ନୂଆପଡା: ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନସ୍ ହାତରେ ଧରାପଡିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ସୁପରଭାଇଜର । ସିନାପାଲି ବ୍ଲକ ସାଗୁନଭାଡି-୨ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ବିକାଶ ରଞ୍ଜନ ବାଗଙ୍କଠାରୁ ସୁପରଭାଇଜର ହର୍ଷମଣି ଦେଇ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଆଉ ସିନାପାଲି ବସଷ୍ଟାଣ୍ତରେ ଲାଞ୍ଚ ନେଲାବେଳେ ଭିଜିଲାନସ୍ ଧରିଛି । ଏବେ ତାଙ୍କ ଅଁଅଲାଭଟା ନିଜ ଘର, ଖଡିଆଳ ଘର,ସିନାପାଲି ଭଡାଘର ଓ ଅଫିସରେ ଚଢାଉ ଚାଲିଛି ।
ଏ ଚଢାଉରେ ନୂଆପଡା, ମାଲକାନଗିରି,ନବରଙ୍ଗପୁର,ଜୟପୁର ଭିଜିଲାନସ୍ ଟିମ୍ ସାମିଲ ଅଛନ୍ତି । ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ସିନାପାଲି ବ୍ଲକର ଛତିଗୁଡା ସେକ୍ଟରର ସୁପରଭାଇଜର ହର୍ଷମଣି ଦେଇ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ | ତେବେ ମୂଲଚାଲ କରି ୮୦ ହଜାର ଟଙ୍କା ଦେବାକୁ ଅଭିଯୋଗକାରୀ ବିକାଶ ରଞ୍ଜନ ବାଗ ରାଜି ହୋଇଥିଲେ |
ଆଜି ସକାଳେ ସିନାପାଲି ବସଷ୍ଟାଣ୍ଡରେ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ | ଆଉ ହର୍ଷମଣିଙ୍କ ଠାରୁ ୮୦ ହଜାର ଟଙ୍କା ଜବତ କରାଯାଇଛି | ତାଙ୍କ ନାମରେ ଭିଜିଲାନ୍ସ କେଶ ନମ୍ବର ୨୫/୨୦୨୧ ରୁଜୁ କରାଯାଇ ତଦନ୍ତ ଜାରି ରହିଛି |