ବରଗାଁ ଡକାୟତି ଘଟଣାର ପର୍ଦାଫାସ୍‌, ୫ ଅଭିଯୁକ୍ତ ଗିରଫ

ନୂଆପଡ଼ା ଏସପି କଲେ ସାମ୍ବାଦିକ ସମ୍ମିଳନୀ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ପରିସର ମଧ୍ୟରେ ନୂଆପଡ଼ା ଏସପି ରାହୁଲ କୁମାର ଜୈନ୍‌ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ବରଗାଁ ଡକାୟତି ଘଟଣାର ପର୍ଦାଫାସ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରାଯାଇଥିବା ବେଳେ ନଗଦ ୧ ଲକ୍ଷ ୨୫୦୦ ଟଙ୍କା ଜବତ ହୋଇଛି। ସେହିପରି ଡ଼କାୟତିରେ ବ୍ୟବହାର ହୋଇଥିବା ଗୋଟିଏ କାର, ଦୁଇ ଗୋଟି ମୋଟର ସାଇକେଲ, ଗୋଟିଏ ଲୁହା ରଡ଼, ଗୋଟିଏ ଧାରୁଆ ଅସ୍ତ୍ର, ତିନିଟି ଚୋରି ମୋବାଇଲ, ଗୋଟିଏ ସିସି ଟିଭି ମନିଟର ସହ ଅଭିଯୁକ୍ତ ବ୍ୟବହାର କରୁଥିବା ୮ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି।
ଖଡ଼ିଆଳ ଏସଡିପିଓ ସନ୍ତକ କୁମାର ଜେନା ଏବଂ ଖଡ଼ିଆଳ ଥାନା ଅଧିକାରୀ କୈଳାସ ସେଠୀ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ସମର୍ଥ ହୋଇଛନ୍ତି । ଏହି ଘଟଣାରେ ଆହୁରି ଅଧିକ ଅପରାଧୀ ସଂପୃକ୍ତ ଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।
ସମ୍ବନ୍ଧିତ ଖବର