦାନ କରି ଆମ ସଂସ୍କୃତି ଓ ପରମ୍ପରା କେତେ ମହାନ୍, ସେ ବାବଦରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଆଲୋକ ପଣ୍ଡା ଓ ଦୀପକ ସାହୁ ନୂଆ ସମ୍ବଲପୁରୀ ଗାମୁଛା ଗୌରଚନ୍ଦ୍ର ସାହୁ ଓ ପ୍ରସନ୍ନ ଜେନାଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/1871896a-583b-4373-9a86-c3e0841c11e1.jpg)