ପର୍ବପର୍ବାଣୀରେ ଐକ୍ୟ ଓ ସଂହତି ସୃଷ୍ଟି ହୁଏ: ମନୋଜ ପାଢ଼ୀ

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନୂଆଖାଇ ପର୍ବ ପାଳିତ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ନୂଆଖାଇ ପର୍ବ ପାଳିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଜୟୀରାଜଗୁରୁ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ନୂଆଖାଇ ପର୍ବ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ବ ହେଲେ ହେଁ ଏହାକୁ ସମଗ୍ର ଓଡ଼ିଶାରେ ଆଦୃତି ମିଳିଛି । ଏହା ଉକ୍ରଳୀୟ ସଂସ୍କୃତି ଓ ଧାର୍ମିକ ପରଂପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ।

ପର୍ବପର୍ବାଣୀ ପାଳନ କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ସଦ୍ଭାବ, ଏକତା ଓ ସଂହତି ସ୍ଥାପିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଜିଲ୍ଲାସ୍ତରରେ ଏହି ପର୍ବ ପାଳନ କରିବାକୁ ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ପାଢ଼ୀ କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଐତିହାସିକ ସତ୍ୟବାଦୀ ବଳିଆରସିଂହ, ପୂର୍ବତନ ଅଧ୍ୟାପକ ଗୋପାଳକୃଷ୍ଣ ଦାସ, ମୁଖ୍ୟ ବକ୍ତାଭାବେ ପୂର୍ବତନ ପ୍ରଫେସର ନାରାୟଣ ରାଓ ମଂଚାସୀନ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସଭାକାର୍ଯ୍ୟର ଅଧ୍ୟକ୍ଷତା କରିଥିଲେ । ଓହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ଆଦି ନୃତ୍ୟ ପରିବେଷଣ କରାଯାଇଥିଲା । ହେମନ୍ତ ବେହେରା, ଜିଲ୍ଲା ସଂସ୍କୃତି ବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର