୧୦ ଲକ୍ଷ ଟଙ୍କା ଲୁଟ୍‌ ଘଟଣା:ଅଭିଯୁକ୍ତଙ୍କ ଟେର୍‌ ପାଉନି ପୁଲିସ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ୧୦ ଲକ୍ଷ ଟଙ୍କା ଲୁଟିନେବା ଘଟଣା ୨ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ଟେର ପାଉ ନାହିଁ। ମଙ୍ଗଳବାର ପତରା ଯିବା ରାସ୍ତାରେ ହୋଇଥିବା ଲୁଟ ଘଟଣା  ବର୍ତ୍ତମାନ ପୁଲିସ ପାଇଁ ଏକ ‌ଚେଲେଞ୍ଜ ହୋଇ ପଡିଛି। ଜିଲ୍ଲା ସଦର ମହକୁମା ଠାରେ  ସିସିଟିଭି ଲାଗିଥିଲେ ମଧ୍ୟ ଲୁଟେରା ଏହାକୁ ଖାତିର ନକରି ଲୁଟି ନେଇଥିବା ଚିନ୍ତାର ବିଷୟ ହୋଇଛି। ପ୍ରକାଶ ଯେ ମଙ୍ଗଳବାର ଦିନ ଡୁମେରପାଣି ଗ୍ରାମର ହିରନ ସାହୁ, ‌ ଜୈନ ସିଂ ଓ ବୀରବଲ ମାଝୀ ନୂଆପଡ଼ା ଏଡିବି ବ୍ୟାଙ୍କରୁ ପାଣିପଞ୍ଚାୟତର ୧୦ ଲକ୍ଷ ଉଠାଣ କରିଥି‌ଲେ। ନୂଆପଡ଼ା–ଧରମବନ୍ଧା ରାସ୍ତାରେ ଥିବା ଏକ ବିଦେଶୀ ମଦ ‌ଦୋକାନକୁ ଯାଇ ଫେରୁଥିବା ବେଳେ ଏକ କଳା ପଲସର ବାଇକରେ ଅଜଣା ଦୁର୍ବୃତ୍ତମାନେ ଆସି ୧୦ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର