ନୂଆପଡ଼ା : ବଜ୍ରକାପ୍ତା ଜବତ, ଯୁବକ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରୁ ସୀମାନ୍ତ ଛତିଶଗଡ଼ ରାଜ୍ୟକୁ ବ୍ରଜକାପ୍ତା ଚାଲାଣ ହେଉଥିବା ସମୟରେ ଛତିଶଗଡ଼ ଗରିଆବନ୍ଧ ପୁଲିସ୍‌ ବଜ୍ରକାପ୍ତାକୁ ଜବତ କରି ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଘୁଚାଗୁଡା ଗାଁର ପିତାମ୍ବର କଟା ବୋଲି ଜଣାପଡ଼ିଛି। ଶୁକ୍ରବାର ଗରିଆବନ୍ଧ ପୁଲିସ୍‌କୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ଯେ, ଜିଲ୍ଲାର ମୈନପୁର ଅଞ୍ଚଳରେ ବଜ୍ରକାପ୍ତା ଚୋରାଚଲାଣ ରେକେଟ୍ ସକ୍ରିୟ ଅଛି। ମୈନ୍‌ପୁର ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ ହୋଇଥିଲା। ମୈନ୍‌ପୁର ଥାନା ଅଞ୍ଚଳର କୁଲହାଡ଼ିଘାଟ ଗାଁରେ ଯୁବକ ଜଣକ ଝୋଟ ବସ୍ତାରେ ବ୍ରଜକାପ୍ତାକୁ ରଖି କାହାକୁ ଅପେକ୍ଷା କରିଥିଲା। ଏହି ସମୟରେ ପୁଲିସ୍‌ ବସ୍ତା ମଧ୍ୟରୁ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା। ଶନିବାର ଅଭିଯୁକ୍ତକୁ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଯୁବକ ଜଣକ ବଜ୍ରକାପ୍ତାକୁ କେଉଁଠୁ ଧରିଥିଲା ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର