ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ନୂଆପଡ଼ା: ନୂଆପଡ଼ା ରେଞ୍ଜ ସାଲିହା ଗ୍ରାମରେ ଭାଲୁ ଆକ୍ରମଣରେ ଅଜିତରାମ ସାହୁ (୬୫) ଗୁରୁତର ଆହତ ହୋଇଛନ୍ତି। ଅଜିତରାମ ଭୋର୍‌ ସାଢ଼େ ୫ଟାରେ ଘର ବାଡ଼ି ପଟେ ଥିବା କୂଅକୁ ମୁହଁ ଧୋଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ୨ଟି ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ବୃଦ୍ଧଙ୍କ ଚିତ୍କାର ଶୁୁଣି ଘର ଲୋକ ଆସିଯିବାରୁ ଭାଲୁ ଦୁଇଟି ପଳାଇ ଯାଇଥିଲେ। ଗୁରୁତର ଅଜିତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତି, ଜଙ୍ଘ ଆଦି ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଆହତଙ୍କୁ ଚିକିତ୍ସା ସହାୟତା ଦେବାକୁ ଦାବି ହେଉଛି। ଏ ନେଇ ଫରେଷ୍ଟର କହିଛନ୍ତି ଯେ, ମେଡିକାଲ ରିପୋର୍ଟ, ପୁଲିସ ରିପୋର୍ଟ ସହ କ୍ଷତିପୂରଣ ପାଇଁ ଆବେଦନ ପତ୍ର ଡିଏଫ୍‌ଓଙ୍କୁ ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର