ଖଡ଼ିଆଳ: ଖଡ଼ିଆଳ ବ୍ଲକ ବଡ଼ଦୋହେଲ ଗାଁରେ ଜନଜାତି ଲୋକଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ବ୍ଲକ ଜନଜାତି ଅଧ୍ୟକ୍ଷ କାର୍ତ୍ତିକେଶ୍ୱର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜେମାମଣି ଧରୁଆ ମୁଖ୍ୟ ଅତିଥି, ବିହାରୀଲାଲ ମାଝୀ, ସୁଦାମ ସିଂଭୋଇ, ପୁଷ୍ପାଞ୍ଜଳି ମାଝୀ, ଦୁର୍ମିଳା ମାଝୀ ସମ୍ମାନିତ ଅତିଥି, ପଞ୍ଚାୟତ ସମିତି ଅଧ୍ୟକ୍ଷ ବାଳକୃଷ୍ଣ ଶବର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ବଡ଼ଦୋହେଲ ଗ୍ରାମ ବିଜୁଳି, ପାନୀୟ ଜଳ, ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ ଦିଗରେ ଅବହେଳିତ ହୋଇଥିବା ଅଭିଯୋଗ କରିଛନ୍ତି। ଏସବୁର ସମାଧାନ ପାଇଁ ପ୍ରସାଶନ ପାଖରେ ଦାବି କରିଛନ୍ତି। ଅନ୍ୟଥା ଆନ୍ଦୋଳନ ଜୋର୍ଦାର କରାଯିବ ବୋଲି ଧମକ ଦେଇଛନ୍ତି। ଅର୍ଜୁନ ମାଝୀ, ପତିରାମ ମାଝୀ, ଶ୍ରୀହରି ଖାଡ଼ିଆ ଓ ବଡ଼ଦୋହେଲ ଗ୍ରାମର ଯୁବକମାନେ ସହଯୋଗ କରିଥିଲେ।
ସମସ୍ୟାର ସମାଧାନ ପାଇଁ ଆଦିବାସୀ ମେଳି
/sambad/media/post_attachments/wp-content/uploads/2018/02/strike1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)