ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ଥାନା ସିଲଦା ଗ୍ରାମରେ ଛୁରିରେ ତିନିଜଣଙ୍କକୁ ମରଣାନ୍ତକ ଆକ୍ରମଣ ମାମଲାରେ ବିଚାର କରି ଶୁକ୍ରବାର ଅତିରିକ୍ତ ଦୌରାଜଜ୍ ପ୍ରଭାତ ରାୟଗୁରୁ ଅଭିଯୁକ୍ତ ବୀରକିଶୋର ଦାସକୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
୨୦୧୫ ଫେବୃୟାରି ୨୩ ତାରିଖରେ ନୂଆପଡ଼ା ଥାନା ସିଲଦା ଗ୍ରାମର ଅଭିଯୁକ୍ତ ବୀରକିଶୋର ଗାଁର ମହେଶ୍ୱର ଦାସଙ୍କ ଘରକୁ ପଶି ୪ଲକ୍ଷ ଟଙ୍କା ଧାର ମାଗିଥିଲେ। ହେଲେ ମହେଶ୍ୱର ତାଙ୍କୁ ଟଙ୍କା ଧାର ଦେବାକୁ ମନା କରିଥିଲେ। ବୀରକିଶୋର ଉତ୍ତ୍ୟକ୍ତ ହୋଇ ଏକ ଛୁରି ସାହାଯ୍ୟରେ ମହେଶରଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ଏହାକୁ ତାଙ୍କ ପୁଅ ମନୋଜ ଓ ପଡ଼ୋଶୀ ରାୟସିଂ ମିତ୍ର ବିରୋଧ କରିବାରୁ ଉଭୟଙ୍କୁ ମଧ୍ୟ ଛୁରିରେ ଆକ୍ରମଣ କରିଥିଲେ। ଏନେଇ ନୂଆପଡ଼ା ଥାନା ପୁଲିସ କେସ୍ ନଂ ୨୩/୧୫ରେ ମାମଲା ରୁଜୁ କରି ଅଭିଯୁକ୍ତ ବୀରକିଶୋରଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା। ସରକାରୀ ଓକିଲ କାର୍ତ୍ତିକେଶ୍ୱର ମହାରଣା ମାମଲା ପରିଚାଳନା କରିଥିଲେ।
୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ
/sambad/media/post_attachments/wp-content/uploads/2018/02/jail-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)