ସୁନ୍ଦରଗଡ଼: ଢୋଲ, ନିଶାନର ମନ ମତାଣିଆ ତାଳେ ତାଳେ ସମ୍ବଲପୁରୀ ନୃତ୍ୟଗୀତ ଓ ସମ୍ବଲପୁରୀ ଫେସନ୍ ଶୋ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସୁନ୍ଦରଗଡ଼ କଳାକାର ମଞ୍ଚର ନୂଆଁଖାଇ ଭେଟଘାଟ। ଏଥିରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା କୁନା ତ୍ରିପାଠୀ ଓ ସୁନ୍ଦରଗଡ଼ ମାଟିର ପୁଅ ପ୍ରଦୀପ ଦତ୍ତ। କୁନା ତ୍ରିପାଠୀଙ୍କ ରସଭରା କଥା ସମସ୍ତଙ୍କୁ ଛୁଇଁ ଯାଇଥିଲା। ସ୍ଥାନୀୟ ସିଭିକ ସେଣ୍ଟରେ ଠାରେ ଅନୁଷ୍ଠିତ ଏହି ଉତ୍ସବକୁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଜିଲ୍ଲା ପରିଷଦ ସଭ୍ୟ ସୁଖଲାଲ ମୁଣ୍ତା ସୁନ୍ଦରଗଡ଼ର ଇଷ୍ଟଦେବୀ ମା’ ସମଲେଇଙ୍କ ପୂଜାର୍ଚ୍ଚନାରେ ଶୁଭାରମ୍ଭ କରିଥିଲେ।
/sambad/media/post_attachments/wp-content/uploads/2021/09/18c477a2-73e2-4aaa-83f1-b443230c397b.jpg)
ଉଦଯାପନୀ ଉତ୍ସବରେ ଅତିଥି ଭାବେ ଦୁଇ ଚଳଚିତ୍ର ଅଭିନେତାଙ୍କ ସମେତ ବିଜେଡି ନେତ୍ରୀ ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ସୁନିତା ବିଶ୍ବାଳ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାରେ ସୁନ୍ଦରଗଡ଼ କଳାକାର ମଞ୍ଚ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି ବୋଲି ଅତିଥିମାନେ ପ୍ରକାଶ କରିବା ସହ ପ୍ରଶଂସା କରିଥିଲେ। ମଞ୍ଚର ଉଦ୍ଧବ ଭିତିରିଆ, ରୋଶନ ସାହୁ, ମନୋଜ ସାହୁ, ଶ୍ରୁତି ପଣ୍ତା, ପ୍ରିୟଙ୍କା ଜେନା, ଗୋପାଳ ମିସ୍ତ୍ରୀ, ଲିପସା ଦାସ, ଅମନ ଦାସ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।
/sambad/media/post_attachments/wp-content/uploads/2021/09/84ab950b-3b13-4b14-afdb-a25c39e43f0f-e1632068374874.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/0dce6dab-fe0c-40c3-abfc-a3e63488f940.jpg)